ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

୬ ଥର ବିଧାୟକ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପତ୍ନୀ ବଲାଙ୍ଗିର ସାଂସଦ

ଭୁବନେଶ୍ୱର/ବଲାଙ୍ଗିର, ୧୨।୬: କନକ ବର୍ଦ୍ଧନ ସିଂହଦେଓ ୬ ଥର ବିଧାୟକ । ବୁଧବାର ଶ୍ରୀ ସିଂହଦେଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ୧୯୯୫ରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ପାଟଣାଗଡ଼ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଏପରିକି ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ବି ପାଟଣାଗଡ଼ ଆସନ ତାଙ୍କ ପାଇଁ ଗଡ଼ ହୋଇ ରହିଥିଲା । କିନ୍ତୁ ୨୦୧୯ରେ ତାଙ୍କୁ ପରାଜୟ ଦେଖିବାକୁ ମିଳିଥିଲା । ବିଜେଡି ନେତା ସରୋଜ ମେହେର ତାଙ୍କୁ ପ୍ରଥମ ଥର ପରାଜୟ ଦେଖାଇଥିଲେ । ଚଳିତ ସାଧାରଣ ସାଧାରଣ ନିର୍ବାଚନରେ ଶ୍ରୀ ସିଂହଦେଓ ଷଷ୍ଠ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଛି । କେଭି ସିଂହଦେଓ ପାଟଣାଗଡ଼ର ରାଜା । ତାଙ୍କର ନିଜସ୍ୱ ବାସଭବନ ପାଟଣାଗଡ଼ର ରାଜ ଖମାରରେ ରହିଛି । ଶ୍ରୀ ସିଂହଦେଓ ୧୯୫ ଜୁନ୍‌ ୧୪ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଧର୍ମପତ୍ନୀ ସଂଗୀତା କୁମାରୀ ଦେବୀ ବଲାଙ୍ଗୀର ସାଂସଦ ଅଛନ୍ତି । 

ଶ୍ରୀ ସିଂହଦେଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଛନ୍ତି । ତାଙ୍କର ଜୀବିକା କୃଷି । ସେ ନେପାଳ, ଫ୍ରାନ୍ସ, ରୁଷିଆ, ଜର୍ମାନୀ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ଇଣ୍ଡୋନେସିଆ, ଅଷ୍ଟ୍ରିଆ, ୟୁକେ, ସ୍ପେନ୍‌, ସୁଇଜରଲ୍ୟାଣ୍ଡ, ଫିଲିପାଇନ୍ସ ଭ୍ରମଣ କରିଛନ୍ତି । ସେ ୧୯୯୫ ମସିହାରେ ପ୍ରଥମ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୦, ୨୦୦୪, ୨୦୦୯, ୨୦୧୪ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ରାଜ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ । ଯେଉଁଥିରେ ସେ ଶିଳ୍ପ ଓ ସାଧାରଣ ଉଦ୍ୟୋଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଛନ୍ତି । ଏହାପରେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଥିଲେ । ଶ୍ରୀ ସିଂହଦେଓ ବିଜେପିର ରାଜ୍ୟ ସଭାପତି ପଦରେ ରହିଥିଲେ । ସେ ଦଳର ଅନେକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଦାୟିତ୍ୱ ତୁଲାଇଛନ୍ତି । କନକବର୍ଦ୍ଧନ ସିଂଦେଓ ଉପମୁଖ୍ୟମନ୍ତ୍ରୀ ହେବା କଥା ଶୁଣି ବଲାଙ୍ଗିର ସମେତ ସମଗ୍ର ପଶ୍ଚିମ ଓଡ଼ିଶାରେ ଖୁସିର ଲହରି ଖେଳିଯାଇଛି ।  

ସୂଚନାଯୋଗ୍ୟ ଯେ, ଏଥର ପାଟଣାଗଡ଼ ବିଧାନସଭା ଆସନରୁ କନକବର୍ଦ୍ଧନ ସିଂଦେଓ ବିଜେପି ପ୍ରାର୍ଥୀ ହୋଇଥିଲେ । ସେ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ସରୋଜ ମେହେରଙ୍କୁ କଡ଼ା ଟକ୍କର ଦେଇ ମାତ୍ର ୧୩୫୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ଶ୍ରୀ ସିଂହଦେଓ ବାସ୍କେଟ୍‌ ବଲ୍‌ ଓ କ୍ରିକେଟ୍‌ ଖେଳିବାକୁ ପସନ୍ଦ କରନ୍ତି । ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ର ପ୍ରତି ଆଗ୍ରହ ରହିଛି । ଅବସର ସମୟରେ ଲୋକଙ୍କୁ ଭେଟିବା ସହ ଗୀତ ଶୁଣିବାକୁ ପସନ୍ଦ କରନ୍ତି । ବଲାଙ୍ଗିର ଜିଲ୍ଲାରେ ସେ ସମାଜସେବାରେ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି । ସେ ମଧ୍ୟ ନୂଆଦିଲ୍ଲୀର ଇଣ୍ଡିଆ ହାବିଟାଟ୍‌ ସେଣ୍ଟରରେ ସଦସ୍ୟ ଅଛନ୍ତି ।

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.