ପ୍ରମୂଖ ଖବର

ଅବକାରୀ କର୍ମଚାରୀଙ୍କୁ ମାଡ଼, ଗାଡ଼ି ଭାଙ୍ଗିବା ଘଟଣା: ଅଭିଯୁକ୍ତ ସରୋଜ ଦାସଙ୍କୁ ବାନ୍ଧିଲା ପୋଲିସ

ଆଠଗଡ଼,୨୪/୦୩: ଚଢ଼ଉ ବେଳେ ମଦ ମାଫିଆ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣା।ଫେରାର ଥିବା ଅବସର ସେନା କର୍ମଚାରୀ ସରୋଜ ଦାସଙ୍କୁ ଗିରଫ କଲା ବାଙ୍କୀ ପୋଲିସ । ଶନିବାର ରାତିରେ ତାଳବସ୍ତ ଫାଣ୍ଡି ନିକଟସ୍ଥ ପଦନପୁର ବାଲିସାହିରେ ଲୁଚି ଶୋଇଥିବା ଅବସ୍ଥାରେ ମାଡିବସିଲା ପୋଲିସ । 

ସୂଚନା ମୁତାବିକ ଡାଳୁଆ ସଂରକ୍ଷିତ ଜଙ୍ଗଲରେ ଶନିବାର କଟକ ଜିଲ୍ଲା ଅବକାରୀ ମୋବାଇଲ୍‌ ସ୍କ୍ୱାଡ୍‌ ଓ ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇଥିଲା । ସେଠାରୁ ୯ ହଜାର ୫୫୫ ଲିଟର ଗୁଡ଼ ପୋଚ ସହ ୨ ହଜାର ୧୭୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇ ନଷ୍ଟ କରାଯାଇଛି । ଡାଳୁଆ ଗ୍ରାମର ଦେଶୀ ମଦ ମାଫିଆ ରବିନ୍ଦ୍ର ସ୍ୱାଇଁ ଓରଫ୍‌ ଭୁଟୁରୀଙ୍କୁ ଗିରଫ କରି ଆଣିବା ସମୟରେ ମଦ ମାଫିଆମାନେ ଅବକାରୀ ବିଭାଗ କର୍ମଚାରୀଙ୍କୁ ହଠାତ୍‌ ଆକ୍ରମଣ କରିଥିଲେ । କର୍ମଚାରୀଙ୍କୁ ମାଡ଼ ମାରିବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ । ଏ ସମ୍ପର୍କରେ ୧୦ ଜଣ ଆକ୍ରମଣକାରୀଙ୍କ ନାମରେ ଅବକାରୀ ବିଭାଗ ପକ୍ଷରୁ ଖୁଣ୍ଟୁଣୀ ଥାନାରେ ଅଭିଯୋଗ ହୋଇଛି । 

୨୦୨୩ ଜୁଲାଇ ୨୮ରେ ଅବକାରୀ ବିଭାଗ ଡାଳୁଆ ଗ୍ରାମରେ ଚଢ଼ଉ କରୁଥିବା ସମୟରେ ମଦ ମାଫିଆମାନେ ଆକ୍ରମଣ କରିଥିଲେ । ଏଥିରେ ଅବକାରୀ ବିଭାଗର ୬ଟି ଗାଡ଼ି ଭଙ୍ଗାରୁଜା ହେବା ସହିତ ୪ ଜଣ କର୍ମଚାରୀ ଆହତ ହୋଇଥିଲେ । ଅବକାରୀ ବିଭାଗ ୨୯ ଜଣଙ୍କ ନାମରେ ଖୁଣ୍ଟୁଣୀ ଥାନାରେ ଏତଲା କରିଥିଲେ । ପୁଲିସ କେବଳ ୪ ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ରବିନ୍ଦ୍ର ସ୍ୱାଇଁ ଖୁଲମଖୁଲା ଦେଶୀମଦ ବେପାର ଚଳାଇଥିଲା । ଶନିବାର ଅବକାରୀ ବିଭାଗ ଉକ୍ତ ଗ୍ରାମରେ ଚଢ଼ାଉ କରି ରବିନ୍ଦ୍ରକୁ ଗିରଫ କରି ଆଣୁଥିବାବେଳେ ଅଭିଯୁକ୍ତଙ୍କ ପରିବାର ଲୋକେ ଆକ୍ରମଣ କରି ରାସ୍ତା ଅବରୋଧ କରିଥିଲେ । ଖୁଣ୍ଟୁଣୀ ପୁଲିସ ରାସ୍ତା ଅବରୋଧ ହଟାଇ ଅଟକ କର୍ମଚାରୀମାନଙ୍କୁ ଉଦ୍ଧାର କରିଥିଲା । ଘଟଣାରେ ଦୁଇ ଜଣ ଅବକାରୀ କର୍ମଚାରୀ ଆହତ ହୋଇଥିବା କଟକ ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲ ସୂଚନା ଦେଇଛନ୍ତି । ଅପରାହ୍ଣରେ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳାପୁରୁଷ ଆଠଗଡ଼ ଅବକାରୀ ବିଭାଗ କାର୍ଯ୍ୟାଳୟ ଘେରାଉ କରିଥିଲେ । ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ରବୀନ୍ଦ୍ର କୁମାର ମଲ୍ଲିକ, ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ଲୋକଙ୍କୁ ବୁଝାଶୁଝା କରିବା ପରେ ଧାରଣା ହଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.