ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାଲେଶ୍ବରରେ ଖଡଗେଙ୍କ ନିର୍ବାଚନୀ ପ୍ରଚାର, ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କଲେ

 ବାଲେଶ୍ବର, ୨୯।୫ : ଏହି ନିର୍ବାଚନ ଏକ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ , ସଂବିଧାନ ଆଉ ଦେଶର ସୁରକ୍ଷା ଏହା ସବୁଠୁ ଗୁରୁତ୍ବପୂର୍ଣ୍ଣ । ସଂବିଧାନ ବଂଚାଓ ସ୍ଲୋଗାନରୁ ଆରମ୍ଭ କରିଥିଲେ ମଲ୍ଲିକାର୍ଜୁନ ଖ଼ଡଗେ ତାଙ୍କ ବକ୍ତବ୍ୟ । ବାଲେଶ୍ବର ସହରର କୁରୁଡା ହାଟ ପଡିଆରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖ଼ଡଗେ ଯୋଗ ଦେଇ ବିଜେପି ଓ ବିଜେଡି ଉପରେ ବର୍ଷିଥିଲେ ।  

ବାଲେଶ୍ବର ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ପାଇଁ ଭୋଟ ଭିକ୍ଷା କରିବା ସହ କହିଥିଲେ ଯେ ଆପଣମାନେ ଶ୍ରୀକାନ୍ତ ବାବୁଙ୍କୁ ଭୋଟ ଦେଲେ ଦେଶ ପାଇଁ ଭଲ ହେବ । ଆଉ ଦେଶ ପାଇଁ ହେଲେ ଆପଣମାନଙ୍କ ପାଇଁ ଭଲ ହେବ, ଆପଣଙ୍କ ପିଲାଙ୍କ ଭବିଷ୍ୟତ ପାଇଁ ଭଲ ହେଲ । ୨୫ ବର୍ଷର ବିଜେଡି ସରକାର ଆଉ ୧୦  ବର୍ଷର ବିଜେପି ସରକାର ମିଶି ଓଡିଶାକୁ ବରବାଦ କରିଦେଇଛନ୍ତି । ୨୫ ବର୍ଷରେ କେତୋଟି କାରଖାନା ଓଡିଶାରେ ହୋଇଛି ବୋଲି ଖଡଗେ ପ୍ରଶ୍ନ କରିଥିଲେ । ଓଡିଶାର ୬୦ ପ୍ରତିଶତ ଲୋକେ ଯାଇ ଦାଦନ ଖଟୁଛନ୍ତି । କଂଗ୍ରେସକୁ ଭୋଟ ଦେଇ ସାଂସଦ ଆଉ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଖଡଗେ ନିବେଦନ କରିଥିଲେ । ଏହି ସଭାରେ ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସର ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନ, ଶ୍ରୀକାନ୍ତ ଜେନା , ଓଡିଶା ପ୍ରଭାରୀ ଅଜୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.