ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମହୁଆଙ୍କ ମୁସ୍କିଲ ଆହୁରି ବଢିଲା , ଇଡି ରୁଜୁ କଲା ମନି ଲଣ୍ଡରିଂ କେସ୍‌

ନୂଆଦିଲ୍ଲୀ – ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ମାମଲାରେ ତୃଣମୂଳ କଂଗ୍ରେସ (ଟିଏମସି)ର ନେତା ମହୁଆ ମୋଇତ୍ରାଙ୍କ ବିରୋଧରେ ମନି ଲଣ୍ଡରିଂର ମାମଲା ରୁଜୁ କରିଛି। ମଙ୍ଗଳବାର ସୂତ୍ରାନୁସାରେ ଏହି ସୂଚନା ମିଳିଛି। ଉକ୍ତ ମାମଲା କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ) ଦ୍ୱାରା ରୁଜୁ କରାଯାଇ ଥିବା ଏଫଆଇଆର ଆଧାରରେ ରୁଜୁ କରାଯାଇଛି। ଏହା ପୂର୍ବରୁ ଇଡି ବିଦେଶୀ ମୁଦ୍ରା ପ୍ରବନ୍ଧନ ଅଧିନିୟମ (ଫେମା)ର ଉଲ୍ଲଙ୍ଘନ ମାମଲାରେ ପଚରାପଚରି ପାଇଁ ମୋଇତ୍ରା ଓ ଦୁବାଇରେ ରହୁଥିବା ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କୁ ନୂଆ ସମନ ଜାରି କରାଯାଇ ଥିଲା।

ହେଲେ ମହୁଆ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନକୁ ନଜର ଅନ୍ଦାଜ କରି ଗୁରୁବାର କୃଷ୍ଣାନଗର ଲୋକସଭା କ୍ଷେତ୍ରରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହିଥିଲେ। ଟିଏମସିର ୪୯ ବର୍ଷିୟା ନେତ୍ରୀ ମହୁଆ ମୋଇତ୍ରାଙ୍କୁ କେନ୍ଦ୍ରୀୟ ଏଜେନ୍ସି ପୂର୍ବରୁ ମଧ୍ୟ ଦୁଇଥର ପଚରାପଚରି ପାଇଁ ଡକାଇ ଥିଲେ, କିନ୍ତୁ ସେ ଅଫିସିଆଲି କାମ ଥିବା ଦର୍ଶାଇ ଉପସ୍ଥିତ ହୋଇ ନଥିଲେ ଏବଂ ନୋଟିସ୍‌କୁ ସ୍ଥଗିତ କରିବାକୁ ଦାବି କରିଥିଲେ।

ମୋଇତ୍ରାଙ୍କୁ ଡିସେମ୍ୱରରେ ଅନୈତିକ ଆଚରଣ ପାଇଁ ଲୋକସଭାରୁ ବାହାର କରିଦିଆ ଯାଇଥିଲା। ତାଙ୍କୁ ତାଙ୍କର ପାର୍ଟି ଆଗାମୀ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର କୃଷ୍ଣାନଗର ସିଟ୍‌ରୁ ପୁଣି ଥରେ ପ୍ରାର୍ଥୀ କରାଇଛି। କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି (ସିବିଆଇ) ଅର୍ଥ ନେଇପ୍ରଶ୍ନ ପଚାରିବା ସମ୍ୱନ୍ଧରେ ଶନିବାର ଟିଏମସି ନେତାଙ୍କ ଘରେ ଚଢଉ କରିଥିଲା। 

ଏହାର କିଛିଦିନ ପୂର୍ବରୁ ଲୋକପାଳ ସିବିଆଇକୁ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଦ୍ୱାରା ମୋଇତ୍ରାଙ୍କ ବିରୋଧରେ ଲଗାଯାଇ ଥିବା ଅଭିଯୋଗର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲା। ମୋଇତ୍ରାଙ୍କ କହିବାନୁସାରେ ସେ କିଛି ବି ଭୁଲ କରି ନାହାନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.