ପ୍ରମୁଖ ଖବର
  • ଇଓଡବ୍ଲ୍ୟୁ ପଞ୍ଝାରେ ୨ କୁଖ୍ୟାତ କ୍ରିପ୍ଟୋ ଠକ, ୧୫ କୋଟି ଟଙ୍କାର ଠକେଇ ଅଭିଯୋଗ
  • ||
  • ସ୍ଵାମୀ ସରୋଜଙ୍କ ସହ ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ, ବିଜେଡିରୁ ଦେଇଥିଲେ ଇସ୍ତଫା
  • ||
  • ମେ ୩୧ରେ ଆସିବ ‘ମିଷ୍ଟର ଆଣ୍ଡ ମିସେସ୍‌ ମାହି’, ଦେଖିବାକୁ ମିଳିବ ରାଜକୁମାର-ଜାହ୍ନବୀଙ୍କ ଜବରଦସ୍ତ କେମେଷ୍ଟ୍ରି
  • ||
  • ଖାଉଟିଙ୍କ ପକେଟକୁ ମହଙ୍ଗା ମାଡ଼: ଟ୍ୱିନ୍‌ ସିଟିରେ ଆଳୁ କିଲୋ ୩୦ ଟଙ୍କା, ସପ୍ତାହକରେ ୮ ଟଙ୍କା ବଢ଼ିଲାଣି
  • ||
  • ପ୍ଲାଷ୍ଟିକ ବଜାରକୁ ନେଇ ବିବାଦ: ଆଜି ୧୨ ସଂଘ-ବିଏମ୍‌ସି ବୈଠକ
  • ||
  • ସୋମବାର ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ଉତ୍ସବ, ମଙ୍ଗଳବାର ଶ୍ରୀଜିଉଙ୍କ ରଥଯାତ୍ରା
  • ||
  • ପାରାଦୀପରେ ୬୧ ଦିନ ଯାଏଁ ମାଛଧରା ବନ୍ଦ, ମାଛ ସଂରକ୍ଷଣକୁ ଦୃଷ୍ଟିରେ ରଖି ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ
  • ||
  • ଓଡ଼ିଶାରେ ମୋଦି ନୁହେଁ, ‘ନବୀନ ଗ୍ୟାରେଣ୍ଟି’: ଚାଲିଛି ମତାମତ ସଂଗ୍ରହ, ଖୁବ୍‌ଶୀଘ୍ର ବିଜେଡିର ଇସ୍ତାହାର
  • ||
  • IPL 2024: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ଟକ୍କର, ରୟାଲର କ୍ଲାସେନ ଭୟ
  • ||
  • ରାଜ୍ୟରେ ପୁଣି ପ୍ରଚଣ୍ଡ ତାତି, ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ପାରଦ: ୧୮ ଯାଏ ଭୀଷଣ ଗ୍ରୀଷ୍ମପ୍ରବାହ
  • ||

‘ମୋ ଅପେକ୍ଷା କରିଛି କୃଷ୍ଣନଗର କ୍ଲିନିକ୍’, ବିଜେପି ଟିକେଟ୍ କଟିବା ପରେ ରାଜନୀତିକୁ ବାଏ ବାଏ କହିଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ, ୦୩/୦୩: ବିଜେପି ପକ୍ଷରୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ତାଲିକା ପରେ ଅନେକ ବରିଷ୍ଠ ନେତା ରାଜନୀତିକୁ ବାଏ ବାଏ କହିବା ଆରମ୍ଭ କଲେଣି । ଗୌତମ ଗମ୍ଭୀର ଏବଂ ଜୟନ୍ତ ସିହ୍ନା ତାଲିକା ଆସିବା ପୂର୍ବରୁ ସକ୍ରିୟ ରାଜନୀତିରୁ ନିଜକୁ ଅଲଗା କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏବେ ତାଲିକା ଆସିବା ପରେ ଡା. ହର୍ଷବର୍ଦ୍ଧନ ମଧ୍ୟ ରାଜନୀତି ଛାଡ଼ିବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟାରେ ବିଜେପି ଜାରି କରିଥିଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଯେଉଁଥିରେ ଡା. ହର୍ଷବର୍ଦ୍ଧନଙ୍କ ଟିକେଟ୍ କାଟି ଦିଆ ଯାଇଥିଲା । ଏହା ପରେ ହର୍ଷବର୍ଦ୍ଧନ ସୋସିଆଲ୍ ମିଡିଆରେ ଏକ ଲମ୍ବା ପୋଷ୍ଟ କରି ରାଜନୀତିରୁ ସନ୍ୟାସ ନେବାକୁ ନିଷ୍ପତ୍ତି ନେଇଛନ୍ତି ।

ଏବେ ଦିଲ୍ଲୀର ଚାନ୍ଦିନୀ ଚୌକ ଆସନରୁ ବିଜେପିର ଲୋକସଭା ସାଂସଦ ଅଛନ୍ତି ହର୍ଷବର୍ଦ୍ଧନ । କିନ୍ତୁ ୨୦୨୪ ସାଧାରଣ ନିର୍ବାଚନ ଲାଗି ବିଜେପି ଉକ୍ତ ଆସନରୁ ତାଙ୍କୁ ପୁଣି ଥରେ ପ୍ରାର୍ଥୀ କରିନାହିଁ । ଏଥର ପ୍ରବୀଣ ଖଣ୍ଡେଲୱାଲଙ୍କୁ ଦଳ ଟିକେଟ୍ ଦେଇଛି । ମୋଦି ସରକାରରେ ଡ. ହର୍ଷବର୍ଦ୍ଧନ୍ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ । କୋଭିଡ୍ ସମୟରେ ସେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ।

ଏବେ ସୋସିଆଲ୍ ମିଡିଆ ପୋଷ୍ଟରେ ହର୍ଷବର୍ଦ୍ଧନ ଲେଖିଛନ୍ତି, ୩୦ ବର୍ଷରୁ ଅଧିକ ରାଜନୈତିକ ଜୀବନରେ ମୁଁ ୫ଟି ବିଧାନସଭା ଓ ୨ଟି ଲୋକସଭା ନିର୍ବାଚନ ଲଢ଼ିଛି । ମୁଁ ବଡ଼ ବ୍ୟବଧ୍ୟାନରେ ବିଜୟୀ ହେବା ସହ ଦଳ ଓ ରାଜ୍ୟ ଏବଂ କେନ୍ଦ୍ର ସରକାରରେ ଗୁରୁତ୍ୱପୂର୍ଣ୍ଣ ପଦରେ କାମ କରିଛି । ଏବେ ପୁରୁଣା ସ୍ଥାନକୁ ଫେରିଯିବାକୁ ହାତ ଯୋଡ଼ି ଅନୁମତି ଚାହୁଁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.