ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ଦିଲ୍ଲୀ ଅବକାରୀ ନୀତି ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅ କେ. କବିତାଙ୍କୁ EDର ନୋଟିସ୍...

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନିତୀ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିଆରଏସ ନେତା କବିତାଙ୍କୁ ନୋଟିସ ପଠାଇଛି । ଏଥିରେ ତାଙ୍କୁ ଶୁକ୍ରବାର ( ସେପ୍ଟେମ୍ବର ୧୫) ହାଜର ପାଇଁ କୁହାଯାଇଛି । ଅଧିକାରୀମାନେ ଗୁରୁବାର (ସେପ୍ଟେମ୍ବର ୧୪) ଏହି ସୂଚନା ଦେଇଛନ୍ତି । ଗତ ବର୍ଷ ଡିସେମ୍ବରରେ ସମାନ ମାମଲାରେ ତେଲେଙ୍ଗାନା ବିଧାନ ପରିଷଦ ସଦସ୍ୟ କେ କବିତାଙ୍କୁ ମଧ୍ୟ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ପଚରାଉଚରା କରିଥିଲା ।

 ଇଡି ଅଭିଯୋଗ କରିଛି ଯେ, କବିତା ଆପ୍‌ର ସଂଚାର ପ୍ରଭାରୀ ବିଜୟ ନାୟରଙ୍କ ସହ ସଂପର୍କରେ ଥିଲେ, ଯିଏକି ନୀତି ପ୍ରଣୟନ ତଥା କାର୍ଯ୍ୟାନ୍ୱୟନ ସମୟରେ ମଦ ବ୍ୟବସାୟୀ ଏବଂ ରାଜନେତାଙ୍କୁ ଭେଟିଥିଲେ । ଇଡି କହିଛି ଯେ ବିଜୟ ନାୟାର ସାଉଥ ଗ୍ରୁପ୍ ନାମକ ଏକ ଗ୍ରୁପ୍ ରୁ ଅତି କମରେ ୧୦୦ କୋଟି ଟଙ୍କା ଲାଞ୍ଚ ପାଇଛନ୍ତି। ଗତ ବର୍ଷ ବିଜୟ ନାୟାରଙ୍କୁ ସିବିଆଇ ଗିରଫ କରିଥିଲା। ମାର୍ଚ୍ଚ ମାସରେ ଇଡି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଢିଅ କବିତାଙ୍କୁ ପଚରାଉଚରା କରିଥିଲା । ନ୍ୟୁଜ୍ ଏଜେନ୍ସି ANI ର ସୂତ୍ର ଅନୁଯାୟୀ, ଏହି ଦୁର୍ନୀତିରେ ନଗଦ କାରବାରରେ ଜଡିତ ଥିବା ୧୨ରୁ ଅଧିକ ଲୋକଙ୍କୁ ମଧ୍ୟ ଡକାଯାଇଛି।

 ଇଡି ଏପର୍ଯ୍ୟନ୍ତ ଏହି ମାମଲାରେ ପାଞ୍ଚଟି ଚାର୍ଜସିଟ୍ ଦାଖଲ କରିଛି । ଗତ ବର୍ଷ ଇଡି ଏହାର ପ୍ରଥମ ଚାର୍ଜସିଟ୍ ଦାଖଲ କରିଥିଲା । ଏଜେନ୍ସି କହିଛି ଯେ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ସୁପାରିଶରେ ପଞ୍ଜୀକୃତ ହୋଇଥିବା ସିବିଆଇ ମାମଲାକୁ ଜାଣିବା ଏବଂ ଏଫ୍ଆଇଆର୍ ପଞ୍ଜିକରଣ କରିବା ପରେ ଏହା ଏପର୍ଯ୍ୟନ୍ତ ପ୍ରାୟ ୨ ଶହ ସର୍ଚ୍ଚ ଅପରେସନ୍ କରିଛି।

 


 

Copyright © 2022 - Summa Real Media Private Limited. All Rights Reserved.