ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

'ଜୀବନର ସବୁଠୁ ଖରାପ ସମୟ' , ଜେଲରୁ ବାହାରିବା ପରେ ଏଲଭିଶ୍‌ ଯାଦବ ସେୟାର କଲେ ବ୍ଲଗ୍‌

ନୂଆଦିଲ୍ଲୀ : ବିଗ୍‌ ବସ୍‌ ଓଟିଟି-୨ର ୱିନର ଏଲଭିଶ ଯାଦବ ମାରପିଟି ଓ ସାପ ଜହର ମାମଲାରେ ଜାମିନ ପାଇବା ପରେ ଶନିବାର ଘରେ ପହଞ୍ଚିଛନ୍ତି। ସେ ସୋସିଆଲ ମିଡ଼ିଆରେ ନିଜର ଫଟୋ ସେୟାର କରି କହିଛନ୍ତି - ସବୁ ଠିକ୍‌ ଅଛି ।ସବୁ ପ୍ରଶଂସକଙ୍କୁ ମଧ୍ୟ ସେ ଧନ୍ୟବାଦ ଦେଇଛନ୍ତି। ଜେଲରୁ ବାହାରିବା ପରେ ଏଲଭିଶ୍‌ ନିଜର ପ୍ରଥମ ବ୍ଲଗ୍‌ ପୋଷ୍ଟ କରିଛନ୍ତି ଏବଂ କହିଛନ୍ତି ଜେଲ୍‌ରେ ବିତି ଥିବା ଦିନ ଗୁଡ଼ିକ କେମିତି ଥିଲା। ଭିଡ଼ିଓରେ ତାଙ୍କ ପରିବାରର ଲୋକଙ୍କୁ ମଧ୍ୟ ତାଙ୍କ ସହ ଦେଖିବାକୁ ମିଳିଛି। 

ଏଲଭିଶ କହିଛନ୍ତି, ଏକ ସପ୍ତାହ ଧରି ଯାହା ବିତିଲା ଏଥିରେ କୌଣସି ସନ୍ଦେହ ନାହିଁ କି , ଏହା ମୋ ଜୀବନର ବହୁତ ଖରାପ ସମୟ ଥିଲା। ଏହି ସମୟ ବିଷୟରେ କଣ କହିବି, ଯେବେ ମୁଁ ଜେଲ୍‌ରେ ଥିଲି। ଏଥର ଏକ ସକରାତ୍ମକ ଉପାୟରେ ନୂଆ ଅଧ୍ୟାୟର ଆରମ୍ଭ କରିବା। ଯେଉଁ ଲୋକେ ମୋ ସହ ଥିଲେ , ଆଉ ଯେଉଁ ମାନେ ମୋ ସହ ନଥିଲେ , ମୋ ବିଷୟରେ ଭଲ-ଖରାପ କହିଲେ...ସେମାନଙ୍କୁ ମଧ୍ୟ ଧନ୍ୟବାଦ। ମୁଁ କେବଳ ଧନ୍ୟବାଦ ହିଁ ଦେଇ ପାରିବି। ମୁଁ ନିଜ କାମକୁ ପୁଣି ଫେରିଛି। ଏଲଭିଶ୍ କହିଛନ୍ତି ଯେ, ତାଙ୍କୁ ଗୁଡଗାଁ ଯିବାର ଏକ ସପ୍ତାହ ବିତି ଗଲାଣି, ସେଠାକୁ ସେ ଆଉ ଥରେ ଯିବାକୁ ଭାବିଛନ୍ତି। 

ଜେଲ୍‌ରେ ବିତାଇ ଥିବା ଦିନ ଗୁଡ଼ିକ ବିଷୟରେ କଥା ହୋଇ ଏଲଭିଶ କହିଛନ୍ତି , ଆମେ ନା କିଛି ଭୁଲ୍‌ କହୁଛୁ , ନା କିଥି ଭୁଲ୍ କରୁଛୁ । ସେ କହନ୍ତି , ମୁଁ ମଧ୍ୟ ଏହାକୁ ସାମନା କରିବି। ଭଗବାନ ନକରନ୍ତୁ କି କାହାକୁ ମଧ୍ୟ ଏମିତି ସମସ୍ୟାର ସାମନା କରିବାକୁ ପଡ଼ୁ , ଯେଉଁଭଳି ମୋତ କରିବାକୁ ପଡ଼ିଲା । କିନ୍ତୁ ଏହା ଜୀବନର ଅଙ୍ଗ । ମୁଁ ଏଥିରୁ ମଧ୍ୟ ଅତିକ୍ରମ କରିଯିବି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.