ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆକର୍ଷଣ ପାଲଟୁଛି ଡେରାସ ସିଫୁଡ ପାର୍କ, ୟୁନିଟ୍‌ ବସାଇଲେଣି ୧୫ କମ୍ପାନି

ଭୁବନେଶ୍ୱର, ୨୫/୦୫ : ରାଜ୍ୟର ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବିପ୍ଳବ ଆଣିବା ଲାଗି ଡେରାସରେ ୧୫୨ ଏକର ପରିମିତ ସ୍ଥାନରେ ସ୍ଥାପନ ହୋଇଛି ସାମୁଦ୍ରିକ ଖାଦ୍ୟ ପାର୍କ । ନୂଆ ନିବେଶ ସହ ଏଠାରେ ୟୁନିଟ ବସାଇବା ଲାଗି କମ୍ପାନି ବେଶ୍‌ ଆଗ୍ରହ ଦେଖାଉଛନ୍ତି । ଅଦ୍ୟାବଧି ଏଠାରେ ୟୁନିଟ ସ୍ଥାପନ କଲେଣି ୧୫ କମ୍ପାନି । ୧୫୦ କୋଟିର ନିବେଶ ଆକୃଷ୍ଟ କରିବାକୁ ସକ୍ଷମ ହୋଇଛି ଏହି ପାର୍କ । ଅମର୍‌ ସାଗର ସିଫୁଡ୍‌, ବିୱାନ ବିଜ୍‌ନେସ ହାଉସ୍‌, ବ୍ରାଇଟ୍‌ ଷ୍ଟାର୍‌ ଏକ୍ସିମ ହାଉସ୍‌, କଣ୍ଟିନେଣ୍ଟାଲ ଫିସେରୀ ଇଣ୍ଡିଆ, ସିଆର୍‌ପିଏଲ୍‌ ଇନ୍‌ଫ୍ରା, ଡିଏନ୍‌ ସିସେଲ୍‌ସ, ଇଷ୍ଟକୋଷ୍ଟ ସିଫୁଡ, ଫାଲ୍‌କନ ମେରାଇନ ଏକ୍ସପୋର୍ଟସ, ଫ୍ରେମିଙ୍ଗୋ ସ୍ରିମ୍‌ପେକ୍ସ, ଏଲ୍‌ଏସ୍‌ଏମ୍‌ ଟ୍ରେଣ୍ଡିଂ, ମ୍ୟାଗ୍‌ନମ ଏଷ୍ଟେଟ, ମାମା ମେରାଇନ, ଓଡ଼ିଶା ଆକ୍ୱା ଟ୍ରେଡର୍ସ, ରିଆଅର୍ଚ୍ଚିତା ଆଗ୍ରୋ, ସାବ୍ରି ଫୁଡ୍‌ ପ୍ରଡକ୍ଟ ଏବଂ ଟ୍ରୁଇଜମ ରିସୋର୍ସ ଭଳି କମ୍ପାନି ଏହି ତାଲିକାରେ ସାମିଲ ହୋଇଛନ୍ତି । 

ଏଠାରେ କମ୍ପାନିଗୁଡିକ ଲାଗି ଉଚ୍ଚ କ୍ଷମତାଯୁକ୍ତ କୋଲ୍ଡ ଷ୍ଟୋରେଜ, ପ୍ୟାକେଜିଂ ୟୁନିଟ୍‌, ପଲିଥିନ ଫାସିଲିଟି, ବ୍ଲକ ଆଇସ୍‌ ୟୁନିଟ୍‌, ସିଇଟିପି ପ୍ଲାଣ୍ଟ, ଶ୍ରମିକ ହଷ୍ଟେଲ, ଡର୍ମିଟୋରି ଭଳି ଅନ୍ୟ ସୁବିଧା ବିକଶିତ କରାଯାଇଛି । ପାର୍କଟି ପୂର୍ବତଟରେ ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ପାଇଁ ଏକ ପ୍ରମୁଖ ଫାସିଲିଟି ଭାବେ ଉଭା ହୋଇଛି । ଏଠାରେ ସ୍ଥାପିତ ସ୍ୱତନ୍ତ୍ର କମନ୍‌ ଫାସିଲିଟି ସେଣ୍ଟରରେ କୋଲ୍ଡ ଷ୍ଟୋରେଜ, ପ୍ରିପ୍ରୋସେସିଂ ସୁବିଧା, ଆଇସ୍‌ ପ୍ଲାଣ୍ଟ ଏବଂ ପ୍ୟାକେଜିଂ ବ୍ୟବସ୍ଥା ରହିଛି । ସେହିଭଳି ଏଠାରେ ରହିଛି ସେଣ୍ଟ୍ରାଲ ପ୍ରୋସେସିଂ କ୍ଲଷ୍ଟର (ସିପିସି) । ଯାହାକୁ ୭ ପ୍ରାଥମିକ ପ୍ରୋସେସିଂ (ପିପିଏସ୍‌) ସହ ସଂଯୋଗ କରାଯାଇଛି । ଏହା ଦ୍ୱାରା କଞ୍ଚାମାଲ ସଂଗ୍ରହକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ରହିଛି । ପାର୍କଟି ଭୁବନେଶ୍ୱର ରେଳ ଷ୍ଟେଶନଠାରୁ ଏବଂ ବିମାନ ବନ୍ଦରରୁ ୨୮ କିମି ଏବଂ ପାରାଦୀପ ବନ୍ଦରଠାରୁ ୧୪୦ କିମି ଦୂରତ୍ୱରେ ରହିଛି । ପ୍ରକଳ୍ପରେ ୧୫ ପ୍ରିପ୍ରୋସେସିଂ ସେଣ୍ଟର, ୨ ହଜାର ମେଟ୍ରିକ୍‌ଟନ୍‌ କ୍ଷମତା ବିଶିଷ୍ଟ କୋଲ୍‌ଡ ଷ୍ଟୋରେଜ, ୧୦୦ ମେଟ୍ରିକ ଟନ୍‌ର ବ୍ଳକ ଆଇସ, ପଲିଥିନ ଏବଂ ପ୍ୟାକେଜିଂ ୟୁନିଟକୁ ସାମିଲ କରାଯିବା ଯୋଜନା ରହିଛି ବୋଲି ଶିଳ୍ପ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । 

ପାର୍କରେ ରାସ୍ତାଘାଟ ସହ ଅନ୍ୟ ଆବଶ୍ୟକୀୟ ସୁବିଧା କରାଯାଇଛି । ସେହିଭଳି ୟୁନିଟଗୁଡିକରେ ବ୍ୟବହୃତ ଜଳକୁ ପ୍ରକ୍ରିୟାକରଣ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି । ସେହିଭଳି ଏଠାରେ ଆର୍‌ଆଣ୍ଡଡି ଓ ଦକ୍ଷତା ବିକାଶ କେନ୍ଦ୍ରରେ କାମ କରିବାକୁ ପ୍ରସ୍ତାବ ରଖିଛନ୍ତି ରାଜ୍ୟ ସରକାର । ରାଜ୍ୟ ରପ୍ତାନି ପ୍ରୋତ୍ସାହନ ଏବଂ ମାର୍କେଟିଂ ନିର୍ଦ୍ଦେଶାଳୟ ସୂଚନା ମୁତାବକ, ଆମେରିକା, ଜାପାନ, ୟୁରୋପିଆନ ୟୁନିୟନ, ଚୀନ, ଦକ୍ଷିଣ ପୂର୍ବ ଏସୀୟ ଦେଶ ଏବଂ ମଧ୍ୟ ପ୍ରାଚ୍ୟକୁ ଓଡ଼ିଶା ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ରପ୍ତାନି କରୁଛି । ରପ୍ତାନିକାରୀଙ୍କୁ ପ୍ରୋତ୍ସାହନ ଦିଗରେ କାର୍ଯ୍ୟକ୍ରମ ମଧ୍ୟ ଗ୍ରହଣ କରାଯାଉଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.