ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଭାରତରେ ଯୁଦ୍ଧ ବିମାନ ତିଆରି କରିବାର ରାସ୍ତା ସଫା, ‘ଜେନେରାଲ ଇଲେକ୍ଟ୍ରିକ୍‌’କୁ ଆମେରିକା ଦେଲା ସମସ୍ତ ମଞ୍ଜୁରୀ

ନୂଆଦିଲ୍ଲୀ,୧୮।୧୧: ଭାରତରେ ଏଲସିଏ ମାର୍କ ୨ ଯୁଦ୍ଧ ବିମାନର ଇଞ୍ଜିନ ‘ଜେନେରାଲ ଇଲେକ୍ଟ୍ରିକ୍‌’ ସହିତ ମିଶି ତିଆରି କରିବାର ରାସ୍ତା ସଫା ହୋଇଯାଇଛି। ଆମେରିକା ଏ ସମ୍ପର୍କିତ ସବୁ ମଞ୍ଜୁରୀ ଦେଇଛି। ଡିଆରଡିଓର ଚେୟାରମ୍ୟାନ୍ ଡକ୍ଟର ସମୀର ଭି କାମତ କହିଛନ୍ତି, ଏଲସିଏ ମାର୍କ ୨ର ଇଞ୍ଜିନ ଓ ସ୍ବଦେଶୀ ଆଡଭାନ୍ସ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟର ପ୍ରଥମ ଦୁଇଟି ସ୍କ୍ରାଡର୍ନର ନିର୍ମାଣ ହିନ୍ଦୁସ୍ତାନ ଏରୋନୋଟିନ୍ସ ଲିମିଟେଡ୍‌, ଆମେରିକୀୟ କମ୍ପାନୀର ଜେନେରାଲ ଇଲେକ୍ଟ୍ରିକ୍ ସହିତ ମିଶି କାମ କରିବ। ଆମେରିକା ଏ ସମ୍ପର୍କିତ ସବୁ ମଞ୍ଜୁରୀ ଦେଇଛି। 

ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ମୋଦି ଜୁନ୍‌ରେ ଆମେରିକା ଯାତ୍ରା ବେ‌ଳେ ଦୁଇ ଦେଶ ଭିତରେ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଏହା ଅନୁସାରେ, ଆମେରିକୀୟ କମ୍ପାନୀ ଜେନେରାଳ ଇଲେକ୍ଟ୍ରିକ୍‌ ଭାରତୀୟ କମ୍ପାନୀ ହିନ୍ଦୁସ୍ତାନ ଏରୋନିଟିକ୍ସ ଲିମିଟେଡ୍‌ ସହିତ ମିଶି ଯୁଦ୍ଧ ବିମାନର ଇଞ୍ଜିନ ତିଆରି କରିବାକୁ ଯାଉଛି। ଜେନେରାଲ ଇଲେକ୍ଟ୍ରିକ୍ ଆମେରିକା କଂଗ୍ରେସରେ ଏକ ଆବେଦନ ଦେଇ ମିଳିତ ରୂପରେ ଇଞ୍ଜିନ ତିଆରି କରିବାର ମଞ୍ଜୁରୀ ମାଗିଥିଲା। ଏ‌ବେ ଡିଆରଡିଓ ମୁଖ୍ୟ କହିଛନ୍ତି, ଆମେରିକା ସରକାର ଏହି ମଞ୍ଜୁରୀ ଦେଇଛନ୍ତି।

ଜେନେରାଲ ଇଲେକ୍ଟ୍ରିକ୍, ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ସହିତ ମିଶି ଏନ୍‌୪୧୪ ଜେଟ୍‌ ଇଞ୍ଜିନର ନିର୍ମାଣ କରିବ। ଦୁଇ କମ୍ପାନୀ ମିଶିକି ଭାରତରେ ୯୯ ଇଞ୍ଜିନର ନିର୍ମାଣ କରିବ ଓ ଏଥିରେ ଏକ ବିଲିୟନ ଡଲାରରୁ କମ୍ ଖର୍ଚ୍ଚର ଆଶା ଥାଏ। ଜେନେରାଲ ଇଲେକ୍ଟ୍ରିକ୍‌ ଏହି ଇଞ୍ଜିନର ନିର୍ମାଣରେ ଯେଉଁ ଟେକ୍ନୋଲୋଜି ଉପଲବ୍ଧ କରିବ ତହା ଥର୍ମାଲ ବାଧାରୁ ରକ୍ଷା କରିବା ପାଇଁ ସ୍ବତନ୍ତ୍ର କୋଟିଂର ଟେକ୍ନୋଲୋଜି ରହିଛି। ଏଚ୍‌ଏଏଲ୍‌କୁ ଏଲସିଏ ଏମକେ-୨ ତିଆରି କରି ୩ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିପାରେ।

Copyright © 2022 - Summa Real Media Private Limited. All Rights Reserved.