ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦିଲ୍ଲୀ ଜଳ ସଂକଟକୁ ନେଇ ଖପ୍ପା ସୁପ୍ରିମକୋର୍ଟ; କେଜ୍ରିଓ୍ବାଲ ସରକାରଙ୍କୁ ଜରୁରୀ ବୈଠକ ପାଇଁ ନିର୍ଦ୍ଦେଶ

Image source: ABP Live

ନୂଆଦିଲ୍ଲୀ,୦୩/୦୬: ଦିଲ୍ଲୀରେ ଅସହ୍ୟ ଗ୍ରୀଷ୍ଣ ପ୍ରବାହ। ଆଉ ଏହାରି ଭିତରେ ସୋମବାର, ଜୁନ୍ ୩ ତାରିଖ ଦିନ ସୁପ୍ରିମକୋର୍ଟରେ ସିଏମ୍ ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ଅତିରିକ୍ତ ଜଳ ମାଗିଥିବା ଆବେଦନ ଉପରେ ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି କରିଛନ୍ତି ଯେ ଜାତୀୟ ରାଜଧାନୀରେ ଜଳ ନଷ୍ଟ ହେଉଛି। ଆହୁରି ମଧ୍ୟ ତୁଷାର ମେହେଟ୍ଟା କହିଛନ୍ତି ଯେ ଦିଲ୍ଲୀରେ ଟ୍ୟାଙ୍କର୍ ମାଫିଆ ଅଛନ୍ତି ଏବଂ ପାଣି ମଧ୍ୟ ଲିକ୍ ହେଉଛି। ଏଭଳି ପରିସ୍ଥିତିରେ ଏହାର ଉନ୍ନତି ପାଇଁ ମଧ୍ୟ ଧ୍ୟାନ ଦେବା ଉଚିତ୍। ଏଥି ସହ ଦିଲ୍ଲୀ ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି କହିଛନ୍ତି ଯେ ଉପର ଯମୁନା ନଦୀ ବୋର୍ଡ ଗତ ଏକ ବର୍ଷ ଧରି କୌଣସି ସମାଧାନର ବାଟ ବାହାର କରୁନାହିଁ। ସୁପ୍ରିମକୋର୍ଟ କହିଛନ୍ତି ଯେ ଜୁନ୍ ୫ ତାରିଖରେ ଉପର ଯମୁନା ନଦୀ ବୋର୍ଡର ଏକ ଜରୁରୀ ବୈଠକ ଡକାଯିବା ଉଚିତ।

ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଯମୁନା ନଦୀ ବୋର୍ଡ ଏହି ପ୍ରସଙ୍ଗରେ ଦୃଷ୍ଟି ରଖିଛି। ସେ ସମସ୍ତ ରାଜ୍ୟ ସହ ଯୋଗାଯୋଗରେ ଅଛନ୍ତି। ସିଂଘଭି ଯୁକ୍ତି କରିଛନ୍ତି ଯେ ଦିଲ୍ଲୀରେ ଏବେ ହିଟ୍‌ ଓ୍ବେଭ୍‌ ଚାଲିଛି। ଏଥି ସହ କୋର୍ଟ କହିଛନ୍ତି ଯେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୬ ରେ ହେବ। ଦିଲ୍ଲୀର କେଜ୍ରିୱାଲ ସରକାର ଏହି ଆବେଦନରେ ଦାବି କରିଛନ୍ତି ଯେ ହିମାଚଳ ପ୍ରଦେଶ ଯୋଗାଇଥିବା ଅତିରିକ୍ତ ଜଳକୁ ହରିୟାଣା ଆମକୁ ଛାଡ଼ୁ। ଏହାଦ୍ୱାରା ଜଳ ସଙ୍କଟ ଦୂର ହୋଇପାରିବ। ଆବେଦନରେ କୁହାଯାଇଛି, “ଜଳର ଉପଲବ୍ଧତା ଯେକୌଣସି ବ୍ୟକ୍ତିର ମୌଳିକ ଅଧିକାର ମଧ୍ୟରୁ ଅନ୍ୟତମ। ଜଳ କେବଳ ବଞ୍ଚିବା ପାଇଁ ଜରୁରୀ ନୁହେଁ, ବରଂ ସମ୍ବିଧାନର ଧାରା ୨୧ ଅନୁଯାୟୀ ଗୁଣବତ୍ତାପୂର୍ଣ୍ଣ ଜଳ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଅଟେ। 

ନିକଟରେ ଦିଲ୍ଲୀ ଜଳ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ଅତିଶୀ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ହରିୟାଣା ସିଏମ୍ ନୟାବ ସିଂ ସଇନିଙ୍କୁ ଏକ ମାସ ପାଇଁ ଅତିରିକ୍ତ ଜଳ ଛାଡିବାକୁ ଅନୁରୋଧ କରିଛନ୍ତି। ଆତିଶି ଏହା ମଧ୍ୟ ଦାବି କରିଛନ୍ତି ଯେ ହରିୟାଣା ସରକାର ଦିଲ୍ଲୀକୁ ଏହାର ଭାଗ ଦେଉନାହାଁନ୍ତି। ବିଜେପି ଏହାର ପ୍ରତିଶୋଧ ନେଇଛି। ହରିୟାଣା ସିଏମ ସାଇନି ଅତିଶୀଙ୍କ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଆମେ ସେମାନଙ୍କ ଜଳର ଭାଗ ଦିଲ୍ଲୀକୁ ଯୋଗାଇ ଦେଉଛୁ।

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.