ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ଚୀନ୍ ଉପରେ ୟୁରୋପୀୟ ସଂଘର ଆକ୍ସନ, ଋଷକୁ ହତିଆର ଦେବା ମାମଲାରେ ୧୯ କମ୍ପାନୀ ଉପରେ କଟକଣା

ନୂଆଦିଲ୍ଲୀ,୨୫।୬: ଚୀନ୍ ଉପରେ ୟୁରୋପୀୟ ସଂଘରେ ବଡ ଧରଣର ଆକ୍ସନ। ସୋମବାର ୟୁରୋପୀୟ ସଂଘ ୧୯ ଚୀନ୍ କମ୍ପାନୀ ଉପରେ କଟକଣା ଲଗାଇଛି। ଏହି କମ୍ପାନୀ ଉପରେ ୟୁକ୍ରେନ୍‌ରେ ଋଷକୁ ଯୁଦ୍ଧ ପାଇଁ ହତିଆର ସପ୍ଲାଇ କରିବାର ଅଭିଯୋଗ ରହିଛି। ୟୁରୋପୀ ସଂଘର ଅଫିସିଆଲ ଜର୍ନାଲରେ ପ୍ରକାଶିତ ସୁଚୀରେ ହଂକଂରେ ଥିବା ବହୁ କମ୍ପାନୀ ସହିତ ଦୁଇ ବରିଷ୍ଠ ଗ୍ଲୋବାଲ ସାଟେଲାଇଟ୍ କମ୍ପାନୀ ମଧ୍ୟ ରହିଛନ୍ତି। ଚୀନ୍‌ ପାଶ୍ଚାତ୍ୟ ଦେଶର ଏହି ଅଭିଯୋଗକୁ ମିଛ ବୋଲି କହିଛି। ସେ ଋଷର ସେନ ଅଭିଯାନକୁ ସମର୍ଥନ କରେନି ବୋଲି କହିଛି।

ଋଷ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇ ୟୁକ୍ରେନ୍ ଯୁଦ୍ଦରେ ସିଧା ‘ଋଷର ସେନା ପ୍ରତିଷ୍ଠାନ ପରିସରକୁ ସମର୍ଥନ’ କରିବା ଅଭିଯୋଗରେ ୬୧ ନୂଆ କମ୍ପାନୀର ସୂଚୀକୁ ଯୋଡି ଦିଆଯାଇଛି। ଏବେ ଏହି ସୂଚୀରେ ମୋଟ ୬୭୫ କମ୍ପାନୀ ହୋଇଯାଇଛି। ଏହି କମ୍ପାନୀର କୌଣସି ପ୍ରଡକ୍ଟ କିମ୍ବା ଟେକ୍ନିକାଲ ଜିନିଷର ବିକ୍ରି ଉପରେ କଡା ନିୟମ ଲାଗୁ କରାଯାଇଛି, ଯାହାର ଉପଯୋଗ, ଋଷର ଡିଫେନ୍ସ ଓ ସିକ୍ୟୁରିଟି ସେକ୍ଟରକୁ ପ୍ରୋତ୍ସାହନ ପାଇଁ କରାଯାଇପାରେ।

ଅକ୍ଟୋବରରେ ଏଏଫ୍‌ପିର ଏକ ଯାଞ୍ଚରୁ ଜଣାପଡିଛି ଯେ, ଋଷ କମ୍ପାନୀ ବେଗନର ୨୦୨୨ ରେ ଦୁଇଟି ସାଟେଲାଇଟ୍‌କୁ କିଣିବା ଓ ତା’ର ଫଟୋ ବ୍ୟବହାର କରିବା ପାଇଁ ଚନ୍ ଫାର୍ମ ୟୁନଜେ ଟେକ୍ନୋଲୋଜି ସହିତ ୩୦ ମିଲିୟନ ଆମେରିକୀୟ ଡଲାରରୁ ଅଧିକ କନଟ୍ରାକ୍ଟ ସାଇନ୍ କରିଥିଲା। ଦୁଇଟି ହାଇ ରିଜ୍ୟୋଲୁସନ୍  ଥିବା ଉପଗ୍ରହ ଚାଙ୍ଗ ଗୁଆଙ୍ଗ ସାଟେଲାଇଟ୍ ଟେକ୍ନୋଲୋଜିର ଥିଲା, ଯାହାକି ଏକ ପ୍ରମୁଖ ଗ୍ଲୋବାଲ ସାଟେଲାଇଟ୍ କମ୍ପାନୀ, ଯାହାକୁ ୟୁରୋପୀୟ ସଂଘର କଟକଣା ସୂଚୀରେ ଯୋଡା ଯାଇଥିଲା। ଦ୍ବିତୀୟ କମ୍ପାନୀ ଥିଲା ହେଡ୍ ଏରୋସ୍ପେସ୍‌ ଟେକ୍ନୋଲୋଜି, ଯାହାକି ସାଟେଲାଇଟ୍ ଇମେଜ୍ ବିକ୍ରି କରୁଥିଲା ଓ ବେଗନର ଗ୍ରୁପ୍‌କୁ ଯୋଗାଇବା ପାଇଁ ୨୦୨୩ ରେ ଆମେରିକାର କଟକଣା ସୂଚୀରେ ପକାଇଥିଲା। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.