ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ହରିୟାଣା ନିର୍ବାଚନ ତାରିଖ ବଦଳାଇଲେ ନିର୍ବାଚନ ଆୟୋଗ; ଅକ୍ଟୋବର ୫ ତାରିଖରେ ହେବ ମତଦାନ

Image source: NDTV

ନୂଆଦିଲ୍ଲୀ,୩୧/୦୮: ହରିୟାଣା ବିଧାନସଭା ନିର୍ବାଚନର ତାରିଖ ବଦଳାଇଛନ୍ତି ନିର୍ବାଚନ ଆୟୋଗ। ବର୍ତ୍ତମାନ ଅକ୍ଟୋବର ୫ ତାରିଖରେ ହରିୟାଣାର ସମସ୍ତ ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଭୋଟ ଗଣତି ଅକ୍ଟୋବର ୮ ତାରିଖରେ ହେବ। ବିଜେପି ଏବଂ ଇଣ୍ଡିଆନ ନାସନାଲ ଲୋକଦଳ ପ୍ରଥମେ ଏନେଇ ଦାବି କରିଥିଲା। ସୂଚନାଥାଉକି, ଜାମ୍ମୁ କାଶ୍ମୀରରେ ମଧ୍ୟ ଭୋଟ୍ ଗଣନା ଅକ୍ଟୋବର ୮ ତାରିଖରେ ହେବ। ଜାମ୍ମୁ କାଶ୍ମୀରରେ ମତଦାନ ତାରିଖରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହା ପୂର୍ବରୁ ସ୍ଥିର ହୋଇଥିବା ତିନୋଟି ପର୍ଯ୍ୟାୟର ତାରିଖରେ ମତଦାନ ହେବ। ସେପ୍ଟେମ୍ବର ୧୮ ରୁ ଜାମ୍ମୁ କାଶ୍ମୀରରେ ତିନୋଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ୧୮ ସେପ୍ଟେମ୍ବର, ଦ୍ୱିତୀୟ ପର୍ଯ୍ୟାୟ ୨୫ ସେପ୍ଟେମ୍ବର ଏବଂ ତୃତୀୟ ପର୍ଯ୍ୟାୟ ଅକ୍ଟୋବର ୧ ତାରିଖରେ ଅନୁଷ୍ଠିତ ହେବ।

'ଣ କହିଲେ ନିର୍ବାଚନ ଆୟୋଗ?

ନିର୍ବାଚନ ଆୟୋଗ କହିଛନ୍ତି ଯେ, ହରିୟାଣା ପାଇଁ ମତଦାନ ତାରିଖକୁ ୧ ଅକ୍ଟୋବରରୁ ୫ ଅକ୍ଟୋବର ୨୦୨୪କୁ ସଂଶୋଧନ କରାଯାଇଛି ଏବଂ ତଦନୁସାରେ ଜମ୍ମୁ-କାଶ୍ମୀର ଏବଂ ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ମତଗଣନା ତାରିଖ ଅକ୍ଟୋବର ୪ ତାରିଖରୁ ଅକ୍ଟୋବର ୮ ତାରିଖକୁ ସଂଶୋଧନ କରାଯାଇଛି। ବିଷ୍ଣୋଇ ସମ୍ପ୍ରଦାୟର ମତଦାନ ଅଧିକାର ଓ ମରମ୍ପରା ଉଭୟକୁ ସମ୍ମାନ ଜଣାଇ ଏହି ନିର୍ଣ୍ଣୟ ନିଆଯାଇଛି। 

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ତାରିଖ (୦୧. ୧୦. ୨୦୨୪) ପୁନଃ ସ୍ଥିର କରିବାକୁ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଥିଲେ ଅଖିଳ ଭାରତୀୟ ବିଷ୍ଣୋଇ ମହାସଭାର ରାଷ୍ଟୀୟ ଅଧ୍ୟକ୍ଷ। ସେ କହିଥିଲେ ଯେ, ପିଢ଼ି ପରେ ପିଢ଼ି ଆମେ ପଞ୍ଜାବ, ରାଜସ୍ଥାନ ଏବଂ ହରିୟାଣାର ଅନେକ ବିଷ୍ଣୋଇ ପରିବାର ପାଇଁ ଆସୋଜ୍ ଅମାବାସ୍ୟା ପର୍ବରେ ଅଂଶଗ୍ରହଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚଳିତ ବର୍ଷ ଏହି ଉତ୍ସବ ଅକ୍ଟୋବର ୨ ରେ ଅନୁଷ୍ଠିତ ହେବ ଏବଂ ସିରସା, ଫତେହାବାଦ ଏବଂ ହିସାରରେ ରହୁଥିବା ହଜାର ହଜାର ବିଷ୍ଣୋଇ ପରିବାର ମତଦାନ ଦିନ ରାଜସ୍ଥାନ ଯାତ୍ରା କରିବେ, ଯାହା ଦ୍ବାରା ସେମାନଙ୍କୁ ଭୋଟ୍ ଦେବାରେ ଅସୁବିଧା ହେବ। ତେଣୁ ତମାମ କାର୍ଯ୍ୟକ୍ରମକୁ ନଜରରେ ରଖି ମତଦାନ ତାରିଖ ପୁନଃ ନିର୍ଦ୍ଧାରଣ କରିବରକୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.