ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୪ ରାଜ୍ୟର ଅଣକ୍ୟାଡର ଏସପି ଓ କଲେକ୍ଟରଙ୍କୁ ECIଙ୍କ ବଦଳି ନିର୍ଦ୍ଦେଶ, ଓଡ଼ିଶାରୁ ବଦଳିବେ ୨ ଏସପି ଜଣେ ଜିଲ୍ଲାପାଳ

ଭୁବନେଶ୍ଵର, ୨୧/୦୩ : ନିର୍ବାଚନ କମିଶନଙ୍କ ବଦଳି ନିର୍ଦ୍ଦେଶ। ଓଡ଼ିଶାର ୨ ଏସ୍‌ପି ଓ ଜଣେ ଜିଲ୍ଲାପାଳଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଛି। ଢେଙ୍କାନାଳ ଜିଲ୍ଲାପାଳ, ଦେବଗଡ଼ ଜିଲ୍ଲା ଏସପି ଓ କଟକ ଗ୍ରାମାଞ୍ଚଳ ଏସପିଙ୍କୁ ବଦଳି କରାଯାଇଛି।

ସୂଚନାନୁଯାୟୀ, ୪ଟି ରାଜ୍ୟର କିଛି ଅଣକ୍ୟାଡର ଏସ୍‌ପି ଓ କଲେକ୍ଟରଙ୍କୁ ଇସିଆଇ ବଦଳି ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ସହ ଗୁଜୁରାଟ, ପଞ୍ଜାବ ଓ ପଶ୍ଚିମବଙ୍ଗ ପାଇଁ ଏହି ବଦଳି ନିର୍ଦ୍ଦେଶ ଦିଆଯାଇଛି। ଗୁଜୁରାଟର ଛୋଟ ଉଦୟପୁର ଓ ଅହମଦାବାଦ ଗ୍ରାମାଞ୍ଚଳ ଏସପି, ପଞ୍ଜାବର ପଠାନକୋଟ, ଫଜିଲକା, ଜଳନ୍ଧର, ଏବଂ ମାଲେରକୋଟଲା ଏସଏସପି, ଓଡ଼ିଶାର ଢେଙ୍କାନାଳ ଜିଲ୍ଲାପାଳ, ଦେବଗଡ଼ ଓ କଟକ ଗ୍ରାମାଞ୍ଚଳ ଏସପି, ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର, ଝରଗ୍ରାମ, ପୂର୍ବ ବର୍ଦ୍ଧମାନ ଏବଂ ବୀରଭୂମ ଜିଲ୍ଲାପାଳଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଛି। ଏତଦ୍ ବ୍ୟତୀତ ପଞ୍ଜାବର ବଥିଣ୍ଡା ଏସଏସପି ଏବଂ ଆସାମର ଶୋଣିତପୁର ଏସପିଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଛି।


  



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.