ପ୍ରମୂଖ ଖବର
  • ଗୁଳି ମାଡ଼ରେ ଏନସିପି ନେତା ବାବା ସିଦ୍ଦିକି ମୃତ
  • ||
  • ସମ୍ମାନ ବଞ୍ଚାଇ ପାରିଲା ନାହିଁ ବାଂଲାଦେଶ, ୧୩୩ ରନ୍‌ରେ ହରାଇଲା ଭାରତ
  • ||
  • ସୁଭଦ୍ରାରେ ତ୍ରୁଟି ଥିଲେ ଯିବ ଫୋନ୍‌ କଲ୍‌, ଶେଷ ହିତାଧିକାରୀ ପର୍ଯ୍ୟନ୍ତ ମିଳିବ ଟଙ୍କା
  • ||
  • ଶ୍ରୀମନ୍ଦିରରେ ପଡିଲା ରକ୍ତଛିଟା, ମହାସ୍ନାନ କରିଲେ ମହାପ୍ରଭୁ
  • ||
  • ଦରମଗାଡ ନଦୀରେ ଭାସି ନିଖୋଜ ହୋଇଥିଲେ ମହିଳା, ଉଦ୍ଧାର ହେଲା ମୃତଦେହ
  • ||
  • ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଖୁବ୍‌ ଶୀଘ୍ର କମିବ ଦର
  • ||
  • ଭୁବନେଶ୍ୱର : ପାର୍ବଣରେ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ‘ଅପରେସନ ତ୍ରିଭୁଜ’
  • ||
  • ବଣାଇ : ପରିବା ବ୍ୟବସାୟୀଙ୍କ ଉପରେ ଚଢିଗଲା କାର୍‌, ବ୍ୟକ୍ତି ମୃତ
  • ||
  • କଟକରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କ ପାଇଁ କଲେ ସୁଖ ଏବଂ ସମୃଦ୍ଧି କାମନା
  • ||
  • ସମ୍ୱଲପୁର : ମହାନଦୀରେ ଦୁଇ ନାବାଳକ ଭାସିଯିବା ଘଟଣା: ୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ଯାଜପୁର : ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି, ମା'ଙ୍କ ରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମଣ୍ଡପରେ ମା’ଙ୍କ ମହାନବମୀ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
  • ||

ସଂକଟରେ ଭାରତର ହୀରା ବ୍ୟବସାୟ: ଆମଦାନୀ-ରପ୍ତାନୀ ହ୍ରାସ, ବଢ଼ୁଛି ଛଟେଇ ଭୟ

ନୂଆଦିଲ୍ଲୀ: ପ୍ରତିଦିନ ସୁନା ଓ ରୁପା ଦାମରେ ପରିବର୍ତ୍ତନ ହେଉଛି । ଅଳଙ୍କାର ମୂଲ୍ୟ ବୃଦ୍ଧି ପାଉଥିଲେ ସୁଦ୍ଧା  ଭାରତୀୟଙ୍କ ଗହଣରେ ଏହାର ଚାହିଦା କମ ହେଉନାହିଁ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସୁନାଠାରୁ ଦାମୀ ହୀରାର ଚାହିଦା କମ୍‌ ହେବାରେ ଲାଗିଛି । ଭାରତୀୟଙ୍କ ଗହଣରେ ଡାଇମଣ୍ଡ ବା ହୀରାର କ୍ରେଜ୍‌ କମୁଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । କେବଳ ଭାରତ ନୁହେଁ ବିଶ୍ବ ବଜାରରେ ଚମକ ହରାଇଲାଣି ହୀରା ।  କେବଳ ସେତିକି ନୁହେଁ, ଭାରତରରେ ହୀରା ବ୍ୟବସାୟ ପ୍ରଭାବିତ ହୋଇଥିବା ବେଳେ ଅନେକ ଫ୍ୟାକ୍ଟ୍ରି ବନ୍ଦ ହେବାକୁ ବସିଲାଣି । ଫଳରେ ହୀରା ଆମଦାନୀ ଓ ରପ୍ତାନୀ କମ ହୋଇଛି  । ଏହା ସହ ଏବେ ହୀରା ବ୍ୟବସାୟ ଜଗତରେ ବଡ଼ଧରଣର ଛଟେଇ ହେବାକୁ ଯାଉଛି । ଏନେଇ ଗ୍ଲୋବାଲ ଟ୍ରେଡ୍‌ ରିସର୍ଚ୍ଚ ଇନିସିଏଟିଭ୍‌ (GTRI)ର ରିପୋର୍ଟ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । 

GTRIର ପ୍ରତିଷ୍ଠାତା ଅଜୟ ଶ୍ରୀବାସ୍ତବଙ୍କ ଅନୁସାରେ, ହୀରା ବ୍ୟବସାୟରେ ଅବନତୀ ଫଳରେ ଭାରତରେ ବଡ଼ ଅସୁବିଧା ଉପୁଜିଛି । ବ୍ୟବସାୟୀ ଦେବାଳିଆ ହେଉଥିବା ବେଳେ ଫ୍ୟାକ୍ଟ୍ରି ବନ୍ଦ ହେଉଛି । ଅନେକ ଲୋକ ଚାକିରି ହରାଇଲେଣି । ଆର୍ଥିକ ଅଭାବ ଏବଂ ଭାବବିହ୍ବଳତାର ଶିକାର ହୋଇ ଗୁଜରାଟର ହୀରା ବ୍ୟବସାୟ ସହ ଜଡ଼ିତ ୬୦ ଜଣ ବ୍ୟକ୍ତି ଆତହତ୍ୟା କରିଛନ୍ତି ବୋଲି ସେ କହିଛନ୍ତି। ଏଭଳି ସ୍ଥିତିରେ ସରକାରଙ୍କ ହସ୍ତକ୍ଷେପ ଜରୁରି ହୋଇପଡ଼ିଛି ବୋଲି ଅଜୟ ଶ୍ରୀବାସ୍ତବ ଦାବି ମଧ୍ୟ କରିଛନ୍ତି । 

ସେପଟେ ରିପୋର୍ଟ ଅନୁସାରେ, ଅଶୋଧିତ ହୀରା ଆମଦାନୀ ୨୪.୫ ପ୍ରତିଶତ ଖସିଆସିଛି   । ୨୦୨୧-୨୨ରେ ୧୮.୫ ବିଲିୟନ ଡଲାରରେ ହୀରା ଆମଦାନୀ ହେଉଥିବା ବେଳେ ଏହା ୨୦୨୩-୨୪ରେ ୧୪ ବିଲିୟନ ଡଲାରକୁ ଖସିଆସିଛି । ଏଥିରୁ ବିଶ୍ବସ୍ତରରେ ଚାହିଦା କମୁଥିବା ଏବଂ ପ୍ରୋସେସିଂ ଲାଗି ଅର୍ଡର କମ୍‌ ହେଉଥିବା ଜଣାପଡ଼ୁଛି । ସେହିଭଳି ହୀରା ରପ୍ତାନୀ କ୍ଷେତ୍ରରେ ମଧ୍ୟ ବଡ଼ଧରଣର ହ୍ରାସ ଦେଖିବାକୁ ମିଳିଛି । କଟ୍‌ ଆଣ୍ଡ ପଲିସ୍‌ ହୀରା ରପ୍ତାନୀ ୩୪.୬ ପ୍ରତିଶତ ଖସିଆସିଛି । ୨୦୨୨ରେ ୨୪.୪ ବିଲିୟନ୍‌ ଡଲାରରେ ଏହି ହୀରା ବଦେଶକୁ ରପ୍ତାନୀ ହେଉଥିବା ବେଳେ ୨୦୨୪ ବେଳକୁ ଏହା ୧୩.୧ ବିଲିୟନ୍ ଡଲାରକୁ ଖସିଆସିଛି । 

ସବୁଠୁ ବଡ଼ କଥା ହେଉଛି, ବିଦେଶରେ ବିକ୍ରି ହୋଇନପାରି ଭାରତକୁ ଫେରିଆସୁଥିବା ହୀରାର ପରିମାଣ ବୃଦ୍ଧି ପାଇଛି । ଏଭଳି ସ୍ଥିତି ଲାଗି ବିଶ୍ବସ୍ତରରେ ଜାରି ରହିଥିବା ଆର୍ଥିକ ଅନିଶ୍ଚିତତା, ଭୂରାଜନୈତିକ ବିବାଦକୁ ଦାୟୀ କରାଯାଉଛି । ଚୀନ, ଆମେରିକା ଏବଂ ୟୁରୋପରେ ଏଭଳି ସ୍ଥିତି ଜାରି ରହିଥିବାରୁ ହୀରାର ଚାହିଦା ହ୍ରାସ ପାଇଛି। କେବଳ ସେତିକି ନୁହେଁ, ବିଶ୍ବସ୍ତରରେ ହୀରାର ଦାମ ଉପରତଳ ହେଉଥିବାରୁ ମଧ୍ୟ ଏଭଳି ସ୍ଥିତି ଉପୁଜୁଛି ବୋଲି ବିଶେଷଜ୍ଞମା‌ନେ ଦାବି କରିଛନ୍ତି । ଋଷ-ୟୁକ୍ରେନ୍‌ ଯୁଦ୍ଧ ପରେ ଅଶୋଧିତ ହୀରାର ଚାହିଦା କମିଛି । ଋଷ ଏକ ବଡ଼ ଅଶୋଧିତ ହୀରା ଉତ୍ପାଦକ ହୋଇଥିଲେ ହେଁ ଦେଶ ଉପରେ ଅନେକ ରାଷ୍ଟ୍ର ପ୍ରତିବନ୍ଧକ ଲଗାଇଛନ୍ତି । ଫଳରେ ବିଶ୍ବସ୍ତରରେ ହୀରା ବ୍ୟବସାୟକୁ ନେଇ ମଧ୍ୟ ଦ୍ବନ୍ଦ୍ବ ବଢ଼ୁଥିବା କୁହାଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.