ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ନିଟ୍‌ ପେପର ଲିକ୍: ଶିକ୍ଷା ମନ୍ତ୍ରଣାଳୟ କହିଲେ-ଜାରି ରହିଛି ଯାଞ୍ଚ, ଖୁବ୍ ଶୀଘ୍ର ପରୀକ୍ଷାର ନୂଆ ତାରିଖ ହେବ ଘୋଷଣା

ନୂଆଦିଲ୍ଲୀ,୨୦।୬:  ଦେଶରେ ବର୍ତ୍ତମାନ ଦୁଇଟି ପରୀକ୍ଷାକୁ ନେଇ ସବୁଠାରୁ ଅଧିକ ବିବାଦ ଲାଗି ରହିଛି। ମେଡିକାଲ କୋର୍ସରେ ଆଡମିଣନ୍ ପାଇଁ ହେଉଥିବା ନିଟ୍ ପରୀକ୍ଷାରେ ହୋଇଥିବା ଅନିୟମିତତା ଅଭିଯୋଗ ରହିଛି। ଏହାକୁ ରଦ୍ଦ କରାଯିବାର ଦାବି ହେଉଛି। ଏହା ଭିତରେ ନିଟ୍ ପରୀକ୍ଷା କରିଥିବା ଏଜେନ୍ସି। ‘ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି’ ୟୁଜିସି-ନିଟ୍‌ ପରୀକ୍ଷା ରଦ୍ଦ କରିଦେଇଛି। ଏବେ ଶିକ୍ଷା ମନ୍ତ୍ରଣାଳୟ କହିଛି, ୟୁଜିସି-ନିଟ୍‌ ପରୀକ୍ଷାର ନୂଆ ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ। ନିଟ୍‌ ଏହାକୁ ନେଇ କହିଛି, ଏବେ ଏହାର ଯାଞ୍ଚ ଚାଲିଛି। 

ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ନିଟ୍‌ ପେପର ଲିକ୍ ଓ ୟୁଜୀସି ନିଟ୍ ପରୀକ୍ଷା କ୍ୟାନସଲେସନ୍‌କୁ ନେଇ ପ୍ରେସବାର୍ତ୍ତା ଦେଇଛନ୍ତି। ଏଥିରେ ମନ୍ତ୍ରଣାଳୟର ଜଏଣ୍ଟ ସେକ୍ରେଟରୀ ଗୋବିନ୍ଦ ଜାୟସଓ୍ବାଲ କହିଛନ୍ତି, ୟୁଜିସି-ନିଟ୍‌ ପରୀକ୍ଷା ପୁଣିଥ‌ରେ କରାଯିବ। ଆମ ପାଇଁ ଛାତ୍ରଙ୍କ ହିତ ସବୁଠାରୁ ଆଗରେ ରହିଛି। ଚଳିତ ବଷ ୟୁଜିସି ନିଟ୍ ଦେଇଥିବା ଛାତ୍ରଙ୍କ ସଂଖ୍ୟା ୯ ଲକ୍ଷ ଥିଲା। ବର୍ତ୍ତମାନ ସିବିଆିକୁ ମାମଲା ଟ୍ରାନ୍ସଫର କରାଯାଇଛି। ସେ ୟୁଜିସି-ନିଟ୍‌ ମାମଳାର ଯାଞ୍ଚ କରିବେ। ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ।

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.