ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ନେପାଳ ଓ ଆଫଗାନିସ୍ତାନରେ ପୁଣିଥରେ ଭୂମିକମ୍ପ ଅନୁଭୂତ, ବିଶେଷଜ୍ଞ କହିଲେ ଆଗାମୀ ଦିନରେ ଏହା ବୃଦ୍ଧି ପାଇବାର ସମ୍ଭାବନା ଯଥେଷ୍ଟ ଅଧିକ…

ନୂଆଦିଲ୍ଲୀ: ନେପାଳରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜିର ସୂଚନା ଅନୁଯାୟୀ, ଭୂମିକମ୍ପର ତୀବ୍ରତା ୩.୬ ରହିଥିଲା । ତେବେ ସବୁଠାରୁ ବଡକଥା ହେଲା ନେପାଳରେ ହୋଇଥିବା ଭୂକମ୍ପର ପ୍ରଭାବ ଭାରତରେ ଅନୁଭୂତ ହୋଇନାହିଁ । କେବଳ ନେପାଳ ନୁହେଁ ବରଂ ଆଫଗାନିସ୍ତାନର  ଫୈଜାବାଦରେ ମଧ୍ୟ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ ଆଫଗାନିସ୍ତାନରେ ୪.୫ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି।

 ସୂଚନାଥାଉକି, ଶୁକ୍ରବାର ବିଳମ୍ବିତ ରାତିରେ ନେପାଳରେ ୬.୪ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପରେ ୧୫୭ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହି ସମୟରେ ଅତି କମରେ ୩୭୫ ଜଣ ଆହତ ହୋଇଥିଲେ । ସେଠାରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି । ଶୁକ୍ରବାର ଦିନ ନେପାଳର ଜଜାର୍କୋଟ ଜିଲ୍ଲାରେ ଘଟିଥିବା ଭୂକମ୍ପ ଯୋଗୁଁ ବହୁ ଧନସମ୍ପତ୍ତି ନଷ୍ଟ ହୋଇଛି । ଗତ ମାସରେ ମଧ୍ୟ ନେପାଳରେ ଅନେକ ଥର ଭୂକମ୍ପ ଅନୁଭୂତ ହୋଇଥିଲା ।

ଶୁକ୍ରବାର ଦିନ ପଶ୍ଚିମ ନେପାଳରେ ଘଟିଥିବା ଏହି ଶକ୍ତିଶାଳୀ ଭୂକମ୍ପକୁ ନେଇ ବୈଜ୍ଞାନିକ ଚିନ୍ତାପ୍ରକାଶ କରିଛନ୍ତି । ଏକ ଗବେଷଣାରୁ ବୈଜ୍ଞାନିକ ମାନେ ଜାଣିବାକୁ ପାଇଛନ୍ତି ଯେ ପଶ୍ଚିମ ନେପାଳରେ ପ୍ରାୟ ୫ ଶହ ବର୍ଷ ଧରି ପୃଥିବୀ ପୃଷ୍ଠରେ ବିପୁଳ ଭୂକମ୍ପ ଶକ୍ତି ଜମା ହୋଇ ରହିଛି । ତେଣୁ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଆସନ୍ତା ସମୟରେ ରିଆକ୍ଟର ସ୍କେଲରେ ୮ କିମ୍ବା ଅଧିକ ତୀବ୍ରତାରେ ଭୂକମ୍ପ ହେବାର ସମ୍ଭାବନା ରହିଛି। 

 

 

Copyright © 2022 - Summa Real Media Private Limited. All Rights Reserved.