ପ୍ରମୁଖ ଖବର
  • କେନ୍ଦୁଝର ପାଟଣା ଗଣିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ, ସୋସିଆଲ ମିଡିଆ​‌ରେ ଭାଇରାଲ
  • ||
  • କପି ଚେକିଂ ଆଳରେ ଅସଦାଚରଣ ଅଭିଯୋଗ, ଥାନାରେ ମାଟ୍ରିକ ପରୀକ୍ଷାର୍ଥୀ
  • ||
  • ଲୋକସେବା ଭବନ ଘେରିବ କଂଗ୍ରେସ, ବିଶାଳ ଶୋଭାଯାତ୍ରାରେ ସାମିଲ ହେବେ ହଜାର ହଜାର କଂଗ୍ରେସ କର୍ମୀ
  • ||
  • ଆଜି ଓଡ଼ିଶାର ୨୧ ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
  • ||
  • ଗର୍ଭବତୀଙ୍କ ପେଟକୁ ନର୍ସ ଖୁନ୍ଦା ମାରିଥିବା ଅଭିଯୋଗ, ଚାଲିଗଲା ମା ଓ ଛୁଆଙ୍କ ଜୀବନ
  • ||
  • ଓଡ଼ିଶା ଗଞ୍ଜେଇ ଚକୋଲେଟ୍‌ରେ ଝୁମୁଛି ହାଇଦ୍ରାବାଦ: ବାଲେଶ୍ୱରରେ ତିଆରି, ଦାଦନଙ୍କ ମାଧ୍ୟମରେ ହେଉଛି ଚାଲାଣ
  • ||
  • ଓସ୍ତପୁର ହଳଦିଢ଼ିଅ ନିକଟ ଗଛକୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର
  • ||
  • ଆଜି ୫-ଟି ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ, ଛାତ୍ରବୃତ୍ତି ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ରାଜ୍ୟରେ ଆହୁରି ତିନି ଦିନ ବର୍ଷା: ଉପକୂଳରେ ଅଧିକ ବର୍ଷିବା ସମ୍ଭାବନା, ୨୮ ଯାଏ କୋହଲା ପାଗ
  • ||

ରେଜଲ୍ଟ ପୂର୍ବରୁ ରିସର୍ଟ ପ୍ରସ୍ତୁତ… ଶିବକୁମାର କହିଲେ- ‘ହାଇକମାଣ୍ଡ ନିର୍ଦେଶ ଦେଲେ ୫ ରାଜ୍ୟର ବିଧାୟକଙ୍କୁ ସମ୍ଭାଳି ନେବି’

ନୂଆଦିଲ୍ଲୀ,୧।୧୨: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପରେ ଏକଜିଟ୍ ପୋଲ୍ ସମସ୍ତ ରାଜନୈତିକ  ଦଳର ଉତ୍କଣ୍ଠା ବଢାଇ ଦେଇଛି। ଏକଜିଟ୍ ପୋଲ୍ରୁ ଆକଳନ ହୋଇଛି ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ପ୍ରତିଯୋଗିତା ଖୁବ୍ ଜୋରଦାର। ଏହାପରେ ରାଜନୈତିକ ଦଳ ଗୁଡିକର ଚିନ୍ତା ବଢିଯାଇଛି। ଯଦି ଏକଜିଟ୍ ପୋଲ୍ ଆକଳନକୁ ଫଳାଫଳରେ ପରିବର୍ତ୍ତନ ହୁଏ, ତେବେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଭଳି ରାଜ୍ୟରେ ସ୍ୱାଧୀନ, ବିଦ୍ରୋହୀ ଏବଂ ଆଞ୍ଚଳିକ ଦଳ ଗୁଡିକର ବିଜୟୀ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିବ।

ଏକଜିଟ୍‌ ପୋଲ୍‌କୁ ନେଇ ନେତାମାନେ ମଧ୍ୟ ଅସ୍ଥିର ଥିବାର ଦେଖାଯାଉଛନ୍ତି। ଏବେ ଏହାକୁ ଦେଖି ସେମାନେ ରିସର୍ଟ ପଲିଟିକ୍ସ ଆରମ୍ଭ କରିଦେଇଛନ୍ତି। କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି, ଯଦି ପାର୍ଟି ହାଇକମାଣ୍ଡ ନିର୍ଦେଶ ଦିଅନ୍ତି, ତେବେ ସେ ୫ ରାଜ୍ୟର ବିଧାୟକଙ୍କୁ ସମ୍ଭାଳିବା ପାଇଁ ପ୍ରସ୍ତୁତ ଅଛି।

ଉଲ୍ଲେଖନୀୟ ଯେ, ଏକଜିଟ୍ ପୋଲ୍‌ ସର୍ଭେରୁ ଜଣାପଡିଛି ଯେ ଛତିଶଗଡ ଏବଂ ରାଜସ୍ଥାନରେ ଶାସକ କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇପାରେ। ସେଭଳି ଶାସକ କଂଗ୍ରେସ ଉଭୟ ରାଜ୍ୟରେ ବିଜେପିଠାରୁ ଅଳ୍ପ ଆଗରେ ରହିଛି। ଆଜ ତକ୍‌ ଆକ୍ସିସ୍‌ ମାଇ ଇଣ୍ଡିଆର ଏକଜିଟ୍ ପୋଲରେ ମଧ୍ୟପ୍ରଦେଶରେ ବିଜେପି ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଥିବାର ଦେଖିବାକୁ ମିଳିଛି।  ଅଧିକାଂଶ ରାଜ୍ୟରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ନେଟ୍ ଟୁ-ନେଟ୍ ଫାଇଟ୍‌  ଦେଖିବାକୁ ମିଳିଛି। ରାଜସ୍ଥାନରେ ମଧ୍ୟ କିଛି ସମାନ ପରିସ୍ଥିତି ଦୃଶ୍ୟମାନ ହେଉଛି। ଯେଉଁଠାରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡ଼ା ସଂଘର୍ଷ ହେବ ବୋଲି କୁହାଯାଉଛି। ଛତିଶଗଡରେ ଯଦିଓ ଏକଜିଟ୍ ପୋଲରେ କଂଗ୍ରେସ ଜିତୁଥିବାର ଦେଖିବାକୁ ମିଳୁଛି, କିନ୍ତୁ ଅଧିକାଂଶ ମତଦାନରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ବ୍ୟବଧାନ ବହୁତ କମ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.