ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ଆମେରିକାକୁ ଧମକ ଦେଲା ଚୀନ୍, କହିଲା – ଏମିତି ହରକତ କଲେ ...

ନୂଆଦିଲ୍ଲୀ: ଆମେରିକାକୁ ଖୋଲା ଧମକ ଦେଲା ଚୀନ୍‌। ଯଦି ଦକ୍ଷିଣ ଚୀନ ସାଗରରେ ଆଗକୁ ଆଗେଇବାକୁ ଚେଷ୍ଟା କଲେ ସ୍ଥିତି ଭୟଙ୍କର ହେବ। ଯିଏ ବି ଚୀନ ସେନାର ସମ୍ମୁଖକୁ ଆସିବ ,ତାକୁ ଦଳି ଚକଟି ଦବୁ। ଚୀନର ରାଜଧାନୀ ବେଜିଂରେ ଅନୁଷ୍ଠିତ ଏକ ସେନା ପ୍ରତିରକ୍ଷା ବୈଠକ ଅବସରରେ ଜଣେ ବରିଷ୍ଠ ସେନା ଅଧିକାରୀ ଏହି କଥା କହିଛନ୍ତି । ଦକ୍ଷିଣ ଚୀନ ସାଗର ସହିତ, ନିଜ କ୍ଷେତ୍ରରେ କୌଣସି ବି ବିଦେଶୀ ହରକତକୁ ଚୀନ କଦାପି ଅଣଦେଖା କରିବ ନାହିଁ। ଆମେ ଅନୁପ୍ରବେଶ କରୁଥିବା କୌଣସି ବି ଶକ୍ତିକୁ ଜବାବ ଦେବାରେ ସକ୍ଷମ। ଆମର ଆଶା କି ଦକ୍ଷିଣୀ ଚୀନ ସାଗର ଶାନ୍ତିର ସାଗର ହୋଇ ରହୁ।

ଚୀନର ଲେଫ୍ଟିନେଣ୍ଟ ଜେନେରାଲ ହେ ଲେଇ କହିଛନ୍ତି , ଯଦି ଆମେରିକା ଆଉ କାହାକୁ ଆମର ସାମୁଦ୍ରିକ ସୀମା ଭିତରେ ପଶିବାକୁ ଉସୁକାଏ ବା ନିଜେ ମଧ୍ୟ ଭିତରକୁ ଆସିବାକୁ ଚେଷ୍ଟା କରେ ତ, ଆମର ସେନା ମଧ୍ୟ ଧୈର୍ଯ୍ୟର ସହ ରହି ପାରିବେ ନାହିଁ। ଆମେ ଯୁଦ୍ଧ ଚାହୁଁ ନାହୁଁ , କିନ୍ତୁ ଆମର ସାର୍ବଭୌମତ୍ୱ ଉପରେ ଯଦି ସମସ୍ୟା ଆସେ ତ ଆମେ ଏଥିରେ ପଛକୁ ହଟିବୁ ନାହିଁ।

ଲେଫ୍ଟିନେଣ୍ଚ ଜେନେରାଲ ଆହୁରି ମଧ୍ୟ କହିଛନ୍ତି , ଆମ ସେନା କୌଣସି ବି ସ୍ଥିତିରେ ନିଜ ଦେଶର ସବୁ ସୀମାକୁ ରକ୍ଷା କରିବାରେ ସକ୍ଷମ ଏବଂ ସେ ଏମିତି କୌଣସି ବି ଶତ୍ରୁ ସହ ଲଢି ତାକୁ ଉଚିତ ଜବାବ ଦେବାରେ ତତ୍ପର । ଯିଏ ବି ସୀମାକୁ ପାର୍‌ ହେବାକୁ ଚାହାନ୍ତି ବା କରିବାକୁ ଭାବୁଥାନ୍ତି, ସେମାନେ ଉଚିତ ଜବାବ ପାଇବେ। 

ସୂଚନା ଯେ, ଦକ୍ଷିଣୀ ଚୀନ ସାଗର ସହ ପୂରା ବିବାଦିତ ସାମୁଦ୍ରିକ ଅଞ୍ଚଳରେ ଚୀନର ଆକ୍ରାମକ ନୀତିର ବୃଦ୍ଧି କାରଣରୁ ,ବେଜିଂ ଓ ୱାଂଶିଟନ ମଧ୍ୟରେ ଲଗାତାର ବିବାଦ ଘନେଇଛି। ଏହାର ସବୁଠୁ ବଡ଼ କାରଣ ଏହା ମଧ୍ୟ ଯେ ଆମେରିକା , ତାଇୱାନ ଓ ଜାପାନର ସୁରକ୍ଷା ପାଇଁ ବଚନବଦ୍ଧ ଥିବା ବେଳେ ସେଠାରେ ଚୀନ  ସେମାନଙ୍କ ଉପରେ ଲଗାତାର ଆକ୍ରମଣ ଚଲେଇଛି। 

ନିକଟରେ ଚାଇନା ତଟରକ୍ଷୀ ଦଳ ଦ୍ୱାରା ଫିଲିପାଇନ୍ସର ନୌସେନା ସହ ଯେଉଁ ଅଭଦ୍ର ବ୍ୟବହାର କରାଗଲା , ଏହାପରେ ପୂରା ଦୁନିଆରେ ପୁଣି ଥରେ ଏହି ମାମଲା ସରଗରମ ହୋଇଛି। ଚାଇନା ,ତାଇୱାନକୁ ନିଜର ଅଂଶ ମନେକରୁଛି ଏବଂ ପୂରା ଦୁନିଆ ଏହାକୁ ସ୍ୱୀକାର କରୁ ବୋଲି ଚୀନ ଆଶା କରୁଛି, କିନ୍ତୁ ତାଇୱାନ ନିଜକୁ ଏକ ସ୍ୱତନ୍ତ୍ର ଦେଶ ଭାବେ ମନେକରୁଛି। ଚାଇନା ଫାଇଟର ଜେଟ୍‌ ଲଗାତାର ତାଇୱାନର ବାୟୁସେନାର ଉଲ୍ଲଂଘନ କରି ଚାଲିଛି। ଯେଉଁଥି ପାଇଁ ଆମେରିକା ଓ ଚୀନ ମଧ୍ୟରେ ବିବାଦର ଆଉ ଏକ କାରଣ ସାଜିଛି। 

ଅନ୍ୟପଟେ ଚୀନ ନିଜର ପ୍ରତି ପଡୋଶୀଙ୍କ ସହ ସୀମା ବିବାଦରେ ଲିପ୍ତ ରହିଛି। ନିଜର ବିସ୍ତାରବାଦ ବିଚାର କାରଣରୁ ଚୀନ୍‌ ସର୍ବଦା ଛୋଟ ଛୋଟ ଦେଶ ଉପରେ ପ୍ରଭାବ ବିସ୍ତାର କରିବାରେ ଜଣାଶୁଣା। ଆମେରିକା ଦକ୍ଷିଣ ଚୀନସାଗରରେ ନିଜର କ୍ଷମତାକୁ କମ୍‌ ହେବାକୁ ଚାହୁଁନାହିଁ , ଏଥିପାଇଁ ସାଉଥ୍‌ ଚାଇନା ସମୁଦ୍ରର ଏହି ଲଢେଇ ସିଧା ଆମେରିକା ଓ ଚୀନ ମଧ୍ୟରେ ହେଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.