ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ପୋଷ୍ଟାଲ୍‌ ବାଲାଟ୍‌ରେ ଭୋଟ ଦେବେ ନିର୍ବାଚନରେ ନିୟୋଜିତ ଡ୍ରାଇଭର୍‌, କଣ୍ଡକ୍ଟର; କରାଯିବ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର,୨୨/୦୩: ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ଡ୍ରାଇଭର, କଣ୍ଡକ୍ଟର ଓ କ୍ଲିନରମାନେ ମଧ୍ୟ ପୋଷ୍ଟାଲ ବାଲାଟ୍‌ରେ ମତଦାନ କରିବେ। ଓଡ଼ିଶାରେ ମତଦାନ ଦିନ ସେମାନେ ଯେପରି ଠିକ୍‌ ଭାବେ ମତଦାନ କରିପାରିବେ ସେଥିପାଇଁ ସ୍ୱତନ୍ତ୍ର  ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ନୋଡାଲ ଅଧିକାରୀଙ୍କୁ ମନୋନୀତ କରିବେ । ଯେଉଁ ଡ୍ରାଇଭର,  କଣ୍ଡକ୍ଟର ଓ କ୍ଲିନର୍‌ମାନେ ନିର୍ବାଚନ ଗାଡ଼ିରେ ନିୟୋଜିତ ଥିବେ  ସେମାନଙ୍କର ମତଦାନ ସଂକ୍ରାନ୍ତ ସମସ୍ତ ତଥ୍ୟ ନୋଡାଲ ଅଧିକାରୀଙ୍କ ଦ୍ୱାରା ନିଶ୍ଚିତ କରାଯିବ । 

ସେମାନଙ୍କୁ ପୋଷ୍ଟାଲ୍‌ ବାଲାଟ୍‌ ମାଧ୍ୟମରେ ମତଦାନ ପାଇଁ ଫର୍ମ-୧୨ ଯୋଗାଇ ଦିଆଯିବ  । ଏହି ଫର୍ମ-୧୨ରେ ଉକ୍ତ ଡ୍ରାଇଭର, କଣ୍ଡକ୍ଟର ଓ କ୍ଲିନରଙ୍କ ମତଦାନ ସମ୍ବନ୍ଧୀୟ  ଆବଶ୍ୟକ ତଥ୍ୟ ଠିକ୍‌ ଭାବେ ପୂରଣ ହୋଇଥିବା ନିଶ୍ଚିତ କରି  ନୋଡାଲ ଅଧିକାରୀ ସେମାନଙ୍କ ନିର୍ବାଚନମଣ୍ଡଳୀର ରିଟର୍ଣ୍ଣିଂ  ଅଫିସରଙ୍କୁ ଅତି କମ୍‌ରେ ମତଦାନ ତାରିଖର ୭ ଦିନ ପୂର୍ବରୁ  ପଠାଇବେ । ଏହାହେଲେ ଉକ୍ତ ମତଦାତାମାନଙ୍କ ପାଇଁ ପୋଷ୍ଟାଲ୍‌  ବାଲାଟ୍‌ର ବ୍ୟବସ୍ଥା କରାଯାଇ ପାରିବ । ନିର୍ବାଚନ ପରିଚାଳନା  ଅଧିନିୟମ-୧୯୬୧ରେ ନୂତନ ଭାବେ ଯୋଡ଼ା ଯାଇଥିବା ନିୟମ  ୧୮(କ) ଅନୁସାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଭୋଟରମାନେ  କେବଳ "ଫେସିଲିଟେସନ୍‌ ସେଣ୍ଟର'ରେ ହିଁ ମତଦାନ କରିବେ ।  ଏଣୁ ଏହି ଡ୍ରାଇଭର, କଣ୍ଡକ୍ଟର, କ୍ଲିନର୍‌ମାନେ ରିଟର୍ଣ୍ଣିଂ ଅଫିସରଙ୍କ  ଦ୍ୱାରା ସ୍ଥିରୀକୃତ ସ୍ଥାନ ଓ ସମୟ ଅବଧି ମଧ୍ୟରେ ଫେସିଲିଟେସନ୍‌  ସେଣ୍ଟରରେ ମତଦାନ କରିବେ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.