ନୂଆଦିଲ୍ଲୀ,୧୧।୯: ଦିଲ୍ଲୀ-ଏନସିଆର ସହିତ ଉତ୍ତର ଭାରତରେ ବହୁ ରାଜ୍ୟରେ ଭୂମିକମ୍ପ। ଭାରତ ବ୍ୟତୀତ ପାକିସ୍ତାନ ଓ ଆଫଗାନିସ୍ତାନର ମଧ୍ୟ ଭୂକମ୍ପ ଆସିଥିବାର ଖବର ରହିଛି। ପାକିସ୍ତାନ, ଖବର କାଗଜ ଦ ଟ୍ରିବ୍ୟୁନ୍ର ରିପୋର୍ଟ ଅନୁସାରେ, ଖୈବର ପଖତୁନଖ୍ବାଠାରୁ ନେଇ ପଞ୍ଜାବ ପର୍ଯ୍ୟନ୍ତ ଝଟକା ଅନୁଭବ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୭ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ର ଡେରା ଗାଜି ଖାନ୍ ନିକଟରେ ରହିଛି ବୋଲି କୁହାଯାଉଛି। ଏହି ଭୂକମ୍ପ ପୃଥିବୀଠାରୁ ୧୦ କିଲୋମିଟର ତଳେ ଥିଲା, ଯେଉଁ କାରଣରୁ ଉପରେ ଏହାର କମ୍ ତୀବ୍ରତା ଦେଖିବାକୁ ମିଳିଛି।
ବର୍ତ୍ତମାନ ଭାରତ,ପାକିସ୍ତାନ କିମ୍ବା ଆଫଗାନିସ୍ତାନ ସହ ଅନ୍ୟ କୌଣସି ସ୍ଥାନରେ ଧନଜୀବନ କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ। ଭୂକମ୍ପର ଝଟକା ଦିଲ୍ଲୀ, ପଶ୍ଚିମ ୟୁପି, ହରିୟାଣା, ଜମ୍ମୁ-କଶ୍ମୀର ଓ ପଞ୍ଜାବ ସହିତ ବହୁ ରାଜ୍ୟରେ ଏହା ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର୍ ସେସମୋଲେଜର ସୂଚନା ଅନୁସାରେ, ଭୂକମ୍ପ ଆସିବାର ସମୟ ମଧ୍ୟାହ୍ନ ୧୨.୫୮ ମିନିଟ୍ ଥିଲା।
ଆମେରିକା ଜିଓଲୋଜିକାଲ ସର୍ଭେର କହିବା ଅନୁସାରେ, ଭୂକମ୍ପର ତୀବ୍ରତା ୫.୮ ନୁହେଁ ବଂର ୫.୪ ଥିଲା। ଏହାର ପ୍ରଭାବ ପାକିସ୍ତାନର ପଞ୍ଜାବର ଅଧିକାଂଶ ସହରରେ ଦେଖିବାକୁ ମିଳିଛି। ରାଜଧାନୀ ଇସ୍ଲାମାବାଦ, ମୁଲତାନ ଓ ଲାହୋରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା।