ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାସନ ଦୁର୍ନୀତି ମାମଲାରେ ବେଙ୍ଗଲ ଅଭିନେତ୍ରୀ ଋତୁପର୍ଣ୍ଣା ସେନଗୁପ୍ତାଙ୍କୁ ଇଡିର ସମନ୍‌

Image Courtesy: deccanchronicle

କୋଲକାତା: ପଶ୍ଚିମବଙ୍ଗ ରାସନ ଦୁର୍ନୀତି ମାମଲାରେ ଜଣେ ଅଭିନେତ୍ରୀଙ୍କୁ ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ବେଙ୍ଗଲ ଅଭିନେତ୍ରୀ ଋତୁପର୍ଣ୍ଣା ସେନଗୁପ୍ତାଙ୍କୁ ଇଡି ସମନ କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ଜୁନ୍ ୫ ସୁଦ୍ଧା କୋଲକାତାର ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ସେନଗୁପ୍ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜଣେ ଇଡି ଅଧିକାରୀ କହିଛନ୍ତି ଜୁନ ୫ ସକାଳ ୫ଟା ସୁଦ୍ଧା ତାଙ୍କୁ କାର୍ଯ୍ୟାଳୟରେ ହାଜର ହେବାକୁ ପଡ଼ିବ।  

ପୂର୍ବରୁ ୨୦୧୯ରେ ଋତୁପର୍ଣ୍ଣା ସେନଗୁପ୍ତା ମଧ୍ୟ ଇଡି ଜୋରର ସାମ୍ନା କରିଥିଲେ ।  ୨୦୧୯ରେ ସେନଗୁପ୍ତା ରୋଜ୍ ଭେଲି ଚିଟ୍ ଫଣ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ । ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାରେ ପଚରା ଉଚରା କରିଥିଲା । 

ଏନଡିଟିଭିରେ ପ୍ରକାଶିତ ଖବର ଅନୁସାରେ, ଋତୁପର୍ଣ୍ଣା ସେନଗୁପ୍ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇ ଥିଲେ ମଧ୍ୟ ତାଙ୍କ ପାଖରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ସେ ବର୍ତ୍ତମାନ କୌଣସି ବ୍ୟକ୍ତିଗତ କାରଣ ପାଇଁ ଆମେରିକାରେ ଥିବା ତାଙ୍କ ପରିବାରବର୍ଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.