ପ୍ରମୁଖ ଖବର
  • ଭୁବନେଶ୍ୱର : ଜାତୀୟ ସ୍ତରୀୟ ଗବେଷଣା ସୁଯୋଗ, ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍‌ ପାଇଁ ୩୦୦ ଶିକ୍ଷାର୍ଥୀ ଚୟନ
  • ||
  • ଭୁବନେଶ୍ୱର : ମହିଳାଙ୍କ ସୁରକ୍ଷା ପାଇଁ ନିଯୁକ୍ତ ହୋଇଥିଲେ; ତାଲିମ ନେଇଥିଲେ ୨୪୮ ଜଣ, ଏବେ ବନ୍ଦ ହୋଇଗଲା ଏସ୍‌ଓପି ବ୍ୟବସ୍ଥା
  • ||
  • ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା, ଜଣେ ଟିଏମସି କର୍ମୀଙ୍କୁ ହତ୍ୟା, ପୁଣି ବିଜେପି ବିରୋଧରେ ଦଳ ଆଣିଲା ଅଭିଯୋଗ
  • ||
  • ବାଂଲାଦେଶ ମୁହାଁ ବାତ୍ୟା, ପ୍ରଭାବରେ ୪ଜିଲ୍ଲାରେ ବର୍ଷା ଓ ପବନ ସମ୍ଭାବନା, ୪ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଆଲର୍ଟ
  • ||
  • ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟିଂ, ୪୪୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ, ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଛି ଭୋଟ୍, ୫୮ ସଂସଦୀୟ କ୍ଷେତ୍ରରେ ମତଦାନ ଆରମ୍ଭ
  • ||
  • ସୃଷ୍ଟି ହେଲା ଅବପାତ: ୨୫ ରାତିରୁ ଉପକୂଳରେ ବର୍ଷା, ୨୬ରେ ଭୀଷଣ ବାତ୍ୟା ରୂପ ନେବ
  • ||

ନିର୍ବାଚନରେ ବିଜେପିକୁ ସମର୍ଥନ କରିବେ ବାହୁବଳୀ ଧନଞ୍ଜୟ ସିଂହ, ଜୋନପୁରରୁ ବସପା କାଟିଥିଲା ପତ୍ନୀଙ୍କ ଟିକେଟ

ନୂଆଦିଲ୍ଲୀ,୧୪/୫ : ବାହୁବଳୀ ଧନଞ୍ଜୟ ସିଂହ ଭାରତୀୟ ଜନତା ପାର୍ଟିକୁ ନିଜ ସମର୍ଥନ ଦେବାର ଘୋଷଣା କରିଛନ୍ତି । ସେ ନିଜ ସମର୍ଥକଙ୍କ ସହ ମଙ୍ଗଳବାର ସନ୍ଧ୍ୟାରେ ବୈଠକ କରିଥିଲେ ଏବଂ ପ‌ରେ ଲୋକସଭା ନିର୍ବାଚନ ୨୦୨୪ରେ ବିଜେପିକୁ ସମର୍ଥନର ଘୋଷଣା କରିଛନ୍ତି । କିଛିଦିନ ପୂର୍ବରୁ ବହୁଜନ ସମାଜ ପାର୍ଟି ତାଙ୍କ ସ୍ତ୍ରୀ ଶ୍ରୀକଳା ରେଡ୍ଡୀଙ୍କ ଜୋନପୁର ଲୋକସଭା ସିଟରୁ ଟିକେଟ କାଟି ଦେଇଥିଲେ ।

ପୂର୍ବତନ ସାଂସଦ ଧନଞ୍ଜୟ ସିଂହ କିଛିଦିନ ପୂର୍ବରୁ ବରେଲୀ ଜିଲ୍ଲାରେ ରହୁଛନ୍ତି । ୧ ମଇରେ ଜେଲରୁ ବାହାରିବା ପରେ ସେ ଗଣାମଧ୍ୟମ ସହ କଥା ହୋଇ କହିଥିଲେ କି ମୋ ସ୍ତ୍ରୀ ବସପା ଟିକଟରେ ଜୋନପୁର ସିଟରୁ ନିର୍ବାଚନ ଲଢୁଛନ୍ତି । ମୁଁ ଏଠାରୁ ସିଧା ଜୋନପୁର ଯିବି ଏବଂ ତାଙ୍କ ପ୍ରଚାର କରିବି । କିନ୍ତୁ କିଛି ଦିନ ପରେ ବସପା ତାଙ୍କ ଟିକେଟ କାଟି ଦେଇଥିଲେ । ଏବେ ସେ ନିଜ ସମର୍ଥନ ବିଜେପିକୁ ଦେବାକୁ ଘୋଷଣା କରି ଦେଇଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.