ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦନ୍ତା ହାତୀ ଆକ୍ରମଣରେ ଦୁଇ ମହିଳା ମୃତ

ଦେବଗଡ ୨୭/୦୧: ଦେବଗଡ଼ ଲଇମୁରା ଥାନା ଅନ୍ତର୍ଗତ ଟିପିରିସିଂହା ଗାଁରେ ହାତୀଙ୍କ ଉପଦ୍ରବ। ବିଳମ୍ବିତ ରାତିରେ  ପଶି ମହିଳାଙ୍କୁ ଦଳିଦେଲା ଉତପାତିଆ ହାତୀ । ହାତୀ ଆକ୍ରମଣରେ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି।  ମୃତକଙ୍କ ମଧ୍ୟରେ ସୁରୁବାଲି କିଶାନ (୪୦) ଓ କଖଲି କିଶାନ(୪୦) ବୋଲି ଜଣାପଡିଛି।  

ସୂଚନା ମୁତାବିକ, ଟିପିରିସିଂଘା ଗ୍ରାମ ତଥା ଆଖପାଖ ଅଞ୍ଚରେ ଗତ କିଛି ଦିନ ହେଲା ହାତୀ ଉପଦ୍ରବ ରହିଥିଲା । ଶୁକ୍ରବାର ବିଳମ୍ବିତ ରାତିରେ ସୁରୁବାଲି ଓ ଖଇରି  ଘର ସମ୍ମୁଖରେ ଥଣ୍ଡା ଯୋଗୁଁ ନିଆଁରେ ପୋଇଁ ହେଉଥିବା ବେଳେ ଗ୍ରାମକୁ ହାତୀ ଆସିବା ଜାଣିବା ପାଇବା ପରେ ଗ୍ରାମବାସୀଙ୍କ ଅବଗତି ନିମନ୍ତେ ଟିଣରେ ବାଜା ବଜେଇଥିଲେ । କିନ୍ତୁ କିଛି ସମୟ‌ ପରେ ସୁରୁବାଲି ଓ ଖଇରିଙ୍କୁ ହାତୀ ଦଳି ଦେଇଥିଲା । ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା । ଗ୍ରାମରେ ପୁରୁଷ ଲୋକମାନେ ନିକଟସ୍ଥ ସୁରୁପା ଗ୍ରାମକୁ ପୁଷପୁନି ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଦୁଇ ହାତୀ ଆସିଥିବା ଖବର ପାଇ ଲୋକ ମାନଙ୍କୁ ଅବଗତ କରିଥିଲେ। ଟିଣ ବଜେଇବାର ଶଦ୍ଦ ଶୁଣି ବନବିଭାଗର କର୍ମଚାରୀ ଓ ଗ୍ରାମବାସୀ ପହଞ୍ଚିବା ବେଳକୁ ସେମାନଙ୍କର ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ । ଘଟଣାସ୍ଥଳରେ ବନବିଭାଗର କର୍ମଚାରୀ ଓ ପୁଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.