ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହେମା ମାଳିନୀଙ୍କ ଉପରେ ବିବାଦୀୟ ଟିପ୍ପଣୀ କରି ଫସିଲେ ସୁରଜେଓ୍ବାଲା, ଆକ୍ସନ ନେଲେ ନିର୍ବାଚନ ଆୟୋଗ

Image Courtesy: abplive

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ କଂଗ୍ରେସର ମୁଖପାତ୍ର ରଣଦୀପ ସିଂହ ସୁରଜେଓ୍ବାଲାଙ୍କୁ ବଡ଼ ଝଟକା ଲାଗିଛି । ଭାରତୀୟ ନିର୍ବାଚନ ଆୟୋଗ ତାଙ୍କର ନିର୍ବାଚନ ପ୍ରଚାର ଉପରେ ରୋକ ଲଗାଇଛନ୍ତି । ବିଜେପି ସାଂସଦ ପ୍ରାର୍ଥୀ ହେମା ମାଳିନୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିବା ନେଇ ଅଭିଯୋଗ ପରେ କଂଗ୍ରେସ ନେତାଙ୍କ ବିରୋଧରେ ନିର୍ବାଚନ ଆୟୋଗ ଆକ୍ସନ ନେଇଛନ୍ତି ।  ସୁରଜେଓ୍ବାଲା ନିର୍ବାଚନ ପ୍ରଚାର କରିପାରିବେ ନାହିଁ ଏବଂ ମିଡିଆରେ ସାକ୍ଷାତକାର ଦେଇପାରିବେ ନାହିଁ । ତେବେ କଂଗ୍ରେସ ନେତା ସୁରଜେଓ୍ବାଲାଙ୍କ ଉପରେ ୪୮ ଘଣ୍ଟାର ବ୍ୟାନ ଲଗାଇଛନ୍ତି ନିର୍ବାଚନ ଆୟୋଗ ।

ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୨୪ ଏବଂ ଅନ୍ୟ କେତେକ ନିୟମ ଆଧାରରେ ନିର୍ବାଚନ ଆୟୋଗ ଏପ୍ରିଲ ୧୬ ତାରିଖ ସନ୍ଧ୍ୟା ୬ଟାରୁ ଆଗାମୀ ୪୮ ଘଣ୍ଟା ଯାଏଁ ସୁରଜେଓ୍ବାଲାଙ୍କ ନିର୍ବାଚନୀ ପ୍ରଚାର ଉପରେ ରୋକ ଲଗାଇଛନ୍ତି । ଏହି ଅବଧି ମଧ୍ୟରେ ସେ କୌଣସି ବୈଠକ, ସଭା ସମିତି , ରାଲି, ରୋଡ ଶୋ ଏବଂ ମିଡିଆରେ ସାକ୍ଷାତକାର ଦେଇପାରିବେ ନାହିଁ । ଏପରିକି ସେ ସୋସିଆଲ ମିଡିଆରେ ମଧ୍ୟ କୌଣସି ପ୍ରକାର ପୋଷ୍ଟ କରିପାରିବେ ନାହିଁ ବୋଲି ଜଣାପଡ଼ିଛି । 

ମଥୁରା ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ହେମା ମାଳିନୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେବା ପରେ ସୁରଜେଓ୍ବାଲାଙ୍କ ବିରୋଧରେ ଇସିଙ୍କ ଦ୍ବାରସ୍ଥ ହୋଇଥିଲା ବିଜେପି ।  ଏହା ପରେ ନିର୍ବାଚନ ଆୟୋଗ ସୁରଜେଓ୍ବାଲାଙ୍କୁ ନୋଟିସ କରି ଜବାବ ମାଗିଥିଲେ ।   ଏହି କାରଣ ଦର୍ଶାଅ ନୋଟିସରେ ବିଜେପି ନେତ୍ରୀଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ନେତା କରିଥିବା ଟିପ୍ପଣୀକୁ ‘ଅଶୋଭନୀୟ, ଅଶ୍ଳୀଳ ଏବଂ ଅସଭ୍ୟ’ ବୋଲି ଦର୍ଶାଇଥିଲେ ନିର୍ବାଚନ ଆୟୋଗ । 

ସେପଟେ ରଣଦୀପ ସୁରଜେଓ୍ବାଲା କହିଥିଲେ ଯେ, ମୋର ଭିଡିଓକୁ ବିକୃତ କରି ଦେଖାଯାଇଛି । ପରେ ଏହି ଭିଡିଓକୁ ନେଇ ବିଜେପି ଅଭିଯୋଗ କରିଛି । ସୂଚନାଯୋଗ୍ୟ ଯେ, ୭୫ ବର୍ଷୀୟା ବଲିଉଡ ଅଭିନେତ୍ରୀ ତଥା ରାଜନେତ୍ରୀ ହେମା ମାଳିନୀ ପୁଣି ଥରେ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ଦୁଇ ଥର ସାଂସଦ ହୋଇଥିବା ହେମା ମାଳିନୀଙ୍କୁ ବଲିଉଡରେ ଡ୍ରିମ୍‌ ଗର୍ଲ ନାଁରେ ମଧ୍ୟ ଜଣାଯାଏ । 

 

  • congress
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.