ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ED, ଚଢ଼ାଉ କରୁଛି ୧୨ ଜଣିଆ ଟିମ୍

ନୂଆଦିଲ୍ଲୀ, ୨୧/୦୩: ଦିଲ୍ଲୀ ହାଇକୋର୍ଟରୁ କେଜ୍ରିୱାଲଙ୍କୁ ଝଟକା ପରେ ରେଡ୍ ଆରମ୍ଭ କରିଛି ଇଡି । ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିଛି । ସର୍ଚ୍ଚ ୱାରେଣ୍ଟ ଧରି କେଜ୍ରିୱାଲଙ୍କ ବାସଭବନରେ ଇଡିର ୧୨ ଜଣିଆ ଟିମ୍ ଛାନଭିନ୍ ଜାରି ରଖିଛି ।

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି କେଜ୍ରିୱାଲଙ୍କ ଘରେ ଖୋଳତାଡ଼ କରୁଛି । ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, କେଜ୍ରିୱାଲଙ୍କୁ ୯ ଥର ସମନ ପଠାଇଥିବା ବେଳେ ସେ ଥରେ ବି ହାଜର ହୋଇ ନଥିଲେ ।

ନବମ ସମନ ଜାରି କରି ମାର୍ଚ୍ଚ ୨୧ ଆଜି ଗୁରୁବାର କେଜ୍ରିୱାଲଙ୍କୁ ହାଜର ହେବାକୁ କହିଥିଲା ଇଡି । ଯାହାକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କେଜ୍ରିୱାଲ୍ । କିନ୍ତୁ କେଜ୍ରିୱାଲଙ୍କ ଗିରଫଦାରୀ ଉପରେ ପ୍ରତିବନ୍ଧକ ଲଗାଇ ନଥିଲେ ହାଇକୋର୍ଟ ।

କେଜ୍ରିୱାଲଙ୍କ ବିରୋଧରେ EDକୁ ପ୍ରମାଣ ମାଗିଲେ ଦିଲ୍ଲୀ ହୋଇକୋର୍ଟ, ଦେଲେନି ଅନ୍ତରୀଣ ସୁରକ୍ଷା

ଜଷ୍ଟିସ୍ ସୁରେଶ କୁମାର ଏବଂ ଜଷ୍ଟିସ୍ ମନୋଜ ଜୈନଙ୍କ ଖଣ୍ଡପୀଠ କେଜ୍ରିୱାଲଙ୍କ ଆବେଦନର ପରବର୍ତ୍ତୀ ଶୁଣାଣି ଏପ୍ରିଲ୍ ୨୨ରେ କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି । ସମନକୁ ଚ୍ୟାଲେଞ୍ଜ କରି କେଜ୍ରିୱାଲ୍ କରିଥିବା ଆବେଦନର ଶୁଣାଣି ମଧ୍ୟ ୨୨ ଏପ୍ରିଲରେ ହେବ ।  

ସୋମବାର ଇଡି ପ୍ରେସ୍ ଇସ୍ତାହାର ଜାରି କରି ପ୍ରଥମଥର ଲାଗି ଅରବିନ୍ଦ କେଜ୍ରିୱାଲଙ୍କ ନାଁ ପ୍ରଥମ ଥର ଲେଖିଥିଲା । କେଜ୍ରିୱାଲଙ୍କୁ ଅଭିଯୁକ୍ତ ଦର୍ଶାଇ ଥିଲା । ବିଆରଏସ୍ ନେତ୍ରୀ କେ. କବିତାଙ୍କ ସହ କେଜ୍ରିୱାଲଙ୍କ ସହ ଯୋଡ଼ି ଥିଲା । ଇଡି ଅନୁସାରେ, ତଦନ୍ତରୁ ଜଣାପଡ଼ିଛି ଅବକାରୀ ନୀତି ମାମଲାରେ କେ. କବିତା ଆପ୍ ଦଳର ନେତା, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଓ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ମିଳିତ ଭାବେ ଷଡ଼ଯନ୍ତ୍ର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.