ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବର୍ଣ୍ଣାର୍ଡ ଆର୍‌ନଲ୍ଟକୁ ପଛରେ ପକାଇ ବିଶ୍ୱର ୧ ନମ୍ବର ଧନୀ ମୁକୁଟ ପିନ୍ଧିଲେ ଏଲନ୍‌ ମସ୍କ

ନୂଆଦିଲ୍ଲୀ,୩୧/୦୫: ସ୍ପେସ ଏକ୍ସ ଏବଂ ଟେସ୍‌ଲାର ମାଲିକ ଏଲନ୍‌ ମସ୍କ ପୁଣି ଥରେ ବିଶ୍ୱର ୧ ନମ୍ବର ଧନୀ ମୁକୁଟ ପିନ୍ଧିଛନ୍ତି । ସେ ଫ୍ରାନ୍ସ ଅରବପତି ତଥା ଲୁଇ ବିତା ମାଏଟ ହେଲେସି (ଏଲ୍‌ଭିଏମ୍‌ଏଚ୍‌) ସିଇଓ ବର୍ଣ୍ଣାର୍ଡ ଆର୍‌ନଲ୍ଟକୁ ପଛରେ ପକାଇ ଏହି ସ୍ଥାନ ହାସଲ କରିଛନ୍ତି ।  ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଷ୍ଟାର୍ଟଅପ୍‌  ଏକ୍ସଏଆଇ ଯୋଗୁ ତାଙ୍କ ସମ୍ପତ୍ତି ବୃଦ୍ଧି  ହୋଇଛି । ୧୮ ବିଲିଅନ ଡଲାର (୧  .୫ଲକ୍ଷ କୋଟି) ପ୍ରିମ୍‌ନି ଭାଲ୍ୟୁଏସନରେ  ସେ ୬ ବିଲିଅନ ଡଲାର(୫୦ହଜାର  କୋଟି)ର ପାଣ୍ଠି ଉଠାଇଛନ୍ତି ।  

ପ୍ରଥମ ଥର ପାଇଁ ବର୍ଣ୍ଣାର୍ଡ ଆରନଲ୍ଟ  ତୃତୀୟ ସ୍ଥାନକୁ ଚାଲି ଯାଇଛନ୍ତି । ଫୋର୍ବସ  ରିପୋର୍ଟ ମୁତାବକ, ଏଲନ ମସ୍କଙ୍କ ସମ୍ପତ୍ତି  ୨୦୭ ବିଲିଅନ ଡଲାର (୧୭.୭୮ ଲକ୍ଷ  କୋଟି ଟଙ୍କା) ରହିଛି । ୧୬.୬୧ ଲକ୍ଷ  କୋଟି ସମ୍ପତ୍ତି ସହ ଆର୍‌ନଲ୍ଟ ତୃତୀୟ  ସ୍ଥାନରେ ଅଛନ୍ତି । ଅମାଜନର ଜେଫ୍‌  ବେଜୋସ ୧୬.୭୩ ଲକ୍ଷ କୋଟି ସମ୍ପତ୍ତି  ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ୯.୪୬  ଲକ୍ଷ କୋଟି ସମ୍ପତ୍ତି ସହ ମୁକେଶ ଅମ୍ବାନି  ୧୧ ଏବଂ ୭.୧୯ ଲକ୍ଷ କୋଟି ସମ୍ପତି ସହ  ଗୌତମ ଆଦାନି ୧୮ ତମ ସ୍ଥାନରେ ଅଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.