ଭୁବନେଶ୍ବର,୨୪।୯ : ଭୁବନେଶ୍ୱରରେ ଦୁର୍ଗାପୂଜାରେ ବାଜିବନୀ ଡିଜେ। ପୂଜା ଓ ଭସାଣୀ ସମୟରେ ବାଜିବନୀ ଡିଜେ । ରାସ୍ତାରେ ଗଡିବନି ଡିଜେ ଗାଡି। ମଦ ମୁକ୍ତ ଓ ପ୍ଲାଷ୍ଟିକ ମୁକ୍ତ ପୂଜା ପାଇଁ ନିଷ୍ପତ୍ତି ନିଆଯାଇଛି। ନିଶାମୁକ୍ତ ପୂଜା ପାଇଁ ପୂଜା କମିଟି ଦେବେ ସତ୍ୟପାଠ। ରାଜଧାନୀର ସମସ୍ତ ପୂଜା କମିଟି ଓ କମିଶନରେଟ ପୋଲିସ ମଧ୍ୟରେ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ରାଜଧାନୀର ସମସ୍ତ ପୂଜା କମିଟି ଓ କମିଶନରେଟ ପୋଲିସ ମଧ୍ୟରେ ମଙ୍ଗଳବାର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା ଅଧକ୍ଷତା କରିଥିଲେ। ବୈଠକରେ ଭୁବନେଶ୍ୱର ମଧ୍ୟ, ଏକମ୍ର, ଉତ୍ତର, ଜୟଦେବ ନିର୍ବାଚନ ମଣ୍ଡଳୀର ବିଧାୟକ,ମେୟର ସମେତ ସମସ୍ତ ଦୁର୍ଗାପୂଜା କମିଟି ଓ ଭସାଣୀ କମିଟି ସଦସ୍ୟ ଉପସ୍ଥିତ ଥିଲେ। ଦୁର୍ଗା ପୂଜା ଓ ଭସାଣୀ ବେଳେ ଡିଜେ ବାଜିବନି ବୋଲି ନିଷ୍ପତ୍ତି ନିଆଯାଇଛି।
ପୂର୍ବରୁ କଟକର ପ୍ରସିଦ୍ଧ ଦୁର୍ଗାପୂଜା ଭସାଣିରେ ଡିଜେ ବାଜିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ନିଶା ମୁକ୍ତ ଭସାଣୀ ସହ ଡିଜେ ମୁକ୍ତ ରୋଷଣୀ ହେବ କଟକ ଶାନ୍ତି କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। କେବଳ ଛଅଟି ବକ୍ସକୁ ଏକା ଥରକେ ବଜାଇବାକୁ ଅନୁମତି ଦିଆଯାଇଥିଲା।