ଭୁବନେଶ୍ବର, ୯।୧୧ ଓଡିଶାରେ ହେବ ଖୋ-ଖୋ ସେଣ୍ଟର। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏକ ଏମଓୟୁ ସ୍ବାକ୍ଷର ହୋଇଛି। ଆର୍ସେଲର ମିତ୍ତଲ ନିପ୍ପନ୍ ଷ୍ଟିଲ୍ (ଏଏମ୍ଏନ୍ଏସ୍ ଇଣ୍ଡିଆ) ସହିତ ରାଜ୍ୟ ସରକାର ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଏମଓୟୁ ଅନୁଯାୟୀ ଖୋ-ଖୋ ସେଣ୍ଟର ପାଇଁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବେ ରାଜ୍ୟ ସରକାର। ଅନ୍ୟପକ୍ଷରେ ଅଭିଜ୍ଞ କୋଚ ନିପ୍ପନ ଷ୍ଟିଲ ଯୋଗାଇ ଦେବ। ଏହା ଦ୍ବାରା କ୍ରୀଡା ଉତ୍କର୍ଷ ବୃଦ୍ଧି ପାଇଁ ଉଭୟ ପକ୍ଷର ପ୍ରତିବଦ୍ଧତା ରହିବ |
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଖୋ-ଖୋ ପରି ଆମର ଦେଶୀୟ କ୍ରୀଡାକୁ ସମର୍ଥନ କରିବାକୁ ଓଡିଶା ପ୍ରତିବଦ୍ଧ। ଖୋ ଖୋ ସେଣ୍ଟର ପ୍ରତିଷ୍ଠା ପାଇଁ ଏଏମଏନଏସ ସହ ଏହି ସହଭାଗିତା ଭାରତୀୟ କ୍ରୀଡା ପ୍ରତି ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ।ଏମଓୟୁ ସ୍ବାକ୍ଷର ବେଳେ ୫-ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଉପସ୍ଥିତ ଥିଲେ। ସେହିପରି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ଏବଂ ନିପ୍ପନ ଷ୍ଟିଲ ପକ୍ଷରୁ କିଜି କୁବୋଟା ଏବଂ ସୁପର୍ନା ନନ୍ଦା ଉପସ୍ଥିତ ଥିଲେ।
ଆହୁରି ପଢନ୍ତୁ : ୨୭ରେ ପାରାଦୀପ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ