ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୁହଁରେ ଆଉ ହସ ନାହିଁ , ଖାଇବା ପିଇବା ବି କମି ଯାଇଛି ... ଜେଲ୍ ଯିବା ପରେ ବଦଳି ଯାଇଛି ଏଲଭିଶ୍ ଯାଦବଙ୍କ ଅବସ୍ଥା

ନୋଏଡା – ନୋଏଡାର ରେଭ୍‌ ପାର୍ଟିରେ ସାପ ଜହର ସପ୍ଲାଇ ମାମଲାରେ ଫସି ଥିବା ଏଲଭିଶ୍‌ ଯାଦବଙ୍କୁ ଶନିବାର ଗିରଫ କରିନିଆ ଯାଇଛି। ଏହାପରେ ତାଙ୍କୁ ସୁରଜପୁରର ଏକ ସ୍ୱତନ୍ତ୍ର କୋର୍ଟରେ ହାଜର କରିବା ପରେ ସେଠାରୁ ତାଙ୍କୁ ୧୪ ଦିନର ହେପାଜତକୁ ପଠାଇ ଦିଆଯାଇଛି। ଗୌତମ ବୁଦ୍ଧ ନଗରର ଲୁକ୍ସର ସ୍ଥିତ ହେଲ୍‌ର ଅଧିକ୍ଷକ ଅରୁଣ ପ୍ରତାପ ସିଂହ ସୋମବାର କହିଛନ୍ତି କି ଏଲଭିଶ୍ ଯାଦବଙ୍କୁ ରବିବାର ରାତିରେ ଖାଇବାକୁ ଦିଆଯାଇ ଥିଲା, କିନ୍ତୁ ସେ ପୂରା ଭୋଜନ କରି ନଥିଲେ। 

ସେ କହିଛନ୍ତି କି, ଏଲଭିଶ୍‌ଙ୍କୁ ଆଜି ସକାଳେ ନିୟମାନୁସାରେ, ଚା ଜଳଖିଆ ଉପଲବ୍ଧ କରାଯାଇ ଥିଲା ଏବଂ ସେ ଚା ପିଇଲେ । ଜେଲ୍‌ ପ୍ରଶାସନର ସୂତ୍ରାନୁସାରେ ,କୁହାଯାଇଛି କି, ଏଲଭିଶ ନିରାଶ ଲାଗୁଥିଲେ । ସେ ଖୁବ୍‌ ଚିନ୍ତିତ ନଜର ଆସୁଥିଲେ। କୁହାଯାଏ କି ସୋମବାର ସକାଳେ ଏଲଭିଶଙ୍କ ପରିବାରର ସଦସ୍ୟ ଓ ସମର୍ଥକ ତାଙ୍କୁ ଭେଟିବାକୁ ଲୁକ୍ସର ଜେଲ୍‌ରେ ପହଞ୍ଚି ଥିଲେ। 

ଏଲଭିଶ୍‌ ଯାଦବ ଗତ ବର୍ଷ ୩ ନଭେମ୍ୱରରେ ନୋଏଡା ସେକ୍ଟର-୪୯ ଥାନାରେ ରୁଜୁ ଏଫଆଇଆରରେ ଥିବା ୬ଜଣଙ୍କ ନାଁ ମଧ୍ୟରୁ ଜଣେ । ଅଧିକାରୀମାନେ କହିଛନ୍ତି କି, ଆଉ ୫ ଅଭିଯୁକ୍ତଙ୍କୁ ଗିରଫ କରିନିଆ   ଯାଇଥିଲା। କିନ୍ତୁ ବର୍ତ୍ତମାନ ସେମାନେ ଜାମିନରେ ଆସି ବାହାରେ ଅଛନ୍ତି। ପୁଲିସ ମୁତାବିକ , ମାମଲା ବନ୍ୟଜୀବ ସଂରକ୍ଷଣ ଅଧିନିୟମ, ୧୯୭୨ , ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୧୨୦ ବି (ଅପରାଧିକ ଚକ୍ରାନ୍ତ) , ୨୮୪ (ଜହର ସହ ସମ୍ୱନ୍ଧିତ ଅବହେଳ ପୂର୍ଣ୍ଣ ଆଚରଣ) ଓ ୨୮୯ (ଜୀବଜନ୍ତୁଙ୍କ ସମ୍ୱନ୍ଧରେ ଅବହେଳା ପୂର୍ଣ୍ଣ ଆଚରଣ)ର ପ୍ରାବଧାନ ଅନୁସାରେ ରେକର୍ଡ କରାଯାଇ ଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.