ମାଲକାନଗିରି, ୧୦/୯ : ଟ୍ରାକ୍ଟରରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ପାଣି ଘେରରେ ଥିବା ଗାଁକୁ ଯାଇ ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଛନ୍ତି । ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଗାଁ ଗୁଡ଼ିକ ପାଣିରେ ବୁଡି ଯାଇଥିବାରୁ ଗ୍ରାମବାସୀ ଚିକିତ୍ସା ପାଇଁ ହସ୍ପିଟାଲକୁ ଯାଇପାରୁ ନ ଥିବାରୁ ଭରା ପାଣି ଭିତରେ ଟ୍ରାକ୍ଟରରେ ଯାଇ ରୋଗୀ ସେବା କଲେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ। ମାଲକାନଗିରି ଜିଲ୍ଲା ସଦର ବ୍ଲକରେ ଥିବା ନୂଆଗୁଡାରୁ ଗର୍ଭବତୀ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ସେ ସ୍ଥାନୀୟ ଆଶା କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଯୋଗାଯୋଗ କରିଥିଲେ ।
ତେବେ ନୂଆଗୁଡାରେ ଗାଁ ନିକଟରେ ରାସ୍ତା ଉପରେ ପାଣି ଥିବାରୁ ଲୋକେ ଯିବା ଆସିବା କଷ୍ଟକର ହୋଇଥିବା ବେଳେ ଛୋଟ ଗାଡି ଯିବା ମଧ୍ୟ କଷ୍ଟକର ଥିବାରୁ ବାଧ୍ୟ ହୋଇ ଟ୍ରାକ୍ଟରରେ ବସି ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ସେହି ଗାଁରେ ପହଁଚି ଓ ଟ୍ରାକ୍ଟରରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ପାଣିଘେରରେ ଥିବା ଗାଁକୁ ଯାଇ ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଲେ। ସେଠାରେ ପହଞ୍ଚି ଗର୍ଭବତୀ ଜଣଙ୍କୁ ଉଧାର କରି ଟ୍ରାକ୍ଟରରେ ବୋହି ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ।
ସେହିପରି ମାଥିଲି ବ୍ଲକ କମାରପାଲି ଅଞ୍ଚଳରେ ଅନେକ ଲୋକ ଅସୁସ୍ଥ ଥିବା ଖବରପାଇ ସ୍ବାସ୍ଥ୍ୟ ଟିମ୍ ପାଣି ଘେରରେ ଯିବାକୁ କୌଣସି ବାଟ ନ ପାଇ ଶେଷରେ ଡାକ୍ତର, ଆଶା କର୍ମୀ ଏବଂ ପୁରା ଟିମ୍ ଏକ ଟ୍ରାକ୍ଟର ଯୋଗେ ଅଣ୍ଟାଏ ଉଚ୍ଚ ପାଣି ଭିତରେ ବିପଦସଙ୍କୁଳ ଅବସ୍ଥାରେ ବାହାରିଥିଲେ। ଶେଷରେ ରୋଗୀଙ୍କ ପାଖରେ ପହଞ୍ଚି ସ୍ବାସ୍ଥ୍ୟସେବା ଯୋଗାଇଛନ୍ତି। ସ୍ୱାସ୍ଥ୍ୟ ସେବାର ଏପରି ଚିତ୍ରକୁ ଦେଖି ସାଧାରଣରେ ସମସ୍ତେ ଏହାକୁ ବେଶ ପ୍ରଶଂସା କରିଛନ୍ତି।