ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କୁତ୍ରା ବ୍ଲକରେ ବ୍ୟାପିଲା ଝାଡାବାନ୍ତି, ୩୦ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ

କୁତ୍ରା, ୨୦/୪ : ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକର ବିଭିନ୍ନ ଅଞ୍ଚଳରେ ଝାଡାବାନ୍ତି ବ୍ୟାପିଛି। କୁତ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଝାଡ଼ାବାନ୍ତି ବ୍ୟାପିବାର କାରଣ ଜଣାପଡ଼ି ନାହିଁ। ବହୁ ଲୋକ ନିଜ ଘରେ ଔଷଧ ଖାଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। 

ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ ଶ୍ରୀକାନ୍ତ ଟପ୍ପୋଙ୍କ ସୂତ୍ରରୁ ପ୍ରକାଶ ଯେ, ଗତ ୨ ଦିନ ହେଲା କୁତ୍ରା ବ୍ଲକ ଅନ୍ତର୍ଗତ ନୂଆଗାଁ, ଜଉରାମୁଣ୍ଡା, ପଞ୍ଚରା,ଏଲଗା, ପଙ୍ଗନିଆବାହାଲ, ଝରେନ ଆଦି ଗ୍ରାମାଞ୍ଚଳରୁ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଅନେକ ଚିକିତ୍ସା ହେବା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଛନ୍ତି। ଆଜି ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଏଠାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ଅନେକ ଆକ୍ରାନ୍ତ ନିଜ ନିଜ ଘରେ ରହି ଔଷଧ ଖାଉଛନ୍ତି। ବିଭିନ୍ନ ସ୍ଥାନରେ ଏହି ଝାଡାବାନ୍ତି ଦେଖା ଦେଇଥିବାରୁ ଏହା ବ୍ୟାପିବାର କାରଣ ସଂପର୍କରେ ଜଣାପଡି ନାହିଁ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଲୋକେ ଆକ୍ରାନ୍ତ ହେଉଥିବା ଅଞ୍ଚଳ ପ୍ରତି ଦୃଷ୍ଟି ରଖାଯିବା ସହ ଜଳଛତ୍ର ଖୋଲାଯାଇ ଓଆରଏସ ପାଣି ବଣ୍ଟନ କରାଯାଇ ସଚେତନ କରାଯାଉଛି। ହେଲେ ଏହି ଝାଡାବାନ୍ତିର ପ୍ରକୋପ ନିୟନ୍ତ୍ରଣରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ ଶ୍ରୀକାନ୍ତ ଟପ୍ପୋ ପ୍ରକାଶ କରିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.