ଭୁବନେଶ୍ୱର, ୧୯।୮: ୫୦୦ ଆଦିବାସୀ ଗାଁକୁ ଉନ୍ନତି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆକ୍ସନ ମୋଡ୍ରେ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ । ରୋଡ୍ମ୍ୟାପ ପ୍ରସ୍ତୁତ କଲା ବିଭାଗ । ଯେଉଁ ଗାଁ ଗୁଡ଼ିକରେ ୮୦ରୁ ୯୦ % ଆଦିବାସୀ ରହିଛନ୍ତି ସେହି ସବୁ ଗାଁ ଗୁଡ଼ିକୁ ଚିହ୍ନଟ କରାଯାଇ ଖୁବ୍ଶୀଘ୍ର କାମ ଆରମ୍ଭ କରିବା ପାଇଁ ଯୋଜନା କରୁଛି ବିଭାଗ । ଆଦିବାସୀ ଗାଁ ଗୁଡ଼ିକର ପରମ୍ପରା ଓ ସଂସ୍କୃତି ବଜାୟ ରଖିବା ଆମ ସରକାରଙ୍କ ପ୍ରାଥମିକତା ।
ରାସ୍ତା, ପାନୀୟ ଜଳ, କୃଷି, ପଶୁ ପାଳନ, ଜଳସେଚନ, ଜଙ୍ଗଲଜାତ ଦ୍ରବ୍ୟର ବିକ୍ରି, ଯୁବକମାନଙ୍କୁ ବିଭିନ୍ନ ଯୋଜନାରେ ସମ୍ପୃକ୍ତି କରାଯିବ । ମାତୃଶକ୍ତିକୁ ଅଧିକ ପ୍ରୋତ୍ସାହନ ଦେଇ ଟ୍ରେନିଂର ବ୍ୟବସ୍ଥା କରାଯିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାକୁ ଲାଗୁ କରି ବର୍ଷେରୁ ଦୁଇ ବର୍ଷ ମଧ୍ୟରେ ୫୦୦ ଆଦିବାସୀ ଗାଁକୁ ବିକଶିତ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫୦୦ ଗାଁକୁ ବିକଶିତ କରାଯିବା ପରେ ଆହୁରି ଅଧିକ ଗାଁକୁ ବିକଶିତ କରାଯିବ ।