ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ସେଲିବ୍ରେସନ୍ ଅନ୍ ହ୍ୱିଲ୍ ଫ୍ୟାସନ୍ ଶୋ; ଚଳନ୍ତା ମେଟ୍ରୋରେ ଫ୍ୟାସନ୍ ଶୋ

ନୂଆଦିଲ୍ଲୀ, ୩।୯: ସାଧାରଣତଃ ଫ୍ୟାସନ୍ ଶୋ ପାଇଁ ସ୍ୱତନ୍ତ୍ର ମଞ୍ଚ ପ୍ରସ୍ତୁତ କରାଯାଏ । ଶୋ’ ରେ ଭାଗ ନେଉଥିବା ପ୍ରତିଯୋଗୀ ବିଭିନ୍ନ ବେଶଭୂଷା ପିନ୍ଧି କ୍ୟାଟ୍‌ୱାକ୍ କରିଥାନ୍ତି । ଏବେ ଏହି ଆଧାରରେ ପରିବର୍ତ୍ତନ ଆସିଛି । ଷ୍ଟେଜ୍ ବଦଳରେ ଚଳନ୍ତା ମେଟ୍ରୋ ଟ୍ରେନ୍‌ରେ ଆୟୋଜିତ ହୋଇଛି ଫ୍ୟାସନ୍ ଶୋ । ନିକଟରେ ମହାରାଷ୍ଟ୍ରର ନାଗପୁରରେ ଏକ ଚଳନ୍ତା ମେଟ୍ରୋ ମଧ୍ୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଚଳନ୍ତା ମେଟ୍ରୋରେ ମଡେଲ୍‌ମାନେ କ୍ୱାଟ୍‌ୱାକ୍‌ କରିଥିଲେ । ମଡେଲ୍‌ମାନଙ୍କୁ ଦେଖି ମେଟ୍ରୋରେ ଥିବା ଯାତ୍ରୀ ଚକିତ ହୋଇଯାଇଥିଲେ । 

ତେବେ ମେଟ୍ରୋରେ ଅଧିକାଂଶ ରବିବାର ଛୁଟିଦିନରେ ଅଧିକ ଭିଡ଼ ଲାଗିରହିଥାଏ । ତେଣୁ ଏହି ଦିନ ଫ୍ୟାସନ୍ ଶୋ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ଫ୍ୟାସନ୍ ଶୋରେ ଭାଗ ନେଇଥିବା ପ୍ରତିଯୋଗୀ ବିଭିନ୍ନ ଡିଜାଇନ୍‌ର ପୋଷାକ ପିନ୍ଧିଥିଲେ କ୍ୟାଟ୍‌ୱାକ୍‌ କରିଥିଲେ । ଏହି ପୋଷାକ ବିଭିନ୍ନ ଫ୍ୟାସନ୍ ସଂସ୍ଥାଗୁଡ଼ିକର ଯୁବ ଡିଜାଇନରମାନଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିଲା । ତେବେ ଏଥିରେ ଭାଗ ନେବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନଥିଲା । ୨ ବର୍ଷରୁ ଆରମ୍ଭ କରି ୫୦ ବର୍ଷର ମହିଳା ଏଥିରେ ଭାଗ ନେଇଥିଲେ । 

ଏହି ଫ୍ୟାସନ୍‌ ଶୋର ନାଁଥିଲା ସେଲିବ୍ରେସନ୍ ଅନ୍ ହ୍ୱିଲ୍ । ନାଗପୁର ମେଟ୍ରୋ ଏହି କାର୍ଯ୍ୟକ୍ରମର ଆୟୋଜନ କରେ । ଏଥିପାଇଁ ଅନେକ ସଙ୍ଗଠନ, ଗ୍ରୁପ୍‌ କିମ୍ୱା ବ୍ୟକ୍ତିବିଶେଷ କିଛି ଟଙ୍କା ପୈଠ କରନ୍ତି ଓ ମେଟ୍ରୋରେ ବିଭିନ୍ନ ଉତ୍ସବ କିମ୍ୱା କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି । ଚଳନ୍ତା ମେଟ୍ରୋରେ ଏହି ଫ୍ୟାସନ୍ ଶୋ’ ର କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । ଦୁଇଟି ଲାଇନ୍‌ରେ ଏହି ଫ୍ୟାସନ୍ ଶୋ’ ଚାଲୁଥିବା ବେଳେ ମେଟ୍ରୋର ସିଟ୍‌ରେ ବସିଥିବା ଯାତ୍ରୀମାନେ ମଡେଲଙ୍କୁ ଉତ୍ସାହିତ କରିବାକୁ ତାଳି ମାରିଥିଲେ । 

fashion show in metro
nagpur

Copyright © 2022 - Summa Real Media Private Limited. All Rights Reserved.