ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ଲେନ୍‌ରେ ଯା’ଆସ କରିବା ସମୟରେ କାନ ଯନ୍ତ୍ରଣା ହେଉଛି କି? ଜାଣନ୍ତୁ କେମିତି ପାଇବେ ଏହି ସମସ୍ୟାରୁ ମୁକ୍ତି

ଭୁବନେଶ୍ୱର ୨୪/୦୫: ଏରୋପ୍ଲେନ୍‌ରେ ଯା’ଆସ କରିବା ସମୟରେ କିଛି ଲୋକଙ୍କର କାନରେ ଯନ୍ତ୍ରଣା ହୋଇଥାଏ କିମ୍ବା କିଛି ଶୁଣାଯାଇନଥାଏ । ପ୍ଲେନ୍‌ର ଏୟାର୍‌ ପ୍ରେସର୍‌ରେ ପରିବର୍ତ୍ତନ ଆସିବା ଯୋଗୁ ଏପରି ହୋଇଥାଏ । ଏହାକୁ ଏରୋପ୍ଲେନ୍‌ ଇଅର୍‌ କୁହାଯାଏ । ପ୍ଲେନ୍‌ରେ ଯାତ୍ରା କରିଥିବା ପ୍ରାୟ ସମସ୍ତେ ଏହି ସମସ୍ୟା କେବେ ନା କେବେ ନିଶ୍ଚୟ ଅନୁଭବ କରିଥିବେ । ପ୍ଲେନ୍‌ରେ ଯା’ଆସ କରିବା ସମୟରେ କିଛିଲୋକ ଏଭଳି ସମସ୍ୟାକୁ ସାମ୍ନା କରିଥାନ୍ତି । ଏହା ମୁଖ୍ୟତଃ ପ୍ଲେନ୍‌ ଉଠିବା କିମ୍ବା ଓହ୍ଲାଇବା ସମୟରେ କିମ୍ବା ଉଚ୍ଚାରେ ଉଡିବା ସମୟରେ ଚାପ କାରଣରୁ ହୋଇଥାଏ । ଚାଲନ୍ତୁ ଜାଣିବା ଏହି ସମସ୍ୟାରୁ କେମିତି ପାଇପାରିବେ ମୁକ୍ତି । 

ଟେକ୍‌ ଅଫ୍‌ ଓ ଲ୍ୟାଣ୍ଡିଂ ସମୟରେ ଶୁଅନ୍ତୁନି :

ପ୍ଲେନ୍‌ ଉଡିବା ସମୟରେ ଶୋଇବାରେ କୌଣସି ସମସ୍ୟା ନାହିଁ । କିନ୍ତୁ ଟେକ୍‌ ଅଫ୍‌ କିମ୍ବା ଲ୍ୟାଣ୍ଡିଂ ସମୟରେ ଶୋଇଲେ ଏହା ଯନ୍ତ୍ରଣାର କାରଣ ହୋଇପାରେ । ତେଣୁ ଯଦି ପ୍ଲେନ୍‌ରେ ଶୋଇବାର ଅଛି, ତେବେ ଲ୍ୟାଣ୍ଡିଂ ପୂର୍ବରୁ ଉଠିବା ପାଇଁ ଆଲାରାମ୍‌ ଦେଇପାରିବେ । ଏପରି କରିବା ଦ୍ୱାରା କାନ ଯନ୍ତ୍ରଣାରୁ ରକ୍ଷା ପାଇପାରିବେ । 

ଚ୍ୟୁଇଁଗମ୍‌ :

ଚ୍ୟୁଇଁଗମ୍‌ ଚୋବାଇବା ଦ୍ୱାରା କାନ ଯନ୍ତ୍ରଣାକୁ ରୋକାଯାଇପାରିବ । ଏହାକୁ ଚୋବାଇବା ଦ୍ୱାରା ଟେକ୍‌ ଅଫ୍‌ ଓ ଲ୍ୟାଣ୍ଡିଂ ସମୟରେ ଏୟାର୍‌ ପ୍ରେସର୍‌ରେ ପରିବର୍ତ୍ତନ କମ୍‌ ହେବାରେ ସହାୟତା ମିଳିଥାଏ । ଚ୍ୟୁଇଁଗମ୍‌ ଚୋବାଇବା ଦ୍ୱାରା ମାଂସପେଶୀ ସକ୍ରିୟ ରହିଥାଏ, ଯାହାଦ୍ୱାରା କାନର ୟୁଷ୍ଟେସିଆନ୍‌ ଟ୍ୟୁବ୍‌ ଖୋଲିଯାଇଥାଏ । ଏହି ଟ୍ୟୁବ୍‌ କାନର ମଧ୍ୟଭାଗରୁ ପଛ ପରଦା ଦେଇ ନାକ ଓ ଗଳାପଛ ଯାଏ ରହିଥାଏ ଏବଂ କାନରୁ ତରଳ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । ଯଦି ଏଥିରେ ସଂକ୍ରମଣ ବା ପ୍ରଦାହ ହୁଏ, ତେବେ ସମସ୍ୟା ହୋଇଥାଏ ।

 ଚେଷ୍ଟା କରନ୍ତୁ :

ଏହି ଯନ୍ତ୍ରଣାକୁ କମ୍‌ କରିବା ପାଇଁ ଡାକ୍ତରଙ୍କ ପରାମର୍ଶକ୍ରମେ ବଜାରରେ ମିଳୁଥିବା ଔଷଧ ମଧ୍ୟ ଖାଇ ପାରିବେ । ଏହି ଔଷଧକୁ ପ୍ଲେନ୍‌ ଛାଡ଼ିବାର ଅଧାଘଣ୍ଟା ପୂର୍ବରୁ ନେବାକୁ ପଡିଥାଏ । 

ଇଅର୍‌ ପ୍ଲଗ୍‌ :

ଇଅର୍‌ ପ୍ଲଗ୍‌ ବ୍ୟକ୍ତିକୁ ଶୋଇବା କିମ୍ବା କାମ ଉପରେ ଫୋକସ୍‌ ଅବା ଶବ୍ଦରୁ ରକ୍ଷା କରିଥାଏ । ଏହା ପ୍ଲେନ୍‌ ଉଡିବା ସମୟରେ କାନ ଉପରେ ଆସୁଥିବା ଚାପକୁ ମଧ୍ୟ ନିୟନ୍ତ୍ରିତ କରିଥାଏ । ଯଦି ଆପଣ ପ୍ଲେନ୍‌ ଉଡିବା ସମୟରେ ଶୋଇବାକୁ ଚାହାନ୍ତି, ତେବେ ଇଅର୍‌ ପ୍ଲଗ୍‌ ବ୍ୟବହାର କରିପାରିବେ । ଏହା ମଧ୍ୟ ଯନ୍ତ୍ରଣାରୁ ରକ୍ଷା କରିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.