ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସ୍କୁଲ୍‌ରେ ଲାଗୁ ହେବ ଇ-ଉପସ୍ଥାନ: ପରୀକ୍ଷାମୂଳକ ଭାବେ ଭୁବନେଶ୍ୱର, କାଲିମେଳାରେ ଆରମ୍ଭ

ଭୁବନେଶ୍ୱର,୧୨/୦୪: ରାଜ୍ୟରେ ଲାଗୁ ହେବ ଇ-ଉପସ୍ଥାନ । ଏହାକୁ ରାଜ୍ୟ ସାରା ଲାଗୁ କରିବା ପୂର୍ବରୁ ପରୀକ୍ଷାମୂଳକ ଭାବେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ଓ ମାଲକାନଗିରି ଜିଲ୍ଳାର କାଲିମେଳାରେ ଆରମ୍ଭ କରାଯାଇଛି । ଗ୍ରାମାଞ୍ଚଳ ଭାବେ କାଲିମେଳାରେ ଓ ସହରାଞ୍ଚଳ ଭାବେ ଭୁବନେଶ୍ୱରକୁ ନିଆଯାଇଛି । ଏହା ସଫଳ ହେଲେ ରାଜ୍ୟର ସମସ୍ତ ସ୍କୁଲ୍‌ରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଇ- ଉପସ୍ଥାନ କରାଯିବ ବୋଲି ଜଣାପଡ଼ିଛି । ଏଥିପାଇଁ ବିଭାଗ ପକ୍ଷରୁ  ୟୁନିଫାଏଡ୍‌ ଅଟୋମେସନ୍‌ ସିଷ୍ଟମ୍‌ (ୟୁଏଏସ୍‌)  ପୋର୍ଟାଲ୍‌ ବିକଶିତ କରାଯାଇଛି । 

ଏହି ପୋର୍ଟାଲ୍‌  ଅଧୀନରେ ଏକ ଉପସ୍ଥାନ ଆପ୍‌ କରାଯାଇଛି । ଏହି ଆପ୍‌ ଦ୍ୱାରା ଶିକ୍ଷକମାନେ ନିଜର ଉପସ୍ଥାନ  ପକାଇବେ । ଏଥିସହ ପିଲାମାନଙ୍କର ମଧ୍ୟ ଉପସ୍ଥାନ  ପକାଯିବ । ଗତକାଲି ସୁଦ୍ଧା ଭୁବନେଶ୍ୱର ମହାନଗର  ନିଗମରେ ୩୫ଟି ଏବଂ କାଲିମେଳାର ୪ଟି ସ୍କୁଲ୍‌ରେ  ଇ-ଉପସ୍ଥାନ ଆରମ୍ଭ କରାଯାଇଛି । ଭୁବନେଶ୍ୱରର  ୧୦୧ଟି ସରକାରୀ ଓ ବେସରକାରୀ ସ୍କୁଲ୍‌ରେ ଏହାକୁ  କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.