ଆନ୍ଧ୍ରପ୍ରଦେଶ,୦୫/୦୯: ମାଓବାଦୀ ମାନେ ମାଲକାନଗିରିରୁ ତେଲେଙ୍ଗାନାକୁ ଲୁଚି ପଳାଉଥିବା ବେଳେ ଯବାନଙ୍କ ସହ ମୁହାଁମୁହିଁ ହେଲେ । ସେଠାରେ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏହି ଏନକାଉଣ୍ଟରରେ ୬ ଜଣ ମାଓବାଦୀ ପ୍ରାଣ ହରାଇଥିବା ବେଳେ ୨ଜଣ ଯବାନ ଆହତ ହୋଇଥିଲେ । ନିହତ ନକ୍ସଲମାନେ କୁଞ୍ଜା, ଲଛନ୍ନା, ତୁଳସୀ, ଶୁକ୍ର, ଚାଲୋ, ଦୁର୍ଗେସ ହୋଇଥିବା ବେଳେ ଏମାନେ ଛତିଶଗଡ ଲକ୍ଷ୍ମଣ ଦଳର ସଦସ୍ୟ ବୋଲି ଜଣାପଡିଛି । କୋଥଗୁଡେମ ଜିଲ୍ଲା ନୀଳାଦ୍ରୀପେଟ୍ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିଲା ।
ସୂଚନା ଅନୁଯାୟୀ, ଜଙ୍ଗଲରେ ମାଓବାଦୀ ଥିବା ନେଇ ଖବର ପାଇଥିଲେ ସୁରକ୍ଷା ବାହିନୀ । ମାଲକାନଗିରି ସିମାନ୍ତ ଛତିଶଗଡରୁ ମାଓବାଦୀ ମାନେ ତେଲେଙ୍ଗାନାକୁ ଲୁଚି ପଳାଉଥିଲେ । ଏହି ସମୟରେ ମାଓବାଦୀମାନେ ଯବାନଙ୍କ ସହ ମୁହାଁମୁହିଁ ହୋଇଥିଲେ । ଫଳରେ ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପରେ ନୀଳାଦ୍ରୀପେଟ୍ ଜଙ୍ଗଲରେ ଜଙ୍ଗଲରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏହି ଏନକାଉଣ୍ଟରରେ ୬ ଜଣ ମାଓବାଦୀ ପ୍ରାଣ ହରାଇଥିବା ବେଳେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।
ଅନ୍ୟପଟେ ଏହି ଏନକାଉଣ୍ଟରରେ ଦୁଇଜଣ ଯବାନ ଆହତ ହୋଇଥିଲେ । ଆହତ ଯବାନଙ୍କୁ ଚିକିତ୍ସା ପାଇଁ ଭଦ୍ରାଚଲମ୍ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଜଙ୍ଗଲର ଭିତରେ ସୁରକ୍ଷା ବାହିନୀ ପକ୍ଷରୁ ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି । ଏହି ଏନକାଉଣ୍ଟରରେ ଆହୁରି ଅଧିକ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ପୁଲିସ ଆଶଙ୍କା କରୁଛି ।