ପୁରୀ ୧୭/୯ : ଦୃଷ୍ଟି ବାଧିତ ୪ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଲାପଟପ ପ୍ରଦାନ କରିଛନ୍ତି।ଏହି ମେଧାବୀମାନଙ୍କୁ ଉଚ୍ଚ ଶିକ୍ଷାରେ ସହାୟତା ପାଇଁ ଲାପଟପ ପ୍ରଦାନ କରାଯାଇଛି। ଲାପଟପ ମାଧ୍ୟମରେ ମେଧାବୀ ପିଲାମାନେ ସେମାନଙ୍କ କ୍ୟାରିଅରକୁ ଆଗକୁ ନେବା ସହ ସମାଜରେ ସଫଳ ହୋଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।
ରେଭେନ୍ସା ବିଶ୍ୱବିଦ୍ୟାଳୟ ରେ ପଢ଼ୁଥିବା ସ୍ୱାଧୀନ ଜେନା ଓ ସତ୍ୟଭାମା ରାଉତ, ଡେଲାଙ୍ଗ ଗାଦୀବ୍ରହ୍ମ ଡିଗ୍ରୀ କଲେଜ ଛାତ୍ର ଆକାଶ ପରିଡା, ସାତପଡ଼ା ପଞ୍ଚାୟତ ଡିଗ୍ରୀ କଲେଜ ଅଫ ଏଜୁକେଶନର ଛାତ୍ର ବାପି ଜେନା ଏହି ଲାପଟପ ପାଇଥିଲେ।ଏହି ବଣ୍ଟନ ସମୟରେ ଉପଜିଲ୍ଲାପାଳ ଗୋପୀନାଥ କୁଅଁର,ଅତିରିକ୍ତ ଏସ ପି ଦେବବ୍ରତ ଚକ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଭ୍ରାଶୁଂ ଶେଖର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।