ପ୍ରମୁଖ ଖବର
  • କଟକ: ରତ୍ନଭଣ୍ଡାର ମରାମତି ମାମଲା: ମଙ୍ଗଳବାର ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି
  • ||
  • ନୂଆଦିଲ୍ଲୀ: ରୋଜଗାର ମେଳା: ଆଜି ୫୧,୦୦୦ ନିଯୁକ୍ତିପତ୍ର ବାଣ୍ଟିବେ ମୋଦି, ଦେଶର ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ
  • ||
  • ପୁରୀ: ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ବଳିବାମନ ବେଶ ନୀତି, ବାମନରୂପୀ ବ୍ରାହ୍ମଣ ଭାବେ ଧରାବତରଣ ପ୍ରଭୁ
  • ||

ନିର୍ବାଚନ ପୂର୍ବରୁ ୧୦% ବଢ଼ିବ ବଜାର, ଫଳାଫଳ ଆଶାନୁରୂପ ନ ରହିଲେ ୪୦% ଖସିଯିବ

ନୂଆଦିଲ୍ଲୀ,୦୮/୦୯: ସାଧାରଣ ନିର୍ବାଚନ ପୂର୍ବରୁ  ୧୦% ବଢ଼ିପାରେ ଭାରତୀୟ ଇକ୍ୱିଟି ବଜାର । ଆମେରିକୀୟ  ବିତ୍ତୀୟ ସେବା ପ୍ରଦାନକାରୀ ମୋର୍ଗାନ ଷ୍ଟେନ୍‌ଲୀ ଏହି  ଅନୁମାନ କରିଛି । ଅନ୍ୟପକ୍ଷରେ, ଯଦି ନିର୍ବାଚନ ଫଳାଫଳ  ଆଶା ଅନୁରୂପ ନ ରୁହେ ତେବେ ସେୟାର ବଜାର ୪୦%  ପର୍ଯ୍ୟନ୍ତ ସଂକୁଚିତ ହୋଇପାରେ ବୋଲି ଏହା ଆଶଙ୍କା  ପ୍ରକାଶ କରିଛି । ମୋର୍ଗାନ ଷ୍ଟେନ୍‌ଲୀ ଅନୁସାରେ, ସେୟାର  ବଜାର ସର୍ବଦା ନିର୍ବାଚନକୁ ନେଇ ଆଶାବାଦୀ ରହିଆସିଛି ।  ଏଥର ବି ଏହା ନିର୍ବାଚନରେ ଭଲ ଫଳାଫଳର ଆଶା  ବାନ୍ଧି ବସିଛି ।

ରିପୋର୍ଟରେ କୁହାଯାଇଛି ଯେ, ବଜାର ଆଶା ରଖିଛି  ଯେ, ବର୍ତ୍ତମାନର ସରକାର ପୁନଃ କ୍ଷମତାକୁ ଆସିବ। ବିରୋଧୀ ମେଣ୍ଟ କେଉଁଭଳି ଭାବେ ସିଟ୍‌ଗୁଡ଼ିକର ଆବଣ୍ଟନ କରୁଛି ତାହା ଉପରେ ମଧ୍ୟ ବଜାରର ନଜର ରହିବ ।  ବଜାର ଉକ୍ତ ହିସାବରେ ଆଗକୁ ବଢୁଛି ଯେ, ନିର୍ବାଚନ ନିର୍ଦ୍ଧାରିତ ସମୟ ପୂର୍ବରୁ ହେବ ନାହିଁ । ଯଦି ୨୦୦୪  ପରି ନିର୍ବାଚନ ସମୟ ପୂର୍ବରୁ ହେଉଛି ତେବେ ବଜାର  ସ୍ୱଳ୍ପ ଅବଧିର ଗତିବିଧି ମଧ୍ୟରେ ସିଫ୍ଟ ହୋଇପାରେ ।  ୨୦୦୪ରେ ନିର୍ବାଚନ ଫଳାଫଳ ଅନୁମାନର ବିପରୀତ  ଆସିବା ଯୋଗୁ ବଜାର ଦିନକରେ ୧୭% ଖସିଯାଇଥିଲା ।   

ସୂଚନାଯୋଗ୍ୟ, ଏ ବର୍ଷ ବର୍ତ୍ତମାନ ସୁଦ୍ଧା ଭାରତୀୟ  ସେୟାର ବଜାରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି ।  ଜାନୁଆରୀ ୧ରେ ସେନ୍‌ସେକ୍ସ ୬୧,୧୬୭ ପଏଣ୍ଟରେ ଥିଲା ।  ଏହା ବର୍ତ୍ତମାନ ୬୬,୨୬୫.୫୬ ପଏଣ୍ଟରେ ପହଞ୍ଚିଛି ।  ସେୟାର ବଜାରରେ ବୃଦ୍ଧିର ଅନେକ କାରଣ ରହିଛି । ତାହା  ହେଲା, ଭାରତୀୟ ଅର୍ଥବ୍ୟବସ୍ଥା ମଜଭୁତ ହେଉଛି । ବିଦେଶୀ  ସଂସ୍ଥାଗତ ନିବେଶକ(ଏଫ୍‌ପିଆଇ) ଗୁଡ଼ିକର ଭାରତୀୟ  ବଜାର ପ୍ରତି ଆଗ୍ରହ ବଢୁଛି । ସେମାନେ ବଜାର ଉପରେ  ଆସ୍ଥା ରଖି ଏଠାରେ ବଡ଼ ମାତ୍ରାରେ ନିବେଶ କରୁଛନ୍ତି ।  ଦରବୃଦ୍ଧି ସ୍ଥିତି ନିୟନ୍ତ୍ରଣକୁ ଆସିବା ଏବଂ ଆର୍‌ବିଆଇ ପକ୍ଷରୁ  ଏହାର ପ୍ରମୁଖ ସୁଧ ହାରକୁ ଅପରିବର୍ତ୍ତିତ ରଖାଯାଉଥିବାରୁ  ଏହା ସେୟାର ବଜାର ଉପରେ ସକାରାତ୍ମକ ପ୍ରଭାବ  ପକାଉଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । 

Copyright © 2022 - Summa Real Media Private Limited. All Rights Reserved.