ପ୍ରମୂଖ ଖବର

ସବୁଜ ପନିପରିବା ରୋଷେଇ କରିବା ବେଳେ କରନ୍ତୁନି ଏହି ଭୁଲ, ମିଳିବନି ଆବଶ୍ୟକ ପୋଷକ ତତ୍ତ୍ୱ

ଭୁବନେଶ୍ୱର ୧୮/୦୪: ସୁସ୍ଥ ରହିବା ପାଇଁ ଡାଏଟ୍‌ରେ ସବୁଜ ପନିପରିବା ସାମିଲ୍‌ କରିବା ଗୁରୁତ୍ୱପୂର୍ଣ୍ଣ । ଏହା ଶରୀରରେ ଭିଟାମିନ୍ସ ଓ ମିନେରାଲ୍ସ ଅଭାବକୁ ପୂରଣ କରିଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଅନେକ ସଂକ୍ରମଣରୁ ରକ୍ଷା କରିଥାଏ । କିନ୍ତୁ ଆମେ ସବୁଜ ପନିପରିବା ରୋଷେଇ କରିବା ସମୟରେ ବହୁ ଛୋଟ ଛୋଟ ଭୁଲ୍‌ କରିଥାଉ, ଯାହାଦ୍ୱାରା ଅନେକ ପୋଷକ ତତ୍ତ୍ୱ ନଷ୍ଟ ହୋଇ ଯାଇଥାଏ । ସବୁଜ ପନିପରିବାକୁ ଅଲଗା ଅଲଗା ଭାବେ ଆମେ ଡାଏଟ୍‌ରେ ସାମିଲ୍‌ କରିଥାଉ । କିଛିଲୋକ ଏହାକୁ କଞ୍ଚା ଖାଉଥିବା ବେଳେ କିଛି ରୋଷେଇ କରି ଖାଇଥାନ୍ତି । ଆଉ କିଛି ଲୋକ ସବୁଜ ପନିପରିବାକୁ ନେଇ ଭିନ୍ନ ଭିନ୍ନ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି । କିନ୍ତୁ ରୋଷେଇ କରିବା ସମୟରେ ଅନେକ ଛୋଟ ଛୋଟ ଭୁଲ୍‌ କରିଥାନ୍ତି, ଯାହାକୁ ଏଡାଇବା ଜରୁରି । ନଚେତ୍‌ ଆମକୁ ସେଥିରୁ ଆବଶ୍ୟକ ପୋଷକ ତତ୍ତ୍ୱ ମିଳି ପାରିନଥାଏ । ତା’ସହିତ ସ୍ୱାଦ ମଧ୍ୟ ବିଗିଡିଯାଇଥାଏ । ଚାଲନ୍ତୁ ଜାଣିବା ସେହି ଭୁଲ୍‌ଗୁଡିକ କ’ଣ? 

ପରିବାକୁ ଉଷୁମ ପାଣିରେ ସଫା ନ କରିବା :

ସବୁଜ ପନିପରିବାକୁ କାଟିବା ପୂର୍ବରୁ କିଛି ସମୟ ପାଇଁ ଉଷୁମ ପାଣିରେ ଧୋଇବା ଉଚିତ୍‌ । ଅଧିକାଂଶ ଲୋକ ଏପରି କରିନଥାନ୍ତି । ଏପରି କରିବା ଦ୍ୱାର ସବୁଜ ପରିବାର ରଙ୍ଗ, ଟେକ୍ସଚର୍‌ ଓ ପୋଷକ ତତ୍ତ୍ୱ ବଜାୟ ରହିଥାଏ । ଏହା ସହିତ ପରିବା ଉପରେ ଥିବା ବ୍ୟାକ୍ଟେରିଆ ଓ ଅପରିଷ୍କାର ମଧ୍ୟ ବାହାରି ଯାଇଥାଏ । 

ଅଧିକ ପାଣିର ଉପଯୋଗ କରିବା :

ସବୁଜ ପରିବାକୁ ସିଝାଇବା କିମ୍ବା ବାମ୍ଫ ଦେଇ ରୋଷେଇ କରିବା ସମୟରେ ଅଧିକ ପାଣିର ବ୍ୟବହାର କରିବାଠାରୁ ଦୂରେଇ ରୁହନ୍ତୁ । ଏପରି କରିବା ଦ୍ୱାରା କେବଳ ଖାଦ୍ୟର ସ୍ୱାଦ ନୁହେଁ,ପୋଷକ ତତ୍ତ୍ୱ ମଧ୍ୟ ନଷ୍ଟ ହୋଇଥାଏ । ତେଣୁ ପରିବା ସିଝାଇବା ସମୟରେ ଯଥାସମ୍ଭବ ଆବଶ୍ୟକ ପାଣି ଦେବାକୁ ଚେଷ୍ଟା କରନ୍ତୁ । 

ଅଧିକ ସମୟ ଯାଏଁ ଆଞ୍ଚରେ ରଖିବା :

ସବୁଜ ପରିବାକୁ ରୋଷେଇ କରିବା ସମୟରେ ଖୁବ୍‌ ଶୀଘ୍ର ଖାଦ୍ୟ ସିଝି ଯାଇଥାଏ । ତେଣୁ ଅଧିକ ସମୟଯାଏଁ ଏହାକୁ ଆଞ୍ଚରେ ରଖନ୍ତୁନି । ପରିବା ସିଝିବା ପରେ ଯଥାସମ୍ଭବ କମ୍‌ ଆଞ୍ଚରେ ରଖନ୍ତୁ । ନଚେତ୍‌ ଖାଦ୍ୟର ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ 

ଠିକ୍‌ ଭାବେ ମସଲା ନ ଦେବା :

ପରିବାର ସ୍ୱାଦ ଅନେକାଂଶରେ ନିର୍ଭର କରିଥାଏ ସେଥିରେ ଦିଆଯାଉଥିବା ମସଲା ଉପରେ । ଏହି ନିୟମ ସବୁଜ ପରିବା ଉପରେ ମଧ୍ୟ ଲାଗୁ ହୋଇଥାଏ । ରୋଷେଇ ସମୟରେ ଯଦି ସେଥିରେ ଦିଆଯାଉଥିବା ମସଲା ସବୁ ପରିବାରେ ଠିକ୍‌ ଭାବେ ମିଶି ନଥାଏ,ତେବେ ମଧ୍ୟ ଖାଦ୍ୟ ସ୍ୱାଦହୀନ ଲାଗିଥାଏ । ପରିବାର ସ୍ୱାଦକୁ ବଢାଇବା ପାଇଁ ଏଥିରେ ଲୁଣମସଲା ବ୍ୟତୀତ ଅନ୍ୟାନ୍ୟ ହର୍ବ୍ସ ମଧ୍ୟ ବ୍ୟବହାର କରିପାରିବେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.