ନୂଆଦିଲ୍ଲୀ – ଇଲେକ୍ଟ୍ରିକ୍ ଗାଡ଼ି ଗୁଡ଼ିକର ବିକ୍ରି ଜୁଲାଇରେ ଖୁବ୍ ବଢିଛି। ଗତ ବର୍ଷର ସମାନ ଅବଧିର ତୁଳନାରେ ୫୫.୨ ପ୍ରତିଶତ ବଢି ୧,୭୯,୦୩୮ ୟୁନିଟ୍ ହୋଇ ଯାଇଛି, ଯାହା ଦୁଇ ଚକିଆ ଗାଡ଼ିର ବିକ୍ରିରେ ୯୬ ପ୍ରତିଶତର ଖୁବ୍ ବୃଦ୍ଧି କାରଣରୁ ହୋଇଛି। ଅଟୋମୋବାଇଲ ଡିଲରଙ୍କ ସଙ୍ଗଠନ ଫାଡା ମଙ୍ଗଳବାର ଏହି ତଥ୍ୟ ଦେଇଛି।
ସୂଚନା ଯେ, ଫେଡେରେସନ ଅଫ୍ ଇଟୋମୋବାଇଲ ଡିଲର୍ସ ଆସୋସିଏସନ (FADA)ର ମାସିକ ବିକ୍ରି ସଂଖ୍ୟା ଅନୁସାରେ, ଜୁଲାଇ ୨୦୨୩ରେ ମୋଟ ଇଲେକ୍ଟ୍ରିକ୍ ଗାଡ଼ିର ବିକ୍ରି ୧,୧୬,୨୨୧ ୟୁନିଟ୍ ଥିଲା।
FADA ଅନୁସାରେ , ଗତ ମାସରେ ଇଲେକ୍ଟ୍ରିକ୍ ଦୁଇ ଚକିଆ ଗାଡ଼ିର ବିକ୍ରି ୧,୦୭,୦୧୬ ୟନିଟ୍ ରହିଥିଲା। ଯାହା ଗତ ବର୍ଷ ଜୁଲାଇରେ ବିକ୍ରି କରାଯାଇ ଥିବା ୫୪,୬୧୬ ୟୁନିଟ୍ ଠାରୁ ୯୫.୯୪ ପ୍ରତିଶତ ଅଧିକ। ଯାହାକି ଇଲେକ୍ଟ୍ରିକ୍ ତିନି ଚକିଆ ଗାଡ଼ିର ବିକ୍ରି ୧୮.୧୮ ପ୍ରତିଶତ ବଢି ୬୩,୬୬୭ ୟୁନିଟ୍ ହୋଇଛି, ଯାହା ଗତ ଜୁଲାଇରେ ୫୮,୮୭୩ ୟୁନିଟ୍ ଥିଲା।
ସମୀକ୍ଷାଧିନ ମାସ ବେଳେ କର୍ମସିଆଲ ଗାଡ଼ିର ବିକ୍ରି ମଧ୍ୟ ବଢୁଛି, ଯାହା ବାର୍ଷିକ ଆଧାରରେ ଦୁଇ ଗୁଣା ହୋଇ ୮୧୬ ୟୁନିଟ୍ ହୋଇଛି, ଯାହାକି ଜୁଲାଇ ୨୦୨୩ରେ ୩୬୪ ବାଣିଜ୍ୟିକ ଗାଡ଼ି ବିକ୍ରି ହୋଇଥିଲା।
ତଥ୍ୟ ଅନୁସାରେ, ଜୁଲାଇରେ ଯାତ୍ରୀ ବାହନ ଗୁଡ଼ିକର ବିକ୍ରି ୨.୯୨ ପ୍ରତିଶତ ହ୍ରାସ ପାଇଁ ୭,୫୪୧ ୟୁନିଟ୍ରେ ରହିଛି। ଯାହା ଗତ ବର୍ଷ ଏହି ମାସରେ ଏହା ୭,୭୬୮ ୟୁନିଟ୍ ଥିଲା।