ପ୍ରମୂଖ ଖବର
  • ସାଲେପୁର : ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ, ବୁଲି ଦେଖିଲେ ବିଜ୍ଞାନ ଲାବୋରେଟୋରୀ
  • ||
  • ଛତ୍ରପୁର : କାରାଗାରରେ ବିଚରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଆଠଗଡ : ଗଣେଶ ଭସାଣରେ ଛୁରା ମାଡ; ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ଵର : ବଡ଼ବଡ଼ିଆଙ୍କ କବଜାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁ, ସାଧାରଣ ଏବଂ ଗରିବ ରୋଗୀଙ୍କ ପାଇଁ କବାଟ ବନ୍ଦ
  • ||
  • ଭଞ୍ଜନଗର : ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କୋଣାର୍କ : ମାନସିକ ବିକୃତ ଥିବା ବୃଦ୍ଧଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରିରେ ସୁଧୁରୁଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଦୁଇ ବରିଷ୍ଠ ଅଧିକାରୀ
  • ||

ଲର୍ଡ୍ସରେ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ, ଜୁନ୍‌ ୧୧ରୁ ୧୫ ମଧ୍ୟରେ ଖେଳାଯିବ

ଦୁବାଇ, ୪।୯: ଐତିହାସିକ ଲର୍ଡ୍ସ କ୍ରିକେଟ୍‌ ଗ୍ରାଉଣ୍ଡ୍‌ ଏଥର ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ୍‌ ମ୍ୟାଚ ଆୟୋଜନ କରିବ । ଗତ ୨ଟି ସଂସ୍କରଣର ଫାଇନାଲ୍‌ ଯଥାକ୍ରମେ ସାଉଥମ୍ପଟନ(ରୋଜ ବାଉଲ) ଓ ଓଭାଲ ଗ୍ରାଉଣ୍ଡ୍‌ ଆୟୋଜନ କରିଥିଲେ । ଏଥର ଆଇସିସି ଲର୍ଡ୍ସ ଗ୍ରାଉଣ୍ଡ୍‌କୁ ଫାଇନାଲ୍‌ ମ୍ୟାଚ୍‌ ଆୟୋଜନ ଅଧିକାର ପ୍ରଦାନ କରିଛି । ଆସନ୍ତା ବର୍ଷ ଜୁନ୍‌ ୧୧ରୁ ୧୫ ତାରିଖ ମଧ୍ୟରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ । ୧୬ତାରିଖକୁ ରିଜର୍ଭ ଦିବସ ଚୟନ କରାଯାଇଛି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ପଏଣ୍ଟ ତାଲିକାରେ ବର୍ତ୍ତମାନ ଭାରତ ଶୀର୍ଷ ସ୍ଥାନ ଦଖଲ କରିଥିବାବେଳେ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ଡିଫେଣ୍ଡିଂ ଚାମ୍ପିଅନ୍‌ । ଆଗାମୀ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ଉଭୟ ଦଳର ଭାଗ୍ୟ ନିର୍ଣ୍ଣୟ କରିବ । 

ଭାରତ ଖେଲିଥିବା ୯ଟି ଟେଷ୍ଟରୁ ୬୮.୫୨% ପଏଣ୍ଟ ହାସଲ କରିଛି । ଆଗକୁ ଭାରତ ୩ଟି ସିରିଜରେ ମୋଟ୍‌ ୧୦ଟି ଟେଷ୍ଟ ଖେଳିବ । ଶୀର୍ଷ ସ୍ଥାନ ବଜାୟ ରଖିବାକୁ ହେଲେ ବାକି ୧୦ଟି ମ୍ୟାଚ୍‌ର ୧୨୦ ପଏଣ୍ଟ୍‌ରୁ ଅତି କମ୍‌ରେ ୬୩ ପଏଣ୍ଟ ଅର୍ଜନ କରିବାକୁ ହେବ । ୫ବିଜୟ ଓ ଗୋଟିଏ ଡ୍ର’ ବଳରେ ଭାରତ ୬୪ ପଏଣ୍ଟ ହାସଲ କରିପାରିବ । ଏହା ସମ୍ଭବ ହେଲେ ଭାରତର ମୋଟ୍‌ ପଏଣ୍ଟ ୬୦% ଉପରେ ରହିବ ଓ ଦଳ କ୍ରମାନ୍ୱୟରେ ତୃତୀୟ ଥର ପାଇଁ ଫାଇନାଲ୍‌ରେ ପ୍ରବେଶ କରିପାରିବ । ଗତ ସଂସ୍କରଣରେ ଭାରତ ମୋଟ୍‌ ୫୮.୮% ପଏଣ୍ଟ ବଳରେ ଫାଇନାଲ୍‌କୁ ଉନ୍ନୀତ ହୋଇଥିଲା । ଭାରତ ପାଇଁ ଟେଷ୍ଟ ଚାମ୍ପିଅନସିପ ଫାଇନାଲ୍‌ ପାଇଁ ପ୍ରସ୍ତୁତି କରିବା ସହଜ ନୁହେଁ । କାରଣ ଏପ୍ରିଲ୍‌ ଓ ମେ ମାସରେ ଆଇପିଏଲ୍‌ ଖେଳାଯିବ । ଟେଷ୍ଟ ଚାମ୍ପିଅପସିପ ଫାଇନାଲ୍‌ ପାଇଁ ପ୍ରସ୍ତୁତ ହେବାକୁ ଭାରତୀୟ ଦଳକୁ ୨ସପ୍ତାହରୁ ମଧ୍ୟ କମ୍‌ ସମୟ ମିଳିବ । ଜୁନ୍‌ ୨୦ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.