ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଭାରତମାଳା ରାସ୍ତାର ଖର୍କି ଠାରେ ଅଣ୍ଡର ପାସ ରୋଡ଼ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

ପାପଡାହାଣ୍ଡି, ୩।୪ : ପାପଡାହାଣ୍ଡି ବ୍ଲକ ଡ଼େଙ୍ଗାଗୁଡ଼ା ପଂଚାୟତ ଦେଇ ଯାଇଥିବା ଭାରତ ମାଳା ରାସ୍ତାର ଖର୍କି ଠାରେ ଅଣ୍ଡର ପାସ ରୋଡ଼ ଦାବିରେ ଗ୍ରାମବାସୀ ଆଜି ରାସ୍ତା ରୋକ କରି କାମ ବନ୍ଦ କରାଇଥିଲେ । ଯେ ପର୍ଯ୍ୟନ୍ତ ଅଣ୍ଡର ପାସ ରୋଡ଼ ନିର୍ମାଣ ହୋଇ ନାହିଁ ସେ ପର୍ଯ୍ୟନ୍ତ ରାସ୍ତା ରୋକ ସହ କାମ ବନ୍ଦ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ଲୋକମାନଙ୍କର ଦାବି ଏହିକି ଯେ ଖର୍କି ଦେଇ ଯାଇଥିବା ଭାରତ ମାଳା ରାସ୍ତା ରେ ଅଣ୍ଡର ପାସ ରୋଡ଼ ନାହିଁ | ଯହାଦ୍ୱାରା ଅଗାମୀ ଦିନରେ ରାସ୍ତା ହେଲେ ଲୋକ ଉକ୍ତ ରାସ୍ତା ପାର ହୋଇ ମଣ୍ଡା ଡଙ୍ଗରି ଜଙ୍ଗଲ କୁ ଯାଇ ପାରିବେ ନାହିଁ | ମଣ୍ଡା ଡଙ୍ଗରି ଜଙ୍ଗଲରେ ସେମାନଙ୍କ ଚାଷ ଜମି, ଜଙ୍ଗଲ, ଚାରଣ ଭୂମି ଓ ମନ୍ଦିର ଆଦି ରହିଛି | ସକାଳ ପାଇଲେ ଲୋକେ ମଣ୍ଡା ଡଙ୍ଗରି ଜଙ୍ଗଲ ଉପରେ ନିର୍ଭର କରନ୍ତି | ପୂର୍ଵରୁ ଗତ ୧୧/୬/୨୩ ରେ ଗ୍ରାମବାସୀ ଅଣ୍ଡର ପାସ ରୋଡ଼ ଦାବିରେ ରାସ୍ତା ରୋକ କରିଥିଲେ | ତତ୍କାଳୀନ ତହସିଲଦାର ଜିଲାପାଳଙ୍କୁ ଏ ନେଇ ଅବଗତ ମଧ୍ୟ କରାଇଥିଲେ | ଲୋକଙ୍କୁ ଅଣ୍ଡର ପାସ ରୋଡ଼ ନିର୍ମାଣର ପ୍ରତିଶ୍ରୁତି ମିଳିବା ପରେ ଲୋକେ ରାସ୍ତା ରୋକରୁ ହଟିଥିଲେ | ତେବେ ଇତି ମଧ୍ୟରେ ଖର୍କି ନିକଟରେ ପିଚୁ ଢ଼ଳେଇ କାମ ସାରିଥିବା ବେଳେ ଅଣ୍ଡର ପାସ ରୋଡ଼ ନିର୍ମାଣ ନ ହେବାରୁ ଗ୍ରାମବାସୀ ଆଜି ରାସ୍ତା ଅବରୋଧ କରି ପ୍ରତିବାଦ ଜଣାଇ ବା ସହ ଯେ ପର୍ଯ୍ୟନ୍ତ ଅଣ୍ଡର ପାସ ରୋଡ଼ ନିର୍ମାଣ ହୋଇନାହିଁ ରାସ୍ତା ରୋକରୁ ହଟିବୁ ନାହିଁ କି କାମ କରାଇ ଦେବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି | ତେବେ ଗ୍ରାମ ଠାରୁ ଦୁରରେ ଥିବା ଅଣ୍ଡର ପାସ ରୋଡ଼ କୁ ତହସିଲଦାର ତପନ ନାୟକ ହୋଇଥିବା ନେଇ ସୂଚନା ଦେଇଛନ୍ତି | ତେବେ ଉକ୍ତ ଅଣ୍ଡର ପାସ ରୋଡ଼ ଦୁର ସହ ବର୍ଷା ଦିନରେ ପାଣି ଜମି ରହିବ ବୋଲି ଗ୍ରାମବାସୀ କହିଛନ୍ତି | ଖବର ପାଇ ପାପଡାହାଣ୍ଡି ତହସିଲଦାର ଘଟଣା ସ୍ଥଳରେ ପହଂଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝା ସୁଝା ଯାରି ରଖିଛନ୍ତି | ସରପଞ୍ଚ ସୁମିତ୍ରା ମାଝୀ ସହ ଭାରତ ମାଳା ନିର୍ମାଣ କମ୍ପାନୀର କର୍ମଚାରୀ ମାନେ ଉପସ୍ଥିତ ଅଛନ୍ତି | ଏ ନେଇ ତହସିଲଦାର ତପନ କୁମାର ନାୟକ କହିଛନ୍ତି ଆସନ୍ତାକାଲି ଏ ଏଚ ଆଇ,ତହସିଲଦାର ଓ ଗ୍ରାମବାସୀ ମଧ୍ୟରେ ଆଲୋଚନା କରି ନିଷ୍ପତ୍ତି ନିଆଯିବା କହିଛନ୍ତି |

ଆହୁରି ପଢନ୍ତୁ : ପାରିବାରିକ କଳହର କରୁଣ ପରିଣତି : ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.