ମୁମ୍ବାଇ,୧୪/୦୯: ଧମାକା କରିବାକୁ ପ୍ରସ୍ତୁତ ଜୁନିଅର ଏନଟିଆରଙ୍କ ଫିଲ୍ମ 'ଦେବରା ପାର୍ଟ ୧' । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିବା ବେଳେ ଫ୍ୟାନ୍ସ ବେଶ ପସନ୍ଦ କରିଥିଲେ । ଏହାରି ମଧ୍ୟରେ ଫିଲ୍ମ ରିଲିଜ ପାଇଁ ସେନ୍ସର ବୋର୍ଡ ସାର୍ଟିଫିକେଟ ପ୍ରଦାନ କରିଛନ୍ତି । ଫିଲ୍ମକୁ ସେନ୍ସର ବୋର୍ଡ U/A ସାର୍ଟିଫିକେଟ୍ ପ୍ରଦାନ କରିଛି ଏବଂ ସିବିଏଫସି ଏଥିରେ ୪ଟି ସିନ କାଟି ଦେଇଥିବା ଜଣାପଡିଛି ।
\ରିପୋର୍ଟ ଅନୁଯାୟୀ, ଦେବରା ଫିଲ୍ମରୁ କଟାଯାଇଥିବା ସିନ ମଧ୍ୟରୁ ତିନୋଟି ହିଂସା ସହ ଜଡିତ ଥିବା ବେଳେ ଚତୁର୍ଥ ସିନ ସିଜିଆଇ ସହିତ ଜଡିତ । ଏଥିରେ ଏପରି ଏକ ଦୃଶ୍ୟ ଥିଲା ଯେଉଁଥିରେ ଚରିତ୍ର ତାଙ୍କ ପତ୍ନୀଙ୍କ ପେଟକୁ ବାଡେଇଥାଏ, ଯାହାକୁ ପରିବର୍ତ୍ତନ କରିବାକୁ କୁହାଯାଇଥିଲା । ଦ୍ୱିତୀୟତଃ ଅନ୍ୟ ଏକ ଦୃଶ୍ୟରେ ସମାନ ପରିବର୍ତ୍ତନ କରିବାକୁ କୁହାଯାଇଛି ଯେଉଁଥିରେ ଜଣେ ଚରିତ୍ର ତାଙ୍କ ମା’ଙ୍କୁ ବାଡେଇଥିବାର ଦୃଶ୍ୟ ଥିଲା । ଯାହାକୁ ବର୍ତ୍ତମାନ କହଟାଇଛନ୍ତି ସିବିଏଫସି ।ଫିଲ୍ମ 'ଦେବରା ପାର୍ଟ ୧' ହଲିଉଡର ବିୟୁଣ୍ଡ ଫିଲ୍ମ ଫେଷ୍ଟିଭାଲରେ ପ୍ରିମିୟର ହେବ । ଅନେକ ହଲିଉଡ ତାରକା ଏହି ଉତ୍ସବରେ ଭାଗ ନେବାକୁ ଯାଉଛନ୍ତି । ଦେବରା ପାର୍ଟ ୧ର ବିଶ୍ୱରେ ରିଲିଜ ହେବାର ଗୋଟିଏ ଦିନ ପୂର୍ବରୁ ସେପ୍ଟେମ୍ବର ୨୬ ରେ, ଲସ୍ ଆଞ୍ଜେଲ୍ସର ହଲିଉଡର ଆଇକନ୍ ଇଜିପ୍ଟ ଥିଏଟରରେ ସନ୍ଧ୍ୟା ୬.୩୦ ରେ ପ୍ରିମିୟର ହେବାକୁ ଯାଉଛି । ଦେବରା ହେଉଛି ପ୍ରଥମ ଭାରତୀୟ ଚଳଚ୍ଚିତ୍ର ଯାହା ଏଠାରେ ପ୍ରିମିୟର୍ ହେବାକୁ ଯାଉଛି । ପ୍ରକାଶ ଥାଉକି, ସେପ୍ଟେମ୍ୱର ୨୭ରେ ଫିଲ୍ମ ପରଦାକୁ ଆସିବ । 'ଦେବରା' ନିର୍ଦ୍ଦେଶକ କୋର୍ଟଲା ଶିବା ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରଟି ଯୁବାସୁଧା କଳା ଏବଂ ଏନଟିଆର ଦ୍ୱାରା ପ୍ରସ୍ତୁତ କରାଯାଇଛି ।