ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଡିଜିପିଙ୍କ ସ୍ୱାଭିମାନ ଅଞ୍ଚଳ ଗସ୍ତ : ମାଓବାଦୀ ମୁକାବିଲା ଓ ନିର୍ବାଚନ ସୁରକ୍ଷା ନେଇ କଲେ ସମୀକ୍ଷା

Published By : Prameya | April 15, 2024 5:13 PM

ମାଲକାନଗିରି,୧୫/୪ : ମାଲକାନଗିରି ଜିଲ୍ଲାକୁ  ଡିଜିପି  ଅରୁଣ କୁମାର ଷଡଙ୍ଗୀଗସ୍ତ କରିଛନ୍ତି । ପ୍ରଥମେ ସ୍ୱାଭିମାନ ଅଞ୍ଚଳ ମାଓଗଡ଼ ଭାବେ ପରିଚିତ ଥିବା ଗୋରସେତୁ ଅଞ୍ଚଳ ର ବିଏସଏଫ କ୍ୟାମ୍ପ ପରିଦର୍ଶନ କରି ସେଠାକାର ସୁରକ୍ଷା ବ୍ୟବସ୍ଥା ପରଖିବା ସହିତ ଜିଲ୍ଲା ସଦର ମହକୁମା ପୁଲିସ ମୁଖ୍ୟ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କୁ ନେଇ ମାଓ ସମସ୍ୟା ଓ ନିର୍ବାଚନ  ସୁରକ୍ଷା ନେଇ ସମୀକ୍ଷା କରିଛନ୍ତି।

ପ୍ରଥମ ଥର ଲାଗି ନିଜ ଗାଁରେ ଭୋଟ ଦେବେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ବାସୀ । ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବା ସହ ଏକଥା କହିଛନ୍ତି ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀ । ପୂର୍ବରୁ ନକ୍ସଲ ଭୟରେ ପୋଲିସ କ୍ୟାମ୍ପରେ ମତଦାନ କେନ୍ଦ୍ର କରାଯାଉଥିବା ବେଳେ ଲୋକେ ଭୋଟ ଦେବାକୁ ଆସୁନଥିଲେ । ହେଲେ ଏଥର ସ୍ବାଭିମାନ ଅଞ୍ଚଳରେ ୩୧ ଟି ମତଦାନ କେନ୍ଦ୍ର କରାଯାଇଛି । ଆଜି ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତ କରି ପ୍ରଥମେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଗୋରାସେତୁ ବିଏସଏଫ କ୍ୟାମ୍ପ କୁ ଯାଇ ଆଗାମୀ ସାଧାରଣ ନିର୍ବାଚନ ମାଓ ମୁକାବିଲା ଲାଗି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ ଡିଜିପି । ଏହା ପରେ ମାଲକାନଗିରି ଏସପି.ଙ୍କ କାର୍ଯ୍ୟାଳୟରେ ପହଞ୍ଚି ମାଲକାନଗିରି ଏସପି ନିତେଶ ୱାଧାନୀ, କୋରାପୁଟ ଏସପି, ନବରଙ୍ଗପୁର ଏସପି ଓ ରାୟଗଡା ଏସପିଙ୍କ ସହ ବି.ଏସ.ଏଫ ଉଚ୍ଚଅଧିକାରୀଙ୍କ ସହ ମିଳିତ ବୈଠକ କରିଥିଲେ ଡିଜିପି ।

 ପୋଲିସ ମହା ନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀଙ୍କ ସହ  ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶି, ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଅପରେସନ) ଏସ ଦେବଦତ୍ତ ସିଂ, ଗୁଇନ୍ଦା ଡିଆଇଜି କନୱାର ବିଶାଲ ସିଂ ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମିନା । ମାଓ ମୁକାବିଲା ସହ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅବାଧ ଓ ଶାନ୍ତିପୁର୍ଣ ନିର୍ବାଚନ କରିବା ଲାଗି ବୈଠକରେ ଆଲୋଚନା ହୋଇଛି । 

ତେବେ ମାଲକାନଗିର ଛତିଶଗଡ ସୀମାନ୍ତ ସୁକୁମା ଓ ବିଜାପୁର ଜିଲ୍ଲାରେ ଏପ୍ରିଲ ୧୯ ତାରିଖରେ ନିର୍ବାଚନ ରହିଥିବା ବେଳେ ମାଲକାନଗିରି ଜିଲ୍ଲାରେ ମେ ୧୩ ତାରିଖରେ ରହିଛି ନିର୍ବାଚନ। ତେଣୁ ଏହି ୩ ସପ୍ତାହ ମଧ୍ୟରେ ନକ୍ସଲ ମାନେ ସୀମା ପାରି ହୋଇ ଓଡିଶା ଭିତରେ ପ୍ରବେଶ କରିବରା ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଡିଜିପି ଆଶଙ୍କା ପ୍ରକାଶ କରିଛନ୍ତି । ତେଣୁ ଏହି ସମୟରେ ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ସିଲ କରାଯାଇ  ଅପରେସନକୁ ଯୋରଦାର କରାଯିବା ବୋଲି ଡିଜିପି କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.