ନୂଆଦିଲ୍ଲୀ,୨୭/୦୯: ପୁଣି ଅଡୁଆରେ ବିଗ୍ ବସ୍ ଓଟିଟି ବିଜେତା ତଥା ଫେମସ ୟୁଟ୍ୟୁବର ଏଲଭିଶ ଯାଦବ। ଏଲଭିଶଙ୍କ ସମ୍ପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରେଭ୍ ପାର୍ଟିକୁ ଏଲଭିଶ ସାପ ବିଷ ସପ୍ଲାଏ କରୁଥିବା ବେଳେ କମର୍ସିଆଲ୍ ଭିଡିଓ ଓ ବ୍ଲଗ୍ରେ ସଂରକ୍ଷିତ ସାପ ପ୍ରଜାତି ଓ ବିଦେଶୀ ପଶୁଙ୍କୁ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। ଏଥିରୁ ହେଉଥିବା ରୋଜଗାର ସଂକ୍ରାନ୍ତରେ ପଚରାଉଚରା କରି ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିଛି ଇଡି । ଏଲଭିଶ ଯାଦବଙ୍କ ସମେତ ହରିୟାଣା ସିଙ୍ଗର ରାହୁଲ ଯାଦବଙ୍କ ସମ୍ପତ୍ତି ବି ଜବତ କରିଛି ଇଡି। ଉଭୟଙ୍କ ୫୨.୪୯ ଲକ୍ଷ ମୂଲ୍ୟର ସମ୍ପତ୍ତି ଆଟାଚ୍ କରିଛି ଇଡି ।
ତେବେ ଗତ ବର୍ଷ ସାପ ବିଷ ମାମଲାର ଖୁଲାସା ପରେ ନୋଏଡା ପୁଲିସ ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କ ସମେତ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ସେମାନଙ୍କ ମଧ୍ୟରୁ ରାହୁଲଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ହେବା ପରେ ରାହୁଲ ୟୁଟ୍ୟୁବର ଏଲଭିଶଙ୍କ କାରନାମା ବିଷୟରେ ପୋଲିସ୍ ସମ୍ମୁଖରେ ଖୁଲାସା କରିଥିଲେ। ସେତେବେଳେ ପୋଲିସ ୟୁଟ୍ୟୁବରକୁ ଅନେକ ଥର ପଚରାଉଚରା ପାଇଁ ଡାକିଥିଲା, କିନ୍ତୁ କୌଣସି ଗିରଫଦାରୀ ହୋଇପାରି ନଥିଲା। ଏହାପରେ ପaଲିସ୍ ଏଳଭିଶ ଯାଦବଙ୍କୁ ଗିରଫ କରିଥିଲା। ଏବେ ଇଡି ଉତ୍ତରପ୍ରଦେଶ ଓ ହରିୟାଣାରେ ଥିବା ଏଲଭିଶ ଯାଦବ ଓ ରାହୁଲଙ୍କ ସମ୍ପତ୍ତି ଜବତ କରିଛି।