ପ୍ରମୂଖ ଖବର
  • କୋଣାର୍କ : ୨ ବେଆଇନ କରତକଳ ଉପରେ ଚଢାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ବରଗଡ ମୁଖ୍ୟ କାରାଗାରରେ ଅଘଟଣ, ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
  • ||
  • ସୁନ୍ଦରଗଡ଼ : ଧାର ଟଙ୍କା ମାଗିବାରୁ ଟାଙ୍ଗିଆରେ ଆକ୍ରମଣ କଲା ଦୁର୍ବୃତ୍ତ, ଯୁବକ ମୃତ
  • ||
  • ଚମ୍ପୁଆ ରେଞ୍ଜରେ ହାତୀପଲଙ୍କ ଉପଦ୍ରଦବ ପରେ ଜଳକ୍ରୀଡା, ମନୋରମ ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼
  • ||
  • କୋରାପୁଟ : ସ୍କୁଟି ଉପରେ ଚଢିଗଲା ଟ୍ରକ୍‌; ଜଣେ ମୃତ, ଜଣେ ଆହତ
  • ||
  • ବଣାଇ : ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ଉଦ୍ଧାର ହେଲା ମୃତଦେହ
  • ||
  • ଦଶମଥର ଅପରିବର୍ତ୍ତିତ ରହିଲା ରେପୋ ରେଟ୍ , ୬.୫%ରେ ହିଁ ରେପୋ ରେଟ୍ ସ୍ଥିର
  • ||
  • ଚାନ୍ଦବାଲି : ମଦ୍ୟପଙ୍କ ଆତ୍ମହତ୍ୟା ଉଦ୍ୟମ, ପଚାଶ ଫୁଟ ବିଜୁଳି ଖୁଣ୍ଟିରୁ ଜଳି ଜଳି ତଳକୁ ଖସିଲେ ଯୁବକ
  • ||
  • ଖୋର୍ଦ୍ଧା : ଫାଟିଲା ଏୟାର ପ୍ରେସର ଟାଙ୍କି; ଜଣେ ମୃତ, ୨ ଗୁରୁତର
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଧାମନଗର ଓ ଦୋବଲରୁ ହଟିଲା ୧୬୩ ଧାରା
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଭାରତ-ଶ୍ରୀଲଙ୍କା ଟକ୍କର, ଏସିଆ କପ୍‌ ପରାଜୟ ପ୍ରତିଶୋଧ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ||
  • ଆଜିଠୁ ବିଜେଡିର ସଭ୍ୟ ସଂଗ୍ରହ, ଶଙ୍ଖ ଭବନରେ ଶୁଭାରମ୍ଭ କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଲମତାପୁଟ : ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଭାରତ ଓ ବାଂଲାଦେଶ ଦ୍ୱିତୀୟ ଟି-ଟ୍ୱେଣ୍ଟି: ଫୋକସ୍‌ରେ ବିସ୍ଫୋରକ ବ୍ୟାଟିଂ, ସିରିଜ କବ୍‌ଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ||
  • ଖଲ୍ଲିକୋଟ : ୨ ମାସ ପରେ ମିଳିଲା ଚୋରି ସୁନା, ସୁନା ଜବତ କରି ମାଲିକକୁ ହସ୍ତାନ୍ତର କଲା ପୋଲିସ
  • ||
  • ଆଜି ୩୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା, ବାରିପଦାରେ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ପୀଠରେ ଆରମ୍ଭ ହେବ ତ୍ରିଦିନାତ୍ମକ ପୂଜା: ଆଜି ଶ୍ରୀମନ୍ଦିରରେ ମହାସପ୍ତମୀ, ନିଶାର୍ଦ୍ଧରେ ଠାକୁରାଣୀଙ୍କୁ ଆମିଷ ଭୋଗ ଲାଗିବ
  • ||

ଧରାପଡୁନି ତୀରମାଡ ଦୁର୍ବୃତ୍ତ, ସ୍କୁଲ ଛାତ ଉପରୁ ଫୋପାଡିଲା ୮ ପୃଷ୍ଠାର ଦାବିପତ୍ର

ବଣାଇ , ୨୫।୯ :  ଧରାପଡୁନି  ତୀରମାଡ଼ ଦୁର୍ବୃତ୍ତ।  ସ୍କୁଲକୁ କବଜା କରିକି ରଖିଛି। ଯିଏ ବି ଯାଉଛି ଧରିବା ପାଇଁ ତାଙ୍କୁ ତୀରମାଡ କରୁଛି।  ଆତଙ୍କ ଚଳାଇଛି ତୀରମାଡ଼ ଦୁର୍ବୃତ୍ତ।  ବୁଧବାର ୮ ପୃଷ୍ଠାର ଦାବିପତ୍ର  ସ୍କୁଲ ଛାତ ଉପରୁ ଫୋପାଡିଛି। ଘଟଣାସ୍ଥଳରେ ଡିଭିଏଫ ଫୋର୍ସ, ପୋଲିସ ସହିତ ଅଗ୍ନିଶମ କର୍ମଚାରୀ ଉପସ୍ଥିତ ଅଛନ୍ତି।

ସୁନ୍ଦରଗଡ ଜିଲ୍ଲା ମହୁଲପଦା ଥାନା ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବଡ଼ଯଲ ଠାରେ ଦୁଇ ଦିନ ହେଲା ଫୁଲଝର ଗ୍ରାମର ଧନି ମୁଣ୍ଡା ନାମକ ବ୍ୟକ୍ତି ଉତ୍ପାତ ଚଲାଇଛି । ଗତ ରବିବାର ଦିନ ଠାରୁ ବିଦ୍ୟାଳୟକୁ ଧନୁତୀର, ବାଟୁଳି , ପଥର ଧରି ସ୍କୁଲରେ ପହଞ୍ଚିଥିଲା । ପ୍ରଥମେ ପ୍ରଧାନ ଶିକ୍ଷକଙ୍କ ସହ ବଚସା କରିଥିଲା ତାପରେ ବାଟୁଳି ମାରି ମୁଣ୍ଡ ଫଟାଇ ଦେଇଥିଲା ।  ସ୍କୁଲ ଛାତ୍ର ଛାତ୍ରୀଙ୍କ ଖାଦ୍ୟ ସାମଗ୍ରୀ ଥିବା ରୋଷେଇ ଘରର କବାଟ ଭାଙ୍ଗି ଛାତ ଉପରକୁ ଚଢିଥିଲା ।  ଏଇଟା ମୋ ଘର କହି ଦୁଇ ଦିନ ହେଲା ସେଠାରେ ରହିଥିବା ବେଳେ ମଙ୍ଗଳବାର ତାକୁ ଛାତରୁ ଓହ୍ଲେଇବା ପାଇଁ ଲୋକେ କହିବାରୁ ତାଙ୍କ ଉପରକୁ ଧନୁ ତୀରରେ ତୀର ମାଡ କରିଥିଲା ଫଳରେ ଲୋକେ ଭୟଭୀତ ହୋଇ ଥାନାରେ ଜଣାଇଥିଲେ।  ଏନେଇ ଥାନା ଅଧିକାରୀଙ୍କ ସହ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଥିଲା। ଥାନା ଅଧିକାରୀ ସୁରେଶ ଚନ୍ଦ୍ର ପ୍ରଧାନ ସିଡ଼ିରେ ଛାତକୁ ଯାଉଥିବା ବେଳେ ତାଙ୍କ ଉପରେ ତୀର ମାଡ କରିଥିଲା  । ଘଟଣା ସ୍ଥଳକୁ ବଣେଇ ଏସଡିପିଓ, ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଥିଲେ କିନ୍ତୁ  ତାକୁ ଧରିବାରେ ବିଫଳ ହୋଇ ଥିଲେ । କାରଣ ତିନି ତାଲା ଛାତ ଘର ହୋଇ ଥିବାରୁ ତାକୁ କାବୁ କରିବାରେ ବିଫଳ ହୋଇ ଥିବା ଜଣାପଡିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.