ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

ଠୁଟିବର ଗ୍ରାମରେ ଝାଡାବାନ୍ତି ,୧୫ ରୁ ଊର୍ଦ୍ଧ୍ବ ଆକ୍ରାନ୍ତ

କୋକସରା ୧୧/୦୮: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ବାର ବଖରା ଗ୍ରାମ ରେ ଗତ କିଛିଦିନ ତଳେ ଝାଡାବା୍ତି ବ୍ୟାପି ଜଣଙ୍କର ମୃତ୍ୟୁ ହୋଇଥିଲା।  ପୁଣି ବ୍ଲକ ର ଗୋତମୁଣ୍ଡା ପଞ୍ଚାୟତ ଠୁଟିବର ଗ୍ରାମ ର ନାଗପଡା ରେ ଗତ ଦୁଇଦିନ ମଧ୍ୟରେ ୧୫ ଜଣ ଝାଡାବାନ୍ତି ରେ ଆକ୍ରାନ୍ତ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ ୫ ଜଣ ଆକ୍ରାନ୍ତ ଧର୍ମଗଡ,ଜୁନାଗଡ଼ ଓ ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଗୁରୁତର ଙ୍କ ମଧ୍ୟରେ ବିଳାସ ଗୋପାଳ(୩୦),ପାଦୁକା ଗୋପାଳ(୪୫) ନିଳାମ୍ବର ଗୋପାଲ(୨୨) ନମିତା ବାଗ(୨୨)ଶୋଭାବତୀ ଗୋପାଳ(୬୦) ରହିଛନ୍ତି। 

ଏହି ଘଟଣା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ  ତତ୍ପରତା ପ୍ରକାଶ ପାଇଛି। ରବିବାର ଏପିଡେମୋଲୋଜିଷ୍ଟ ବିଶେଷଜ୍ଞ ଡ଼.ନିହାର ଠାକୁର ଙ୍କ ନେତୃତ୍ୱରେ ଏକ ମେଡ଼ିକାଲ ଟିମ ଠୁଟିବର ଗ୍ରାମ ରେ ପହଞ୍ଚିଥିଲେ। ଘର ଘର ବୁଲି ଆକ୍ରାନ୍ତ ରୋଗୀ ଙ୍କୁ ପରୀକ୍ଷା କରିବା ସହ ଔଷଧ ଓ ସଚେତନ କରିବା ସହ ଝାଡାବାନ୍ତି ବ୍ୟାପୁଥିବା ର କାରଣ ଖୋଜିଛନ୍ତି। ନାଗପଡା ରେ ଥିବା ୪ ଟି ନଳକୂପ ର ପାଣି ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛନ୍ତି ଓ ନଳକୂପ ଗୁଡିକ ଦୂଷିତ ପରିବେଶ ମଧ୍ୟରେ ଥିବା ବେଳେ ଗ୍ରାମ୍ୟ ଜଳଯୋଗାଣ ପକ୍ଷରୁ ବିଶୋଧନ ହୋଇ ନଥିବା ସୂଚନା ଦେଇଛନ୍ତି। 

ସେହିପରି କୋକସରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପି ଏଚ ଇଓ ଉର୍ମିଳା ଛାତ୍ରୀଆ ଙ୍କ ନେତୃତ୍ୱରେ ଫାର୍ମାସିଷ୍ଟ ଶୁଭେନ୍ଦୁ ପଣ୍ଡା,ମହିଳା ସ୍ଵାସ୍ଥ୍ୟ କର୍ମି ଅଯୋଧ୍ୟା ବାଗ, ସଞ୍ଚୟ ଶବର ,ସ୍ୱାସ୍ଥ୍ୟ ପରିଦର୍ଶକ କ୍ଷୀରୋଧ ବାଗ, ଆଶା କର୍ମି ମଞ୍ଜୁଳାତା ପ୍ରଧାନ ପ୍ରମୁଖ ଠୁଟିବର ଗାଁ ରେ ଆକ୍ରାନ୍ତ ରୋଗୀ ଙ୍କୁ ଚିକିତ୍ସା ସହ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି।

ତେବେ ନଳକୂପର ପାନୀୟ ଜଳ ବ୍ୟବହାର କରୁଥିବା ନେଇ ଗ୍ରାମବାସୀ କହିଥିବା ବେଳେ ନଳକୂପ ଗୁଡିକୁ ବିଶୋଧନ କରା ଯାଉନଥିବା ଅଭିଯୋଗ କରିଛନ୍ତି। ଏନେଇ ବ୍ଲକ ଗ୍ରାମ୍ୟ ଜଳଯୋଗାଣ ସହକାରୀ ଯନ୍ତ୍ରୀ ଯଶୋବନ୍ତି ଭୋଇଙ୍କୁ ପଚାରିବାରୁ  ଆମ ପାଖରେ  ଏ ସମ୍ପର୍କରେ ଖବର ନଥିଲା, ଆଜି ଗାଁ ରେ ଥିବା ନଳକୂପ ଗୁଡିକୁ ବିଶୋଧନ କରିବା ପାଇଁ ଗାଡି ପଠାଯାଇଛି ବୋଲି କହିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.