ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ମୋର ନୁହେଁ, ତ କାହାର ନୁହେଁ...’ ନର୍ସଙ୍କୁ ଗୁଳି ମାରିଲେ ଡାକ୍ତର, ସିସିଟିଭିରେ କଏଦ ହେଲା ପୁରା ଘଟଣା

ଜବଲପୁର,୯।୨: ନର୍ସଙ୍କ ପ୍ରେମରେ ପାଗଳ ହେଲେ  ଡାକ୍ତର। ଦିନ ଦ୍ବିପ୍ରହରେ ମାରିଲେ ଗୁଳି। ଦୁହେଁ ୪ ବର୍ଷ ହେଲା ପରସ୍ପରକୁ ଭଲ ପାଉଥିଲେ କିନ୍ତୁ  ଏବେ ଘଟିଛି କରୁଣ ପରିସ୍ଥିତି। ପୋଲିସ ଅଭିଯୁକ୍ତ ଡାକ୍ତରକୁ ଗିରଫ କରିଛି। ଡାକ୍ତରଙ୍କ କହିବା ଅନୁସାରେ, ସେ ନର୍ସ ଜଣଙ୍କୁ ବହୁତ ଭଲ ପାଉଥିଲେ, କିନ୍ତୁ ସେ ତାଙ୍କୁ ଆଉ ସମୟ ଦେଉନଥିଲେ। ଡାକ୍ତରଙ୍କୁ ସନ୍ଦେହ ଥିଲା ଯେ, ନର୍ସ ଜଣକ ଆଉ କେଉଁ ଯୁବକ ସହିତ କଥା ହେଉଛନ୍ତି। ଗୁଳି କରିବାର ଦେଢ ମାସ ପୂର୍ବରୁ ଅଭିଯୁକ୍ତ ଡାକ୍ତର ହତ୍ୟା କରିବାର ଷଡଯନ୍ତ୍ର କରିଥିଲେ।

ଅଭିଯୁକ୍ତ ଡାକ୍ତର ଜଣକ ହେଉଛନ୍ତି ସନ୍ଦୀପ ସୋନି। ସନ୍ଦୀପ ଓ ନର୍ସ ମାଧବୀଙ୍କ ବନ୍ଧୁତ୍ବ ୪ ବର୍ଷ ପୂର୍ବେ ହୋଇଥିଲା। ଅଭିଯୁକ୍ତକୁ ସନ୍ଦେହ ଥିଲା ନର୍ସ ଜଣକ ଅନ୍ୟ କାହା ସହ କଥା ହେଉଛନ୍ତି। ଅଭିଯୁକ୍ତ ଡାକ୍ତର ଜଣକ କହିଛନ୍ତି, ସେ ଯଦି ମୋର ନୁହେଁ, ତେବେ ଅନ୍ୟ କାହାର ବି ହୋଇପାରିବନି। 

ନର୍ସଙ୍କୁ ଜୀବନରେ ମାରିବା ପାଇଁ ଡାକ୍ତର ଜଣକ ଦେଢ ମାସ ପୂର୍ବେ ୧୦ ହଜାର ଟଙ୍କା ଦେଇ ଏକ ଦେଶୀ ବନ୍ଦୁକ କିଣିଥିଲେ। ଆଉ ଏକ ଛୁରୀ ମଧ୍ୟ ଅନଲାଇନ୍‌ରେ ମଗାଇଥିଲେ। ବୁଧବାର ସକାଳେ ସେ ଦିନ ଦ୍ବିପ୍ରହରେ ନର୍ସଙ୍କ ଉପରକୁ ଗୁଳିମାଡ କରିଥିଲା। ସିସିଟିଭିରେ ଏହି ପୁରା ପାଗଳପଣ ଦେଖିବାକୁ ମିଳିଛି। ଗୁଳି ମାଡ ହେବାପରେ ନର୍ସ ଜଣକ ଏବେ ଗୁରୁତର ଥିବା ବେଳେ ତାଙ୍କର ଚିକିତ୍ସା ଚାଲିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.