ପ୍ରମୂଖ ଖବର
  • ସାରା ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ୧୦୦ ଦିନ ଭିତରେ ହେବ କାର୍ଯ୍ୟକାରୀ
  • ||
  • ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମା' ତାରିଣୀ ପୀଠ ପାଇଁ ୫୦ କୋଟିର ଅନୁଦାନ
  • ||
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ଇସ୍ତଫା ଦେବାକୁ ଚାହାଁନ୍ତି ଦେବେନ୍ଦ୍ର ଫଡନାଭିସ୍ , କହିଲେ- ‘ଦୁର୍ବଳ ଫଳାଫଳ ପାଇଁ ମୁଁ ଦାୟୀ’

ମୁମ୍ବାଇ,୫।୬: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଲୋକସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ ନକରିବା ପାଇଁ ନିଜକୁ ଦାୟୀ କରିଛନ୍ତି। ଏଥିପାଇଁ ସେ ଇସ୍ତଫା ଦେବାକୁ ଚାହାନ୍ତି ବୋଲି କହିଛନ୍ତି। ସେ ବୁଧବାର ଗଣମାଧ୍ୟମ ସହିତ କଥା ହୋଇ କହିଛନ୍ତି ଆମକୁ ମହାବିକଶ ଅଘାଡିର ତିନି ପାର୍ଟି ବ୍ୟତୀତ ନ୍ୟାରେଟିଭ୍‌ରୁ ମଧ୍ୟ ଲଢିବାକୁ ପଡିଛି। ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି, ଶୀର୍ଷ ନେତାଙ୍କୁ କହିବି ମୋତେ ସରକାରଙ୍କ କାମରୁ ମୁକ୍ତ କରି ଦିଆଯାଉ।

ଫଡନାଭିସ୍ କହିଛନ୍ତି, ମୁଁ ପଳାଇ ଯାଉଥିବା ଲୋକ ନୁହେଁ। ଏହି ପରାଜୟ ପାଇଁ ନିଜକୁ ଦାୟୀ କରୁଛି। ଜନତାଙ୍କ ଭିତରକୁ ଯିବୁ ଓ ନୂଆ ଭାବରେ କାମ କରିବୁ। ମୁଁ ଚାହୁଁଛି ବିଜେପି ସଂଗଠନକୁ ମଜବୁତ କରିବାରେ ଲାଗୁ। ବିଜେପିର ମହାରାଷ୍ଟ୍ର ୟୁନିଟ୍‌ର ମିଟିଂ ପରେ ସେ ଏହି କଥା କହିଛନ୍ତି। ବୁଧବାର ବିଜେପି ନେତାଙ୍କ ବୈଠକ ହୋଇଥିଲା, ଯେଉଁଥିରେ ଲୋକସଭା ନିର୍ବାଚନରେ ଆସିଥିବା ଫଳାଫଳ ଉପରେ ମନ୍ଥନ କରାଯାଇଥିଲା। 

ରାଜ୍ୟ ବିଜେପି ମାତ୍ର ୯ଟି ଆସନରେ ଜିତିଛି। ସେଭଳି ୨୦୧୯ରେ ବିଜେପିକୁ ରାଜ୍ୟ‌ରେ ୨୩ଟି ଆସନରେ ଜିତିଛି। ବିଜେପିକୁ ଏଥର ଲୋକସଭା ନିର୍ବାଚନରେ ୨୪୦ଟି ଆସନ ମିଳିଛି। ୟୁପି,ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ରାଜସ୍ଥାନ ଭଳି ରାଜ୍ୟରେ ବିଜେପିକୁ ବଡ ଝଟକା ଲାଗିଛି। ସେହି ରାଜ୍ୟରୁ ମିଳିଥିବା ଝଟକା କାରଣରୁ ବିଜେପି ବହୁମତଠାରୁ ଦୂରେଇ ଯାଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.