ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୁନୀତା କେଜ୍ରିଓ୍ବାଲଙ୍କ ସଂପର୍କୀୟଙ୍କ ଘରେ ଚଢ଼ାଉ କଲା ଇଡି, ପୁରୁଣା ମାମଲାକୁ ନେଇ ଘେରିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

Image Courtesy: abplive

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । କେଜ୍ରିଓ୍ବାଲ ଜେଲ୍‌ରେ ଥିବା ବେଳେ ଏବେ ତାଙ୍କ ପତ୍ନୀ ସୁନୀତା କେଜ୍ରିଓ୍ବାଲ ଲୋକଙ୍କ ସାମ୍ନାକୁ ଆସି ସ୍ବାମୀଙ୍କ ସପକ୍ଷରେ ଛିଡ଼ା ହେବାକୁ ଅପିଲ କରୁଛନ୍ତି । ଏହାରି ଭିତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୁନୀତାଙ୍କ ସଂପକୀୟଙ୍କ ଘରେ ଚଢ଼ାଉ କରିଛି । ଫେମା ଆଇନ୍ ଉଲ୍ଲଂଘନକୁ ନେଇ ଏହି ଚଢ଼ାଉ ହୋଇଥିବା ଜଣାପଡ଼ିଛି । 

ଦିଲ୍ଲୀର ସୁନ୍ଦର ନଗରରେ ଥିବା ସୁନୀତାଙ୍କ ସଂପର୍କୀୟଙ୍କ ଘରେ ଇଡି ଟିମ୍‌ ପଶିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁସାରେ, ଇଡି ଟିମ୍‌ ମାର୍ଚ୍ଚ ୨୬ରେ ଏହି ରେଡ୍‌ କରିଥିବା ବେଳେ ମାର୍ଚ୍ଚ ୨୭ ଯାଏଁ ଛାନଭିନ୍‌ କରିଥିଲା । ଏହା ପୂର୍ବରୁ ବୁଧବାର ସୁନୀତା କେଜ୍ରିଓ୍ବାଲ କହିଥିଲେ ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥାକଥିତ ଅବକାରୀ ଦୁର୍ନୀତି ମାମଲାରେ ବଡ଼ ଖୁଲାସା କରିବେ । ଆଉ ଏହି ଅପରାଧ ପଛରେ ଥିବା ମୁଖ୍ୟ ଅଭିଯୁକ୍ତଙ୍କ ସଂପର୍କରେ ଅରବିନ୍ଦ କେଜ୍ରିଓ୍ବାଲ ତଥ୍ୟ ଦେବେ ବୋଲି କହିଥିଲେ ସୁନୀତା ।  

ସେପଟେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଇଡି ଗିରଫ କରିବା ପାଖରୁ ସୁନୀତା କେଜ୍ରିଓ୍ବାଲଙ୍କୁ ଅଧିକ ସମୟ ସାର୍ବଜନୀନ ଭାବେ ଦେଖିବାକୁ ମିଳୁଛି । ମାର୍ଚ୍ଚ ୨୧ରେ କେଜ୍ରିଓ୍ବାଲ ଗିରଫ ହେବା ପରେ ସୁନୀତା ଦୁଇ ଦଇଥର ଲୋକଲୋଚନକୁ ଆସିବା ସହ ମନ୍ତବ୍ୟ ଦେଇଛନ୍ତି । ଯେଉଁ ଚୌକିରେ ବସି ଅରବିନ୍ଦ କେଜ୍ରିଓ୍ବାଲ ରାଜ୍ୟକୁ ସମ୍ବୋଧନ କରୁଥିଲେ ସେଠାରେ ବସି ସୁନୀତା ଜନତାଙ୍କୁ ମେସେଜ୍‌ ଦେଉଛନ୍ତି । ଅନ୍ୟପଟେ ସୁନୀତାଙ୍କ ସାର୍ବଜନୀନ ମନ୍ତବ୍ୟକୁ ନେଇ ବିଜେପି ତାଙ୍କୁ ଟାର୍ଗେଟ କରିଥିଲା । ତେବେ ସୁନୀତା କେଜ୍ରିଓ୍ବାଲ ୧୯୯୪ ବ୍ୟାଚ୍‌ର ଆଇଆରଏସ୍‌ ଅଧିକାରୀ । ସେ ଆୟକର ବିଭାଗରେ ୨୪ ବର୍ଷ ଧରି କାର୍ଯ୍ୟ କରିଛନ୍ତି ।  

 

  • prameyanews
  • PrameyaOdia
  • prameya
  • Arvind Kejriwal
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.